Advertisment

କ୍ୱାରେଣ୍ଟାଇନ୍‌ରେ ରିୟଲ୍‌ ହିରୋ

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରଙ୍କୁ କରୁଛି ଗ୍ରାସ। ଏବେ ଏହି କରୋନା କବଳରେ ପଡିଛନ୍ତି ଲକଡାଉନର ରିୟଲ୍‌ ହିରୋ ତଥା ଅଭିନେତା ସୋନୁ ସୁଦ। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୋନୁ ସୁଦ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି, ତାଙ୍କ […]

ଅଦ୍ୟତନ ହୋଇଛି
କ୍ୱାରେଣ୍ଟାଇନ୍‌ରେ ରିୟଲ୍‌ ହିରୋ

Sonu Sood

Advertisment

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରଙ୍କୁ କରୁଛି ଗ୍ରାସ। ଏବେ ଏହି କରୋନା କବଳରେ ପଡିଛନ୍ତି ଲକଡାଉନର ରିୟଲ୍‌ ହିରୋ ତଥା ଅଭିନେତା ସୋନୁ ସୁଦ। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

Advertisment

କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୋନୁ ସୁଦ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି, ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ସୁରକ୍ଷା ଦୃଷ୍ଟିରୁ ଘରେ ହିଁ ନିଜକୁ କ୍ୱାରେଣ୍ଟାଇନ୍‌ କରିଛନ୍ତି। ତେବେ ଏଭଳି ସ୍ଥିତିରେ ଏଥିରେ ଭୟ କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ଖୁବଶୀଘ୍ର ସେ ଭଲ ହୋଇ ଲୋକଙ୍କୁ ପୁଣି ଥରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ବୋଲି ସୋନୁ କହିଛନ୍ତି।

ସୂଚନାଯୋଗ୍ୟ,ଗତ ବର୍ଷ ଲକଡାଉନ ସମୟରେ ପ୍ରବାସୀଙ୍କ ଭଗବାନ ସାଜିଥିଲେ ସୋନୁ ସୁଦ୍।  ଲକ୍ଷଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ ଏହି ଅଭିନେତା । ଅନେକଙ୍କ ଆବଶ୍ୟକତା ପୂରଣ ମଧ୍ୟ କରିଥିଲେ । ଏପରିକି ଶହଶହ ଲୋକଙ୍କୁ ରୋଜଗାର ଦେବା ସହ ରିଅଲ୍ ହିରୋ ପାଲଟିଥିଲେ । ଏହାକୁ ନେଇ ତାଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିଥିଲା ।

Advertisment

https://twitter.com/SonuSood/status/1383327019220439042?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1383327019220439042%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fsonu-sood-tests-positive-for-covid-19-quarantines-himself-posts-tweet-tmov-1240332-2021-04-17

Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe