sonu
ମୁମ୍ୱାଇ: କରୋନା ଲକଡାଉନ୍ରେ ପ୍ରବାସୀ ତଥା ଦେଶବିଦେଶରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ପାଇଁ ସୁପରମ୍ୟାନ୍ ପାଲଟିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଏବେ ସୋନୁ ବିହାରରେ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଏକ ମଇଁଷି କିଣିଛନ୍ତି। ଯାହାର ସୂଚନା ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଜଣେ ବ୍ୟକ୍ତି ସୋନୁଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଲେଖିଥିଲେ- ବିହାର ଚମ୍ପାରଣର ଭୋଳା ବନ୍ୟାରେ ତାଙ୍କ ପୁଅ ଓ ମଇଁଷିକୁ ହରାଇ ଦେଇଛନ୍ତି। ମଇଁଷିଟି ତାଙ୍କ ଆୟର ଏକମାତ୍ର ମାଧ୍ୟମ ଥିଲା। ତାଙ୍କର ସନ୍ତାନ ହରାଇବାର କ୍ଷତିକୁ କେହି ପୂରଣ କରିପାରିବେ ନାହିଁ। କିନ୍ତୁ ସୋନୁ ସୁଦ୍ ଓ ନୀତି ଗୋଏଲ୍ ତାଙ୍କୁ ମଇଁଷିଟିଏ ଦିଅନ୍ତୁ, ଯାହା ଫଳରେ ସେ କିଛି ଆୟ କରି ବଞ୍ଚିପାରିବେ ଓ ତାଙ୍କ ଅନ୍ୟ ଛୁଆମାନଙ୍କ ଲାଳନପାଳନ କରିପାରିବେ।
ଏହା ପରେ ସୋନୁ ଟ୍ୱିଟ୍ କରି ଲେଖିଥିଲେ- ମୁଁ ମୋ ନୂଆ କାର କିଣିବା ବେଳେ ଯେତିକି ଉତ୍ସାହିତ ନଥିଲି, ତା’ଠାରୁ ଅଧିକ ଉତ୍ସାହିତ ହୋଇଥିଲି ତୁମ ପାଇଁ ଏକ ନୂଆ ମଇଁଷି କିଣିବା ସମୟରେ। ଯେବେ ବିହାର ଯିବି, ତୁମଠାରୁ ଗୋଟିଏ ଗ୍ଲାସ୍ ତାଜା ମଇଁଷି କ୍ଷୀର ପିଇବି।
ସୋନୁଙ୍କର ଏହି ଟ୍ୱିଟ୍ ପରେ ସୋଶାଲ ମିଡିଆରେ ଫ୍ୟାନମାନେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ନିକଟରେ ସୋନୁ ନିଜେ ଟ୍ୱିଟ୍ କରି ଜଣାଇଥିଲେ ଯେ ସାହାଯ୍ୟ ପାଇଁ ତାଙ୍କୁ ପ୍ରତିଦିନ ବହୁତ ମେସେଜ୍ ଆସୁଛି।
ସୂଚନାଯୋଗ୍ୟ, ଇଣ୍ଡିଆ ଟୁଡେକୁ ଏକ ଇଣ୍ଟରଭ୍ୟୁ ଦେଇ ସୋନୁ କହିଥିଲେ ଯେ ଲକ୍ଡାଉନ୍ରେ ଶ୍ରମିକଙ୍କ ଅବସ୍ଥାକୁ ନେଇ ସେ ଏକ ବହି ଲେଖୁଛନ୍ତି, ଯାହା ଖୁବ୍ଶୀଘ୍ର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/sonu-1.jpg)