କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନୁ ସୁଦ୍ ଓ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ଉଭୟ ଭିନ୍ନ ଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍ କଟକଣା ଜାରି ହେବା ପରେ ହଜାର ହଜାର ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରି ସୋନୁ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ଏଭଳି ଏକ ସମୟରେ ସେ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ। ସେହିପରି ବଲିଉଡ୍ ଅଭିନେତା ସୁଶାନ୍ତ […]

sonu1

sonu1

Jitendra Garnayak
  • Published: Thursday, 24 September 2020
  • Updated: 24 September 2020, 10:41 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନୁ ସୁଦ୍ ଓ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ଉଭୟ ଭିନ୍ନ ଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହିଛନ୍ତି।

କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍ କଟକଣା ଜାରି ହେବା ପରେ ହଜାର ହଜାର ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରି ସୋନୁ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ଏଭଳି ଏକ ସମୟରେ ସେ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ। ସେହିପରି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି କଙ୍ଗନା। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଭଳି ମନ୍ତବ୍ୟ ଦେବା ହେଉ ବା ବଲିଉଡ୍‌ରେ ନେପୋଟିଜମ୍‌ କଥା କହି ସେ ଚର୍ଚ୍ଚାରେ ରହିଛନ୍ତି। ସେହିଭଳି ବଲିଉଡ୍‌ରେ ଡ୍ରଗ୍ସ କାରବାର କଥା ହେଉ ଅବା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର କହି ସେ ଚର୍ଚ୍ଚାରେ ରହିଛନ୍ତି।

କିନ୍ତୁ ଏବେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଏ ଦୁହେଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରସଙ୍ଗଟି ହେଉଛି- କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ। ପୂର୍ବରୁ କଙ୍ଗନା କହିଥିଲେ ଯେ ସେ ନିର୍ଦ୍ଦେଶନା ଦେବାରୁ ସୋନୁ ଫିଲ୍ମଟିକୁ ଛାଡ଼ି ଦେଇଥିଲେ। ଜଣେ ମହିଳାଙ୍କ ନିର୍ଦ୍ଦେଶନାରେ ସୋନୁ କାମ କରିବାକୁ ଚାହୁଁ ନଥିଲେ ବୋଲି ସେ କହିଥିଲେ। ଆଉ ଏବେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୋନୁ।

ବର୍ଖା ଦତ୍ତଙ୍କ ‘ମୋଜୋ’କୁ ଦେଇଥିବା ଏକ ଲମ୍ବା ସାକ୍ଷାତକାର ଅବସରରେ ଏହା ବିଷୟରେ କହିଥିଲେ ସୋନୁ। ସେ କହିଥିଲେ- “କଙ୍ଗନା ମୋର ଜଣେ ବନ୍ଧୁ। ବହୁତ ବର୍ଷ ହେଲାଣି ଆମ ବନ୍ଧୁତାକୁ। ସେ ଯେତେବେଳେ ତାଙ୍କର ପ୍ରଥମ ଫିଲ୍ମ କରିଥିଲେ, ସେବଠୁ ମୁଁ ତାଙ୍କୁ ଜାଣିଛି। କାହା ବିଷୟରେ କହିବାକୁ ମୋତେ କଷ୍ଟ ଲାଗେ। କାରଣ ତା’ର ଭିନ୍ନ ଅର୍ଥ ବାହାରିପାରେ ବା ସେହି କଥା ତାଙ୍କୁ ଓ ତାଙ୍କ ବାପାମା’ଙ୍କୁ କଷ୍ଟ ଲାଗି ପାରେ। ମୁଁ କଙ୍ଗନାଙ୍କ ବାପାମା’ ତଥା ତାଙ୍କ ଭଉଣୀଙ୍କୁ ଭଲ ଭାବେ ଜାଣେ। ତେଣୁ ମୁଁ ଏମିତି କିଛି କହିବାକୁ ଚାହୁଁନି, ଯାହା ସେମାନଙ୍କୁ କଷ୍ଟ ଦେବ। ତେବେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଯେ ଯେତେବେଳେ ନିର୍ଦ୍ଦେଶକ କହିଥିଲେ ଯେ ସେ ଆଉ ଏହି ଫିଲ୍ମର ଅଂଶ ନାହାନ୍ତି ଓ ଆଉ କେହି ଏହାର ନିର୍ଦ୍ଦେଶନା ଦେବେ, ସେତେବେଳେ ମୁଁ କଙ୍ଗନାଙ୍କ ସହିତ କଥା ହୋଇଥିଲି।

ସେ କହିଥିଲେ ଯେ ସେ ଏହାର ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି। ଏହା ସହିତ ସେ ମୋର ସମର୍ଥନ ଚାହିଁଥିଲେ। ମୁଁ ତାଙ୍କ ସହିତ ରହିବି ବୋଲି କହିଥିଲି। ତେବେ ନିର୍ଦ୍ଦେଶକଙ୍କୁ ପୁଣି ଥରେ ଡାକିବା ପାଇଁ କହିଥିଲି। କାରଣ ଏହି ଫିଲ୍ମ ପାଇଁ ସେ ବହୁତ ପରିଶ୍ରମ କରିଥିଲେ ଓ ଶୁଟ୍‌ ବି କରିଥିଲେ। କିନ୍ତୁ କଙ୍ଗନା ଏହାକୁ କରିବାକୁ ଚାହୁଁଥିବା କହିଥିଲେ। ଏହାପରେ ମୁଁ ଫିଲ୍ମର ଯେତିକି ଅଂଶ ଶୁଟିଂ ସରିଥିଲା, ତାହା ଦେଖିବାକୁ ଚାହିଁଥିଲି। ମୁଁ ସେଗୁଡ଼ିକୁ ଦେଖିଥିଲି। ସେଥିରେ ମୋ ସବୁ ସିନ୍ ଗୁଡ଼ିକ ନଥିଲା। ଫିଲ୍ମର ଅଶି ପ୍ରତିଶତ ସିନ୍‌ରେ ମୁଁ ନଥିଲି।

ଏହା ପରେ ମୁଁ କହିଥିଲି ବଡ଼ ପରିଶ୍ରମ କରି ଯେଉଁ ସବୁ ସିନ୍ ଆମେ କରିଥିଲୁ ସେଗୁଡ଼ିକ ନାହିଁ। ଏବେ କେମିତି ପୁଣି ଶୁଟ୍ କରିବା। ତେବେ ଜଣେ ବନ୍ଧୁ ଭାବେ ସେ କହିଥିଲେ ସେ ସେମିତି ହିଁ ଚାହୁଁଛନ୍ତି। ଏହା ପରେ ମୁଁ କହିଥିଲି ଯେ ଦେଖ କଙ୍ଗନା ତୁମେ ମୋର ଜଣେ ଭଲ ବନ୍ଧୁ। କିନ୍ତୁ ସେହି ସବୁ ସିନ୍ ଶୁଟ୍ କରିବାକୁ ମୁଁ ସହଜ ମନେ କରୁନି, ଯାହା ତୁମେ ଚାହୁଁଛ। ମୁଁ ସେହି କାହାଣୀକୁ ଓ ନିର୍ଦ୍ଦେଶକକୁ ହଁ କହିଥିଲି। କିନ୍ତୁ ତୁମେ ଯଦି ଏହାର ନିର୍ଦ୍ଦେଶନା ଦେବାକୁ ଚାହୁଁଛ, ତା’ହେଲେ ମୁଁ ହାତଯୋଡ଼ି ଏଥିରୁ ବାହାରି ଯିବା ପାଇଁ ଚାହୁଁଛି। ଏମିତି କି ଏ ବିଷୟରେ କିଛି କଥା ହେବିନି ବୋଲି କହିଥିଲି। କିନ୍ତୁ ମୋତେ ବହୁତ ଦୁଃଖ ଲାଗିଥିଲା। କାରଣ ମୁଁ ଚାରି ମାସ ବହୁତ ପରିଶ୍ରମ କରିଥିଲି। ଏଥିପାଇଁ ବହୁତ ପ୍ରୋଜେକ୍ଟ ହାତଛଡ଼ା କରିଥିଲି। ତେବେ ଏ ବିଷୟରେ ପୂର୍ବରୁ କେବେ କିଛି କହି ନଥିଲି।”

ସୋନୁ ‘ମଣିକର୍ଣ୍ଣିକା’ ଛାଡ଼ିବା ସମୟରେ କଙ୍ଗନା କହିଥିଲେ ଯେ ସେ ଜଣେ ମହିଳା ବସ୍‌ଙ୍କ ଅଧୀନାରେ କାମ କରିବାକୁ ଚାହୁଁ ନଥିବାରୁ ଫିଲ୍ମ ଛାଡ଼ି ଦେଇଥିଲେ। ଏ ପ୍ରସଙ୍ଗରେ ସୋନୁ କହିଛନ୍ତି ଯେ ସେ ଫର୍‌ହା ଖାନ୍‌ଙ୍କ ନିର୍ଦ୍ଦେଶନାରେ କାମ କରିଛନ୍ତି। ମହିଳାମାନଙ୍କ ପ୍ରତି ତାଙ୍କର ସମ୍ମାନ ଅଛି। ଏଣୁ ସେ କଥାର କିଛି ଅର୍ଥ ନାହିଁ।

ସୂଚନାଯୋଗ୍ୟ, ‘ମଣିକର୍ଣ୍ଣିକା’ର ନିର୍ଦ୍ଦେଶନା ପ୍ରଥମେ କ୍ରିଶ୍‌ ଦେଉଥିଲେ। କିନ୍ତୁ ପରେ କଙ୍ଗନା ଏହାର ନିର୍ଦ୍ଦେଶନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos