Advertisment

୭୪ ବର୍ଷରେ ଥଲାଇଭା, ଆଜିବି କମିନି ରଜନୀକାନ୍ତଙ୍କ କ୍ରେଜ୍

ରଜନୀକାନ୍ତ ଦେଶର ଏମିତି ଜଣେ ଅଭିନେତା ଯାହାଙ୍କ ଷ୍ଟାଇଲ୍ ଓ ନିଆରା ଆକ୍ସନ୍ ୫୦ ବର୍ଷ ପରେ ବି ଦର୍ଶକଙ୍କୁ ଦିୱାନା କରି ରଖିଛି। ତାଙ୍କ ଜନ୍ମଦିନରେ ଚେନ୍ନାଇରେ ଜୋରଦାର ସେଲିବ୍ରେସନ୍ ଆରମ୍ଭ ହୋଇଛି।

Rajnikanth

Rajnikanth

Advertisment

ଥଲାଇଭା ଓରଫ୍‌ ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ। ଆଜି ତାଙ୍କ ଜନ୍ମ ଦିନ। ସେ ୭୪ ବର୍ଷରେ ପାଦ ଥାପିଛନ୍ତି। ବୟସ ଯେତେ ବଢ଼ୁଛି ତାଙ୍କ କ୍ରେଜ ମଧ୍ୟ ସେତିକି ବଢ଼ୁଛି। ବୟସ୍କ ହୋଇନି ତାଙ୍କ ଫିଲ୍ମୀ ଚରିତ୍ର। ଆଜି ବି ସେ ୧୯୯୧ରେ ହମ୍ ଫିଲ୍ମର କୁମାର। ସେଇ ଜୋସ୍, ସେହି ଆକ୍ସନ୍ ଆଉ ସେହି ଡାଇଲଗ୍। ଦର୍ଶକଙ୍କୁ କରୁଛି ମତୁଆଲା।

Advertisment

ରଜନୀକାନ୍ତ ଦେଶର ଏମିତି ଜଣେ ଅଭିନେତା ଯାହାଙ୍କ ଷ୍ଟାଇଲ୍ ଓ ନିଆରା ଆକ୍ସନ୍ ୫୦ ବର୍ଷ ପରେ ବି ଦର୍ଶକଙ୍କୁ ଦିୱାନା କରି ରଖିଛି। ତାଙ୍କ ଜନ୍ମଦିନରେ ଚେନ୍ନାଇରେ ଜୋରଦାର ସେଲିବ୍ରେସନ୍ ଆରମ୍ଭ ହୋଇଛି। ଫ୍ୟାନ୍ ମାନେ ତାଙ୍କ ପ୍ରତିମୂର୍ତ୍ତିରେ କ୍ଷୀର ଢାଳି ଅଭିଷେକ କରିଛନ୍ତି। ସେହିପରି ବଡ଼ ବଡ଼ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ମହାରାଷ୍ଟ୍ରରେ, ମରାଠୀ ପରିବାରରେ ଜନ୍ମ ନେଇଥିଲେ ଶିବାଜୀ ରାଓ ଗାଏକ୍ୱାଡ୍। ବସ୍ କଣ୍ଡକ୍ଟର୍ ଥିବା ଶିବାଜୀ ଥିଏଟର୍ ଓ ପରେ ତାମିଲ୍ ଫିଲ୍ମରେ ଏଣ୍ଟ୍ରି କରିଥିଲେ।

Advertisment

୧୯୭୫ରେ ତାମିଲ ଫିଲ୍ମ ‘ଅପୂର୍ବ ରଙ୍ଗଲା’ରୁ ପାଦ ଥାପିବା ପରେ ତାଙ୍କ ନାଁ ଆଉ ପରିଚୟ ବଦଳି ଯାଇଥିଲା। ଶିବାଜୀ ରାଓରୁ ସେ ବନି ଯାଇଥିଲେ ରଜନୀକାନ୍ତ। ସେବେଠୁ ୫ ଦଶନ୍ଧି ଧରି ବ୍ୟାକ୍ ଟୁ ବ୍ୟାକ୍ ସୁପରହିଟ୍, ବ୍ଲକବଷ୍ଟର୍ ଦେବାରେ ରେକର୍ଡ କରିଛନ୍ତି ଥଲାଇଭା।

ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜେଲର୍‌'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଆଉ ଏହାର ଗୀତ ବକ୍ସ ଅଫିସ୍‌ରେ ହୋଇଥିଲା ସୁପରହିଟ୍‌। ଏହି ଫିଲ୍ମରେ ମଧ୍ୟ ରଜନୀକାନ୍ତଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ୨୦୨୫ରେ ଅପ୍‌କମିଂ ଫିଲ୍ମ 'କୁଲି'ରେ ପୁଣି ଥରେ ରଜନୀକାନ୍ତଙ୍କୁ ପରଦାରେ ଦେଖିବାକୁ ମିଳିବ। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଚାଲିଛି।

Bollywood Rajinikanth Happy Birth Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe