/odisha-reporter/media/post_attachments/uploads/2021/02/Shridevi-1.jpg)
Shridevi-1
ମୁମ୍ବାଇ: ବଲିଉଡର ହୱା ହୱାଇ ଗାର୍ଲ ତଥା ସବୁଠୁ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୂରିଛି। ୨୦୧୮ ଫେବ୍ରୁଆରୀ ୨୪ ତାରିଖ ଦିନ ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ। ତାଙ୍କର ଅଚାନକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଆଜି ବି ଶ୍ରୀଦେବୀଙ୍କ ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏପରିକି ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଆଜି ବି ଝୁରୁଛନ୍ତି।
[caption id="attachment_622103" align="aligncenter" width="650"]
ମୃତ୍ୟୁ ପୂର୍ବରୁ ନିଜ ପରିବାର ସହ ଶ୍ରୀଦେବୀ ସେଆର କରିଥିବା ଫଟୋ[/caption]
ନିକଟରେ ମା’ଙ୍କୁ ମନେ ପକାଇ ଝିଅ ଜାହ୍ନବୀ କପୁର ନିଜ ଇନଷ୍ଟାଗ୍ରାମରେ ଶ୍ରୀଦେବୀ ଲେଖିଥିବା ଏକ ହାତ ଲେଖ ଚିଠିକୁ ଜାହ୍ନବୀ ସେଆର କରିଛନ୍ତି। ଏଥିସହ ଏକ ଦୁଃଖ ଭରା ନୋଟ ମଧ୍ୟ ଲେଖିଛନ୍ତି। ଶ୍ରୀଦେବୀଙ୍କ ପୂଣ୍ୟତିଥି ଅବସରରେ ବୋନି କପୁର, ଜାହ୍ନବୀ କପୁର ଏବଂ ଖୁସି କପୁର ତାଙ୍କ ଚେନ୍ନାଇ ସ୍ଥିତ ଘରେ ଏକ ପୂଜାର ଆୟୋଜନ ମଧ୍ୟ କରିଛନ୍ତି।
୨୦୧୮ରେ ଶ୍ରୀଦେବୀ ଦୁବାଇରେ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ବାଥଟବରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କ ପରିବାର ସହ ଏକ ଫଟୋ କିଛି ଭିଡିଓକୁ ସେଆର କରିଥିଲେ। ଏହି ଫଟୋରେ ସେ ବେଶ ଖୁସି ନଜର ଆସିବା ସହ ବିବାହ ଉତ୍ସବକୁ ମନ ଭରି ଏନଜୟ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀଦେବୀ ସେଆର କରିଥିବା ଫଟୋ ଏବଂ ଭିଡିଓକୁ ଦେଖିଲେ ଆଜି ସେ ବେଶ ମନେପଡନ୍ତି। ଏବଂ ସେ ଆମ ଗହଣା ଜୀବିତ ଥିଲା ଭଳି ମନେ ହୁଅନ୍ତି। ଶ୍ରୀଦେବୀଙ୍କ କିଛି ପ୍ରଶଂସକ ଏହ ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି ଫେରି ଆସ। ଆମେ ତୁମକୁ ପ୍ରତିଦିନ ମିସ୍ କରୁଛୁ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
