Advertisment

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ପଶ୍ଚିମବଙ୍ଗର ବିଶିଷ୍ଟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆଜି ପରଲୋକ ହୋଇଯାଇଛି। କୋଲକାତାର ଏକ ଡାକ୍ତରଖାନାରେ ଦିନ ୧୨ଟା ୧୫ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅକ୍ଟୋବର ୬ ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ତାଙ୍କ ଠାରେ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥିଲା ଓ ତାଙ୍କ ଅବସ୍ଥା […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

soumitra

କୋଲକାତା: ପଶ୍ଚିମବଙ୍ଗର ବିଶିଷ୍ଟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆଜି ପରଲୋକ ହୋଇଯାଇଛି। କୋଲକାତାର ଏକ ଡାକ୍ତରଖାନାରେ ଦିନ ୧୨ଟା ୧୫ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

Advertisment

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅକ୍ଟୋବର ୬ ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ତାଙ୍କ ଠାରେ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥିଲା ଓ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଉ ଶେଷରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ସୌମିତ୍ର ଚାଟାର୍ଜୀ ବଙ୍ଗାଳି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୧୨ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Advertisment

ଅସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସହିତ ସୌମିତ୍ର ଚାଟାର୍ଜୀ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ଥିଲା ଅପୁର ସଂସାର। ଏହା ୧୯୫୯ରେ ରିଲିଜ୍ ହୋଇଥିଲା।

Soumitra Chatterjee