Advertisment

ପଠାନ୍‌ ଦେଖିବେ କିଙ୍ଗ ଖାନ୍‌ଙ୍କ ୫୦,୦୦୦ ଫ୍ୟାନ୍‌ , ୨୦୦ ଜାଗାରେ ସ୍ୱତନ୍ତ୍ର ସ୍କ୍ରିନିଂ

ମୁମ୍ବାଇ: ବିବାଦ ଓ ବିତର୍କିତ ଥାଇ ମଧ୍ୟ ଉତ୍ସାହହିତ ଅଛନ୍ତି ପ୍ରଶଂସକ। ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ଆଗାମୀ ମୁଭି ପଠାନ୍‌ ଏବେ ବିବାଦଘେରରେ ଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ ମାନେ କମ ଉତ୍ସାହିତ ନାହାନ୍ତି। ଆସନ୍ତା ଡିସେମ୍ବର ୨୫ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମକୁ ସ୍ୱତନ୍ତ୍ର ସ୍କ୍ରିନିଂ କରିବା ନେଇ ଚାଲିଛି ଯୋଜନା। ଏସ ଆରକେ ୟୁନିଭର୍ସ ନାମକ ଏକ ଫ୍ୟାନ୍‌ କ୍ଲବ ଏହି ଫିଲ୍ମକୁ ଦେଶର ପ୍ରାୟ ୨୦୦ଟି ସ୍ଥାନରେ ସ୍ୱତନ୍ତ୍ର ସ୍କ୍ରିନିଂ […]

ଥମୁନି ଗେରୁଆ ବିକିନି ଝଡ଼, ଫିଲ୍ମ ପ୍ରମୋସନ୍‌କୁ ବିରୋଧ କରି ହଙ୍ଗାମା

pathan-controversy

Advertisment

ମୁମ୍ବାଇ: ବିବାଦ ଓ ବିତର୍କିତ ଥାଇ ମଧ୍ୟ ଉତ୍ସାହହିତ ଅଛନ୍ତି ପ୍ରଶଂସକ। ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ଆଗାମୀ ମୁଭି ପଠାନ୍‌ ଏବେ ବିବାଦଘେରରେ ଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ ମାନେ କମ ଉତ୍ସାହିତ ନାହାନ୍ତି। ଆସନ୍ତା ଡିସେମ୍ବର ୨୫ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମକୁ ସ୍ୱତନ୍ତ୍ର ସ୍କ୍ରିନିଂ କରିବା ନେଇ ଚାଲିଛି ଯୋଜନା। ଏସ ଆରକେ ୟୁନିଭର୍ସ ନାମକ ଏକ ଫ୍ୟାନ୍‌ କ୍ଲବ ଏହି ଫିଲ୍ମକୁ ଦେଶର ପ୍ରାୟ ୨୦୦ଟି ସ୍ଥାନରେ ସ୍ୱତନ୍ତ୍ର ସ୍କ୍ରିନିଂ କରିବ। ଫାଷ୍ଟ ଡେ’ରେ ଫାଷ୍ଟ ଶୋ ପାଇଁ ଏହି ସ୍କ୍ରିନିଂ କରାଯିବ। ଏଥିପାଇଁ ସ୍କ୍ରିନିଂ ହେଉଥିବା ସ୍ଥାନକୁ ପ୍ରାୟ ୫୦,୦୦୦ ଶାହରୁଖା ଖାନ୍‌ଙ୍କ ଫ୍ୟାନ୍‌ ମୁଭି ଦେଖିବାକୁ ଆସିବେ। ପ୍ରଥମ ଦିନ ମୁମ୍ବାଇରେ ୭ରୁ ୮ଟି ଶୋ’ ହୋଇପାରେ। ସେହିପରି ଦିଲ୍ଲୀରେ ୬ଟି ହୋଇପାରେ।

Advertisment

ଅଭିନେତା ଶାହରୁଖ ଖାନ, ଜନ୍ ଅବ୍ରାହମ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ଜାନୁଆରି ୨୫ ତାରିଖରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ଗୀତ ‘ବେସରମ ରଙ୍ଗ ଏବଂ ଝୁମ୍ ଜୋ ପଠାନ୍’ ରିଲିଜ୍ ହୋଇଥିଲା।

ଏହି ଗୀତ ଦୁଇଟିକୁ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ଜାନୁଆରି ୧୦ ତାରିଖ ଦିନ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି ଏବଂ ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି । ‘ପଠାନ’ ଟ୍ରେଲର ଦେଖିବା ପରେ ଦର୍ଶକ ଦେଇଥିବା ଭଲପାଇବାକୁ ନେଇ  ଜନ୍ ଆବ୍ରାହମ୍ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜନ୍ ଆବ୍ରାହମ୍ ଫିଲ୍ମରେ ଶାହରୁଖ ଖାନଙ୍କ ହୋସ ଉଡାଇ ଦେଉଥିବାର ନଜର ଆସିଛନ୍ତି । ଜନ୍ ଅବ୍ରାହମ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ‘ପଠାନ’ ଟ୍ରେଲରକୁ ନେଇ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe