Advertisment

'ଯବାନ' ରିଲିଜ ପୂର୍ବରୁ ତିରୁପତିଙ୍କ ଶରଣରେ ଶାହରୁଖ ଖାନ

'ଯବାନ' ରିଲିଜର ଦୁଇ ଦିନ ପୂର୍ବରୁ ତିରୁପତି ମନ୍ଦିରରେ ପହଞ୍ଚିଲେ ବଲିଉଡ ଷ୍ଟାର୍ ଶାହରୁଖ ଖାନ୍। କୋ-ଷ୍ଟାର୍ ନୟନତାରାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
SRK Visit Tirupati Temple

SRK Visit Tirupati Temple

'ଯବାନ' ରିଲିଜର ଦୁଇ ଦିନ ପୂର୍ବରୁ ତିରୁପତି ମନ୍ଦିରରେ ପହଞ୍ଚିଥିଲେ ବଲିଉଡ ଷ୍ଟାର୍ ଶାହରୁଖ ଖାନ୍। କୋ-ଷ୍ଟାର୍ ନୟନତାରାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ୭ ତାରିଖରେ ରିଲିଜ୍ ହେବ 'ଯବାନ'। 

Advertisment

'ଯବାନ'କୁ ନେଇ କଳାକାରମାନେ ଯେତିକି ଉତ୍ସାହୀ ଅଛନ୍ତି ତାଠୁ ଅଧିକ ଉତ୍କଣ୍ଠା ରହିଛି ଫ୍ୟାନ୍ସଙ୍କ ମନରେ। କାରଣ ସିନେମା ରିଲିଜ୍ ପୂର୍ବରୁ କେତେକ ଦର୍ଶକ ଟିକେଟ୍ ବୁକ୍ କରିସାରିଲେଣି। ସିନେମାର ଟିଜରଠୁ ନେଇ ଟ୍ରେଲର୍ ସବୁ କିଛିକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଏଥିରେ ଶାହରୁଖଙ୍କ ଦୁଇଟି ଚରିତ୍ର ଥିବା ଅନୁମାନ କରାଯାଉଛି। 

Advertisment

ତେଣୁ ଷ୍ଟୋରୀରୁ ସସ୍ପେନ୍ସ ହଟାଇବା ପାଇଁ ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି ସିନେମା ପ୍ରେମୀ। ଏହାରି ମଧ୍ୟରେ ଆଶୀର୍ବାଦ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜିଙ୍କ ଦର୍ଶନ କରିଛନ୍ତି ଶାହରୁଖ। ଏହି ସମୟରେ ତାଙ୍କ ଝିଅ ସୁହାନାଙ୍କ ସମେତ ନୟନତାରା, ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନ ମଧ୍ୟ ତିରୁପତି ବାଲାଜି ମନ୍ଦିରରେ ପହଞ୍ଚିଥିଲେ। ତିରୁପତିଙ୍କ ଦର୍ଶନ ପରେ ସୁହାନାଙ୍କ ସହ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ଶାହରୁଖ। ପୂର୍ବରୁ ଗତ ସପ୍ତାହରେ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ। 

ପ୍ରଖ୍ୟାତ ନିର୍ଦ୍ଦେଶକ ଅଟଲୀ ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ଶାହରୁଙ୍କ ବ୍ୟତୀତ ଦୀପିକା ପାଦୁକନ ଓ ନୟନତାରାଙ୍କ ସମେତ ଅନ୍ୟ କଳାକାରମାନେ ଅଭିନୟ କରିଛନ୍ତି। 

Bollywood Tirupati Temple Suhana Khan Jawan SRK Nayanthara