chiranjivi2
ନୂଆଦିଲ୍ଲୀ: ସୁପରଷ୍ଟାର ଚିରଞ୍ଜୀବୀ କରୋନାରେ ଆକ୍ରାନ୍ତ ହୋଇଛି। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଆଜି ସକାଳେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି, ନିୟମ ଅନୁସାରେ ‘ଆଚାର୍ଯ୍ୟର ଶୁଟିଂ ପୂର୍ବରୁ କୋଭିଡ୍ ଟେଷ୍ଟ୍ କରାଇଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ୍ ଆସିଛି।’
ଚିରଞ୍ଜୀବୀ ଆହୁରି ଲେଖିଛନ୍ତି ଯେ ତାଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ତେବେ ପଜିଟିଭ୍ ବାହାରିଥିବା ଯୋଗୁ ସେ ଘରେ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ଗତ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ୍ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଚିରଞ୍ଜୀବୀ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ସେମାନଙ୍କ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତେବେ ଏହି ଫଟୋରେ ଉଭୟ ମାସ୍କ ପିନ୍ଧି ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/chiranjivi2.jpg)