Advertisment

ରିଲିଜ୍ ହେଲା କିଙ୍ଗ୍ ଖାନଙ୍କ 'ଡଙ୍କି'; ବାଣ ଫୁଟାଇ ନାଚିଲେ ଫ୍ୟାନ୍ସ

ଜାନୁଆରୀରେ ପଠାନ, ସେପ୍ଟେମ୍ବରରେ ଯବାନ ଏବଂ ବର୍ଷ ଶେଷରେ କିଙ୍ଗ୍ ଖାନଙ୍କ ଡଙ୍କି ରିଲିଜ୍ ହୋଇଛି।

ଅଦ୍ୟତନ ହୋଇଛି
Dunki Poster

Dunki Poster

Advertisment

ପରଦାକୁ ଆସିଲା ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି। ଫିଲ୍ମ ରିଲିଜ୍ ହେଉ ହେଉ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଜାନୁଆରୀରେ ପଠାନ, ସେପ୍ଟେମ୍ବରରେ ଯବାନ ଏବଂ ବର୍ଷ ଶେଷରେ କିଙ୍ଗ୍ ଖାନଙ୍କ ଡଙ୍କି ରିଲିଜ୍ ହୋଇଛି। ଫାଷ୍ଟ ଡେ’ ଫାଷ୍ଟ ଶୋ’ ବମ୍ପର ଓପନିଂ ସହ ସ୍କ୍ରିନ୍କୁ ଫେରିଛନ୍ତି ଶାହରୁଖ।

Advertisment

ପଠାନ ଓ ଯବାନଙ୍କୁ ଦର୍ଶକଙ୍କ ଖୁବ୍ ଭଲ ରେସ୍ପନ୍ସ ମିଳିଥିଲା। ଯବାନ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆୟ କରିଥିବା ହିନ୍ଦୀ ସିନେମା ତାଲିକାରେ ରହିଛି। ତେବେ ଡଙ୍କିର ବକ୍ସ ଅଫିସ୍ କଲେକ୍ସନ୍ କେତେ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି। ଆରମ୍ଭରୁ ସିନେମା ହଲରେ ଯେଉଁପରେ ଖଚାଖଚ ଭିଡ ରହୁଛି, ସେଥିରୁ ଅନୁମାନ କରାଯାଉଛି ଯେ ପଠାନ ଓ ଯବାନ ପରି ଡଙ୍କି ବି ଧୁମ୍ ମଚାଇବ। ସିନେମା ହଲ୍ ବାହାରେ ଦର୍ଶକ ବାଣ ଫୁଟାଇବା ସହ ଢୋଲ ବଜାଇ ନାଚୁଥିବା ଦେଖିବାକୁ ମିଳିଛି।

ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଥ୍ରୀ ଇଡିଅଟ୍ସ ଏବଂ ପିକେ ଭଳି ହିରାନୀଙ୍କ ଡଙ୍କି ବି ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି। ସିନେମାରେ ଶାହରୁଖଙ୍କ ବ୍ୟତୀତ ତାପସୀ ପନ୍ନୁ, ବିକି କୌଶଲ ଏବଂ ବୋମାନ ଇରାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତାପସୀ ପନ୍ନୁ ପ୍ରଥମ କରି ଶାହାରୁଖଙ୍କ ସହ ସ୍କ୍ରିନ୍ ଶେଆର୍ କରିଛନ୍ତି।  

Advertisment
Rajkumar Hirani Boman Irani Vicky Kaushal SRK Film Dunki SRK Dunki Release Taapsee Pannu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe