Advertisment

ସୋନୁଙ୍କ ପାଇଁ ନୂଆ ଜୀବନ ପାଇବେ ୩୯ ଶିଶୁ

ମୁମ୍ୱାଇ : ପ୍ରବାସୀଙ୍କୁ ସାହାଯ୍ୟ କରି ଜାତୀୟ ସ୍ତରରେ ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି। ସୋନୁଙ୍କ ପାଇଁ ଫିଲିପାଇନସ୍‌ରେ ଥିବା ୩୯ ଜଣ ଅସୁସ୍ଥ ଶିଶୁ ନୂଆଦିଲ୍ଲୀ ଆସି ଚିକିତ୍ସିତ ହେବେ। ଏହି ଶିଶୁଙ୍କର ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ବ୍ୟବସ୍ଥା କରିଛନ୍ତି ସୋନୁ। ଏ ନେଇ ଗୁରୁବାର ସୋନୁ ଘୋଷଣା କରିଛନ୍ତି। Let’s save these precious lives. Will get them to India in the […]

ସୋନୁଙ୍କ ପାଇଁ ନୂଆ ଜୀବନ ପାଇବେ ୩୯ ଶିଶୁ

pic

Advertisment

ମୁମ୍ୱାଇ : ପ୍ରବାସୀଙ୍କୁ ସାହାଯ୍ୟ କରି ଜାତୀୟ ସ୍ତରରେ ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି। ସୋନୁଙ୍କ ପାଇଁ ଫିଲିପାଇନସ୍‌ରେ ଥିବା ୩୯ ଜଣ ଅସୁସ୍ଥ ଶିଶୁ ନୂଆଦିଲ୍ଲୀ ଆସି ଚିକିତ୍ସିତ ହେବେ। ଏହି ଶିଶୁଙ୍କର ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ବ୍ୟବସ୍ଥା କରିଛନ୍ତି ସୋନୁ। ଏ ନେଇ ଗୁରୁବାର ସୋନୁ ଘୋଷଣା କରିଛନ୍ତି।

Advertisment

ରିପୋର୍ଟ ଅନୁସାରେ ଏହି ସମସ୍ତ ଫିଲିପାଇନ୍ସ ଶିଶୁଙ୍କର ବୟସ ୧ରୁ ୫ ବର୍ଷ। ଯେଉଁମାନେ ବିଲିଆରୀ ଆଟ୍ରେସିଆ (biliary atresia) ପରି ଲିଭର୍‌ ରୋଗରେ ପୀଡ଼ିତ। ନୂଆଦିଲ୍ଲୀରେ ଏମାନଙ୍କର ସର୍ଜରୀ କରିବା ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ କରୋନା ଲକଡାଉନ ପାଇଁ ଫିଲିପାଇନ୍ସରୁ ନୂଆଦିଲ୍ଲୀ ଆସିପାରୁନଥିଲେ। ଫିଲିପାଇନ୍ସରୁ ନୂଆଦିଲ୍ଲୀ ଉଡ଼ି ଆସିବା ପାଇଁ ସୋନୁ ଏମାନଙ୍କୁ ସାହାଯ୍ୟ କରିଛନ୍ତି।

Advertisment

ଟ୍ୱିଟ୍‌ କରି ସୋନୁ କହିଛନ୍ତି, ‘ଆସନ୍ତୁ ଏହି ମୂଲ୍ୟବାନ ଜୀବନକୁ ବଞ୍ଚାଇବା। ଏହି ୩୯ ଜଣ ପରୀ ଆସନ୍ତା ଦୁଇଦିନ ମଧ୍ୟରେ ଭାରତରେ ପହଞ୍ଚିବେ। ଏମାନଙ୍କ ବ୍ୟାଗ୍‌ ପ୍ୟାକ୍‌ ହୋଇସାରିଲାଣି।’

ନିକଟରେ ପ୍ରବାସୀଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ଓ ତାଙ୍କ ଟିମ୍‌ ଏକ ଟୋଲ୍‌ ଫ୍ରୀ ନମ୍ୱର ଓ ହ୍ୱାଟସ୍‌ଆପ୍‌ ହେଲପ୍‌ ଲାଇନ୍‌ ନମ୍ୱର ଜାରି କରିଥିଲେ। ସେହିପରି ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଏକ ଆପ୍‌ ମଧ୍ୟ ଲଞ୍ଚ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe