Advertisment

ରେମଡେସିଭିର୍ ବାଣ୍ଟିବାକୁ ନେଇ ଫସିଲେ ସୋନୁ!

ମୁମ୍ବାଇ: ସୋନୁ ସୁଦ୍ । ବଲିଉଡର ଜଣେ ଜଣାଶୁଣା ଅଭିନେତା। ତେଲୁଗୁ ଫିଲ୍ମରେ ବି ସୋନୁଙ୍କ ଦବଦବା ରହିଛି। ତେବେ ସୋନୁ ଏବେ ଆଉ ରିଲ୍ ଷ୍ଟାର ହୋଇ ରହିନାହାଁନ୍ତି। ସେ ଦେଶର ଜଣେ ରିଅଲ ଷ୍ଟା । କରୋନା ମହାମାରୀର ପ୍ରଥମ ଲହରରେ ହଜାର ହଜାର ଲୋକଙ୍କୁ ଭିଟାମାଟି ଫେରିବା ବ୍ୟବସ୍ଥା କରିଥିଲେ ସୋନୁ। ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଏବଂ ଔଷଧ ଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଲଗାତର କରୋନା ଆକ୍ରାନ୍ତଙ୍କ ସାହାଯ୍ୟରେ […]

author-image
Madhupriya Mistry
ଦୁର୍ଗା ପୂଜା ମଣ୍ଡପରେ ଶ୍ରମିକଙ୍କ ଦେବଦୂତ ସୋନୁଙ୍କ ପ୍ରତିମୂର୍ତ୍ତି

sonu

ମୁମ୍ବାଇ: ସୋନୁ ସୁଦ୍ । ବଲିଉଡର ଜଣେ ଜଣାଶୁଣା ଅଭିନେତା। ତେଲୁଗୁ ଫିଲ୍ମରେ ବି ସୋନୁଙ୍କ ଦବଦବା ରହିଛି। ତେବେ ସୋନୁ ଏବେ ଆଉ ରିଲ୍ ଷ୍ଟାର ହୋଇ ରହିନାହାଁନ୍ତି। ସେ ଦେଶର ଜଣେ ରିଅଲ ଷ୍ଟା । କରୋନା ମହାମାରୀର ପ୍ରଥମ ଲହରରେ ହଜାର ହଜାର ଲୋକଙ୍କୁ ଭିଟାମାଟି ଫେରିବା ବ୍ୟବସ୍ଥା କରିଥିଲେ ସୋନୁ। ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଏବଂ ଔଷଧ ଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଲଗାତର କରୋନା ଆକ୍ରାନ୍ତଙ୍କ ସାହାଯ୍ୟରେ ଲାଗିପଡିଥିବା ଏହି ବଲିଉଡ୍ ଅଭିନେତା ଏବେ ପଡିଯାଇଛନ୍ତି ଆଇନ୍ ଜାଲରେ।

Advertisment

କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ରେମଡେସିଭିର ଯୋଗାଣକୁ ନେଇ ସୋନୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ଏହା ଉପରେ ସୋନୁ ବମ୍ବେ ହାଇକୋର୍ଟରେ ଇଂଟରଭେନସନ୍ ଫାଇଲ କରିଛନ୍ତି ସୋନୁ ସୁଦ। କୋର୍ଟକୁ ସୋନୁ କହିଛନ୍ତି, ନିଲେଶ ନଖୱାଲଙ୍କ ଦ୍ୱାରା ଆବେଦନ କରାଯାଇଥିବା ଜନସ୍ୱାର୍ଥ ମାମଲା କରୋନା ପ୍ରଭାବିତଙ୍କୁ ସହଯୋଗ କାର୍ଯ୍ୟରେ ପ୍ରଭାବିତ କରୁଛି। ମାମଲାରେ ତାଙ୍କ ପକ୍ଷ ବି ଶୁଣାଯାଉ ବୋଲି କୋର୍ଟକୁ ଅନୁରୋଧ କରିଛନ୍ତି ସୋନୁ।

ସୋନୁଙ୍କ ବିରୋଧରେ ନିଲେଶ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କୋରନା ଔଷଧ ରେମଡିସିଭିରର ଅଭାବ ରହିଛି । ଅନେକ ଏହି ଔଷଧ ନପାଇ ପ୍ରାଣ ହରାଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ସୋନୁ ସୁଦ କିଭଳି ଏତେ ପରିମାଣର ରେମଡିସିଭିର ଔଷଧ ପାଇପାରୁଛନ୍ତିା

Advertisment

ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ଏବଂ ସୋନୁଙ୍କ ଭୂମିକା ଉପରେ ଯାଂଚ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ରେମଡିସିଭିର ଔଷଧ ବଂଟନ ଦାୟିତ୍ୱ ସରକାରଙ୍କର ତେବେ ସୋନୁଙ୍କ ପାଖକୁ କେମିତି ଆସିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାପରଠାରୁ ଆଇନର ଜାଲରେ ପଡିଛନ୍ତି ସୋନୁ ସୁଦ।