ଗଲୱାନ ସହିଦଙ୍କ ପିଲାଙ୍କ ସହ ସେଲ୍ଫି ନେଲେ ରାମ ଚରଣ

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର୍ ରାମ ଚରଣ। ସେ ଏବେ ସମସ୍ତଙ୍କ ଫେଭରେଟ୍ ଷ୍ଟାର୍ ପାଲଟିଛନ୍ତି। ତାଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି। ଫିଲ୍ମ ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଏଭଳି କିଛି କରିଛନ୍ତି ଯାହାକୁ ଦେଖି ତାଙ୍କୁ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ପ୍ରକୃତରେ ୨୦୨୦ରେ ଚାଇନା ପିପୁଲ୍ସ ଲିବରେସନ ଆର୍ମି ସହ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନ କର୍ଣ୍ଣଲ […]

Ram Charan

Ram Charan

Madhupriya Mistry
  • Published: Wednesday, 07 December 2022
  • Updated: 07 December 2022, 01:05 PM IST

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର୍ ରାମ ଚରଣ। ସେ ଏବେ ସମସ୍ତଙ୍କ ଫେଭରେଟ୍ ଷ୍ଟାର୍ ପାଲଟିଛନ୍ତି। ତାଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି। ଫିଲ୍ମ ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଏଭଳି କିଛି କରିଛନ୍ତି ଯାହାକୁ ଦେଖି ତାଙ୍କୁ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

ପ୍ରକୃତରେ ୨୦୨୦ରେ ଚାଇନା ପିପୁଲ୍ସ ଲିବରେସନ ଆର୍ମି ସହ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପିଲାଙ୍କ ସହ ରାମଚରଣ ସେଲ୍ଫି କ୍ଲିକ୍ କରିଛନ୍ତି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/HereFoRamCharan/status/1598972480282329089?s=20&t=RUiSOaJ7w-UtTHqKnv1iqw

ନିକଟରେ ରାମଚରଣଙ୍କୁ ଏକ ପୁରସ୍କାର ସମାରୋହରେ ନିମନ୍ତ୍ରିତ କରାଯାଇଥିଲା। ଏଠାରେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ମହାନ କାମ ଓ ଯୋଗଦାନ ପାଇଁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାମ ଚରଣ ଗଲୱାନ ସହିଦ ଯବାନ ସନ୍ତୋଷ ବାବୁଙ୍କ ପିଲାଙ୍କ ସହ ସେଲ୍ଫି ଉଠାଇଥିଲେ। ସେମାନଙ୍କ ସହ ସେ ଖୁବ ମଜାମସ୍ତି ମଧ୍ୟ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାମ ଚରଣଙ୍କୁ ସୋଶାଲ ମିଡିଆ ୟୁଜର୍ସମାନେ ପ୍ରଶଂସା କରୁଛନ୍ତି।

ନିର୍ଦ୍ଦେଶକ ବୁଚି ବାବୁ ସାନାଙ୍କ ସହ ରାମ ଚରଣ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଏକ ସ୍ପୋର୍ଟସ୍ ଡ୍ରାମା ଉପରେ ଆଧାରିତ ହେବ। ତେବେ ଏଯାଏଁ ଏହି ଫିଲ୍ମର ଟାଇଟଲ୍ କ’ଣ ରହିବ ସେ ନେଇ କୌଣସି ଆଲୋଚନା ହୋଇନାହିଁ। ତେବେ ଫିଲ୍ମ ଫିଲ୍ମର ଟାଇଟଲ୍ ଆର୍‌ସି-୧୬ ରଖାଯାଇଥିବା ଶୁଣିବାକୁ ମିଳିଛି। ଫିଲ୍ମକୁ ନେଇ ରାମଚରଣ ଟ୍ୱିଟ୍ କରି କହିଛନ୍ତି, ମୁଁ ବେଶ୍ ଉତ୍ସାହିତ। ବୁଚି ବାବୁ ସାନା ଏବଂ ପୁରା ଟିମ୍ ସହିତ କାମ କରିବାକୁ ଆଗ୍ରହୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos