Advertisment

ରାଇନା ମାଗିଲେ ଅକ୍ସିଜେନ୍ ସିଲିଣ୍ଡର, ସୋନୁ କହିଲେ ୧୦ ମିନିଟରେ ପହଞ୍ଚୁଛି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତରେ ଦୈନିକ ପାଖାପାଖି ୪ଲକ୍ଷ ଲୋକେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ସୁରେଶ ରାଇନା ମଧ୍ୟ ଏହି ମହାମାରୀ କାରଣରୁ ବହୁତ ଚିନ୍ତିତ ଅଛନ୍ତି। ମୀରଟରେ ରହୁଥିବା ତାଙ୍କର ସମ୍ପର୍କୀୟ କୋଭିଡ୍‌-୧୯ରେ ଆକ୍ରାନ୍ତ ଅଛନ୍ତି ଏବଂ ତାଙ୍କର ଅକ୍ସିଜେନ୍ ସ୍ତର ଲଗାତର ହ୍ରାସ ପାଉଛି । ଏଭଳି ସମ୍ପର୍କୀୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତର ଖରାପ ହେଉଥିବାରୁ […]

ଅଦ୍ୟତନ ହୋଇଛି
ରାଇନା ମାଗିଲେ ଅକ୍ସିଜେନ୍ ସିଲିଣ୍ଡର, ସୋନୁ କହିଲେ ୧୦ ମିନିଟରେ ପହଞ୍ଚୁଛି

suresh-raina-and-sonu-sood

Advertisment

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତରେ ଦୈନିକ ପାଖାପାଖି ୪ଲକ୍ଷ ଲୋକେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ସୁରେଶ ରାଇନା ମଧ୍ୟ ଏହି ମହାମାରୀ କାରଣରୁ ବହୁତ ଚିନ୍ତିତ ଅଛନ୍ତି। ମୀରଟରେ ରହୁଥିବା ତାଙ୍କର ସମ୍ପର୍କୀୟ କୋଭିଡ୍‌-୧୯ରେ ଆକ୍ରାନ୍ତ ଅଛନ୍ତି ଏବଂ ତାଙ୍କର ଅକ୍ସିଜେନ୍ ସ୍ତର ଲଗାତର ହ୍ରାସ ପାଉଛି । ଏଭଳି ସମ୍ପର୍କୀୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତର ଖରାପ ହେଉଥିବାରୁ ରାଇନା ଅକ୍ସିଜେନ୍ ପାଇଁ ସୋଶାଲ ମିଡିଆରେ ସହାୟତା ମାଗିଛନ୍ତି।

Advertisment

ରାଇନା ଟ୍ୱିଟ୍ କରି ଲୋକଙ୍କୁ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସହାୟତା ମାଗିଛନ୍ତି । ରାଇନା ଟ୍ୱିଟ୍ କରି କହିଛନ୍ତି, ମୀରଟରେ ମୋ ଆଣ୍ଟି (ସମ୍ପର୍କୀୟା)ଙ୍କୁ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକ ଅଛି। ତାଙ୍କର ବୟସ ୬୫ ଏବଂ ତାଙ୍କ ଫୁସପୁସରେ ଇନଫେକ୍ସନ୍ ହୋଇଯାଇଛି ଏବଂ ସେ କୋଭିଡ୍ ପଜିଟିଭ୍ ମଧ୍ୟ ଅଛନ୍ତି। ବିନା ଅକ୍ସିଜେନ୍ ସିଲିଣ୍ଡର ଦ୍ୱାରା ତାଙ୍କର ଅକ୍ସିଜେନ୍ ସ୍ତରର ୭୦ ହୋଇଯାଇଛି । ଦୟାକରି ସହାୟତା କରନ୍ତୁ । ରାଇନା ଏହି ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ୍ କରିଛନ୍ତି।

ରାଇନାଙ୍କ ଏହି ଟ୍ୱିଟ୍ ପରେ ଅଭିନେତା ସୋନୁ ସୁଦ୍ ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି । ସୋନୁ ସୁଦ୍ ଟ୍ୱିଟ୍ କରି ଲେଖିଛନ୍ତି, ୧୦ ମିନିଟରେ ଆପଣଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚିଯିବ । ସୋନୁ ସୁଦ୍ ରାଇନାଙ୍କ ସମ୍ପର୍କୀୟାଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚାଇଛନ୍ତି ଏବଂ ଏହା ପରେ ଏହି ଷ୍ଟାର୍ କ୍ରିକେଟର୍ ବଲିଉଡ୍ ଅଭିନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisment

https://twitter.com/SonuSood/status/1390258560177631235?s=20

ସୂଚନାଯୋଗ୍ୟ, ସୁରେଶ ରାଇନା ଆଇପିଏଲ୍‌-୨୦୨୧ ସ୍ଥଗିତ ହେବା ପରେ ଟ୍ୱିଟ୍ କରିଥିଲେ । ସେ ବିିସିଆଇର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ରାଇନା ଟ୍ୱିଟରେ ଲେଖିଥିଲେ, ଏହା ଆଉ ମଜାକ ହୋଇ ରହିନାହିଁ । ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ବାଜିରେ ଲାଗିଛି ଏବଂ ଜୀବନରେ କେବେବି ଏତେ ଅସହାୟ ଅନୁଭୂତ କରିନାହିଁ । ଆମେ ତେଣିକି ଯେତେ ବି ସହାୟତା କରିବାକୁ ଚାହିଁଲେ ବି ଆମ ପାଖରେ ସବୁ ଉତ୍ସ ଶେଷ ହୋଇ ସାରିଛି । ଦେଶର ପ୍ରତିଟି ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ପରସ୍ପର ସହ ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ସଲାମ୍ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe