sood
ମୁମ୍ୱାଇ: କରୋନା ଲକଡାଉନରେ ପ୍ରବାସୀଙ୍କ ପାଇଁ ଭଗବାନ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲୋକଙ୍କ ନିକଟରେ କିଛି ନିବେଦନ କରିଛନ୍ତି। ଏକ ଟ୍ୱିଟ୍ କରି ସୋନୁ ରୋଗୀଣା ଲୋକଙ୍କୁ ସାହାଯ୍ୟ କରି ପାଇଁ କହିଛନ୍ତି।
ସୋନୁ ଟ୍ୱିଟ୍ରେ ଲେଖିଛନ୍ତି, ‘ଆପଣମାନଙ୍କୁ ମୋର ବିନମ୍ର ନିବେଦନ, ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ। ଯେଉଁମାନେ ସକ୍ଷମ ଦୟାକରି ସେମାନେ ଆଗକୁ ଆସନ୍ତୁ ଏବଂ ନିଜ ନିକଟବର୍ତ୍ତୀ ହସ୍ପିଟାଲ୍ରେ ଭର୍ତ୍ତି ଜଣେ ଲେଖାଏଁ ରୋଗୀଙ୍କ ଦାୟିତ୍ୱ ନିଅନ୍ତୁ। ଅତିକମ୍ରେ ଆପଣମାନେ ସେମାନଙ୍କ ଔଷଧ ଖର୍ଚ୍ଚ ବହନ କରିପାରିବେ। ଯଦି ଆପଣ ଏପରି କରିବେ, ତା’ହେଲେ ମୁଁ ଆଶ୍ୱସ୍ତି ଦେଉଛି ଆପଣ ଦୁଃଖକୁ ଅଧା କରିଦେବେ। ସମସ୍ତେ ଜାଗ୍ରତ ହୁଅନ୍ତୁ।’
ଏହାପୂର୍ବରୁ ସୋନୁ ପଞ୍ଜାବର ଅନାଥ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଏକ ଟ୍ୱିଟ୍ କରିଥିଲେ।
କେବଳ ଏତିକି ନୁହେଁ, ସୋନୁ ଫିଲିପାଇନ୍ସରେ ଫସି ରହିଥିବା ପ୍ରବାସୀଙ୍କୁ ଭାରତ ଫେରାଇ ଆଣିଛନ୍ତି। ଏହାକୁ ନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ଭାରତ ଆଣି ମୁଁ ବହୁତ ଖୁସି। ଫିଲିପାଇନ୍ସ ମିଶନ୍ର ପ୍ରଥମ ଭାଗ ପୂରା ହୋଇଛି। ଏବେ ଦ୍ୱିତୀୟ ଭାଗ। ଜୟ ହିନ୍ଦ୍...।’
ଫିଲିପାଇନସ୍ ସହିତ ସୋନୁ ଋଷ୍ର ମୋସ୍କୋ, ଉଜ୍ବେକିସ୍ତାନ୍ର ତାସ୍କେଣ୍ଟ୍ରୁ ଭାରତୀୟଙ୍କୁ ଘରକୁ ଫେରାଇ ଆଣିଛନ୍ତି। ଏହି ମିଶନ୍ ସ୍ପାଇସ୍ଜେଟ୍ ମାଧ୍ୟମରେ ପୂରା ହୋଇଛି।
ସୂଚନାଯୋଗ୍ୟ, ଘରକୁ ଫେରି ଆସୁଥିବା ପ୍ରବାସୀଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ Pravasirojgar.com ନାମରେ ଏକ ୱେବସାଇଟ୍ ସୋନୁ ସୁଦ୍ ଆରମ୍ଭ କରିଛନ୍ତି। ଯେଉଁଥିରେ ଏକ ଟୋଲ୍ ଫ୍ରୀ ନମ୍ୱର ରହିଛି। ଏହାଦ୍ୱାରା ୧ ଲକ୍ଷ ପ୍ରବାସୀ ଚାକିରି ପାଇପାରିବେ ବୋଲି ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/sood.jpg)