ରାତି ଅଧରେ ଅକ୍ସିଜେନ୍ ପହଞ୍ଚାଇଲେ ସୋନୁ ସୁଦ, ବଞ୍ଚିଗଲା ୨୨ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ପୁଣି ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏଥର ସୋନୁଙ୍କ ପାଇଁ ଅତିକମରେ ୨୨ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଛି । ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏଆରଏକେ ହସ୍ପିଟାଲ ଅକ୍ସିଜେନ ଯୋଗାଇବା ପାଇଁ ଗୁହାରି କରିଥିଲା । ଏହା ପରେ ସୋନୁ ସୁଦ୍ ଓ ତାଙ୍କ ଟିମ୍ ସାରା ରାତି ଅନିଦ୍ରା ରହି କିଛି ଘଣ୍ଟା ଭିତରେ ୧୫ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା […]

nu-sood

Ranjit Kumar Jena
  • Published: Wednesday, 05 May 2021
  • , Updated: 05 May 2021, 01:20 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ପୁଣି ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏଥର ସୋନୁଙ୍କ ପାଇଁ ଅତିକମରେ ୨୨ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଛି । ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏଆରଏକେ ହସ୍ପିଟାଲ ଅକ୍ସିଜେନ ଯୋଗାଇବା ପାଇଁ ଗୁହାରି କରିଥିଲା । ଏହା ପରେ ସୋନୁ ସୁଦ୍ ଓ ତାଙ୍କ ଟିମ୍ ସାରା ରାତି ଅନିଦ୍ରା ରହି କିଛି ଘଣ୍ଟା ଭିତରେ ୧୫ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରିଥିଲେ ।

ରିପୋର୍ଟ ମୁତାବକ, ମଙ୍ଗଳବାର ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନର ଜଣେ ସଦସ୍ୟଙ୍କୁ ୟେଲାହଙ୍ଗା ଅଞ୍ଚଳରୁ ଏମଆର୍ ସତ୍ୟନାରାୟଣ ଫୋନ୍ କରିଥିଲେ । ସତ୍ୟନାରାୟଣ କହିଥିଲେ ଯେ ଏଆରଏକେ ହସ୍ପିଟାଲରେ ସ୍ଥିତି ବହୁତ ଖରାପ । ହସ୍ପିଟାଲରେ ଅକ୍ସିଜେନର ଅଭାବ କାରଣରୁ ପୂର୍ବରୁ ହିଁ ଦୁଇଜଣଙ୍କ ଜୀବନ ଚାଲିଯାଇଛି ।

ଏହି ଖବର ପାଇବା ପରେ ସୋନୁ ସୁଦ୍ ଓ ତାଙ୍କ ପୂରା ଟିମ୍ ଅଧ ରାତିରେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ରେ ଲାଗି ପଡ଼ିଥିଲେ । ବିଳମ୍ବିତ ରାତିରେ ସୋନୁ ନିଜର ସମସ୍ତ ସହଯୋଗୀଙ୍କୁ ଫୋନ୍ କରି ଏମରଜେନ୍ସି ଥିବା ଜଣାଇଥିଲେ । କିଛି ଘଣ୍ଟା ପରେ ସୋନୁ ସୁଦ୍ ଓ ତାଙ୍କ ଟିମ୍ ୧୫ ଅକ୍ସିଜେନ୍ ସିଲିଣ୍ଡର ନେଇ ହସ୍ପିଟାଲରେ ପହଞ୍ଚି ଯାଇଥିଲା ।

ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠାରୁ ବଡ଼ ଉପଲବ୍ଧି । ସୋନୁ ସୁଦ୍ କହନ୍ତି ଯେ ‘ଏହା ଏକ ଟିମ୍ ୱାର୍କ ଏବଂ ଆମର ସାଥୀମାନେ ଦେଶବାସୀଙ୍କ ସେବା କରିବା ପାଇଁ ସ୍ୱୟଂ ଇଚ୍ଛାଶକ୍ତି ଦେଖାଇଛନ୍ତି । ଆମକୁ ଯେମିତି ଇନ୍ସପେକ୍ଟର ସତ୍ୟନାରାୟଣଙ୍କ ଫୋନ୍ ଆସିଲା, ଆମେ କିଛି ମିନିଟ୍ ଭିତରେ କାମ କରିବା ଆରମ୍ଭ କରିଦେଲୁ । ଟିମ୍ ସାରା ରାତି ଆଉ କିଛି ନଭାବି କେବଳ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବାରେ ଲାଗି ପଡ଼ିଲେ । ଯଦି ବିଳମ୍ବ ହୋଇଥାନ୍ତା, ତାହେଲେ ଅନେକ ସମ୍ପର୍କୀୟ ନିଜ ଲୋକଙ୍କୁ ହରାଇ ବସିଥାନ୍ତେ ।

ସୋନୁ ସୁଦ୍ ଆହୁରି କହିଛନ୍ତି, ଯେଉଁମାନେ ଗତ ରାତିରେ ଏତେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି, ସେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋ ଟିମ୍ ସଦସ୍ୟଙ୍କ ଏନି ନିଷ୍ଠା ହିଁ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି । ମୋ ଟିମ୍ ସଦସ୍ୟଙ୍କ ଉପରେ ମୁଁ ଗର୍ବିତ ।

ମଙ୍ଗଳବାର ରାତିରେ ହୋଇଥିବା ଏହି ମିଶନ୍ ଅକ୍ସିଜେନ୍ ଅପରେସନରେ ସୋନୁ ସୁଦଙ୍କ ଟିମ୍ ସହ ପୁଲିସ୍ ମଧ୍ୟ ଖୁବ୍ ସହାୟତା କରିଛି । ଜଣେ ରୋଗୀଙ୍କୁ ସ୍ଥାନ୍ତାନ୍ତର କରାଯିବାର ଥିଲା । କିନ୍ତୁ କୌଣସି ଆମ୍ବୁଲାନ୍ସ ଡ୍ରାଇଭର ନଥିଲେ । ଏଭଳି ସ୍ଥିତିରେ ପୁଲିସ୍ ରୋଗୀଙ୍କୁ ନେଇ ଅନ୍ୟ ଏକ ହସ୍ପିଟାଲ ଯାଇଥିଲେ ।

Related story