Advertisment

'ସ୍ତ୍ରୀ 2'କୁ ଜବରଦସ୍ତ ରେସ୍ପନ୍ସ, ଦୁଇ ଦିନର ଆୟ 100 କୋଟି ଟଙ୍କା ପାର୍

ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ଫିଲ୍ମ ଖେଲ ଖେଲ ମେଁ ଏବଂ ଜନ୍ ଅବ୍ରାହମଙ୍କ ଫିଲ୍ମ ବେଦା ରିଲିଜ୍ ସତ୍ତ୍ୱେ 'ସ୍ତ୍ରୀ 2'ର ଦୁଇ ଦିନରେ ଅଧିକ ଆୟ କରିଛି।

ଅଦ୍ୟତନ ହୋଇଛି
Stree 2 Poster

Stree 2 Poster

Advertisment

ବକ୍ସ ଅଫିସରେ ବିଗ୍ ଓପନିଂ ସହ ଧୁମ୍ ମଚାଉଛି 'ସ୍ତ୍ରୀ 2'। ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ଫିଲ୍ମ ଖେଲ ଖେଲ ମେଁ ଏବଂ ଜନ୍ ଅବ୍ରାହମଙ୍କ ଫିଲ୍ମ ବେଦା ରିଲିଜ୍ ସତ୍ତ୍ୱେ 'ସ୍ତ୍ରୀ 2'ର ବକ୍ସ ଅଫିସ୍ କଲେକ୍ସନ ଆଶାତୀତ ରହିଛି। 

Advertisment

'ସ୍ତ୍ରୀ 2' ଅଗଷ୍ଟ 15, ସ୍ୱାଧୀନତା ଦିବସ ଅବସରରେ ରିଲିଜ୍ ହୋଇଥିଲା। ରିଲିଜର ପ୍ରଥମ ଦିନରେ ପେଡ୍ ରିଭ୍ୟୁ ସହ 60.3 କୋଟି ଟଙ୍କା ଆୟ କରିଥିଲା ​​'ସ୍ତ୍ରୀ 2'। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 'ସ୍ତ୍ରୀ 2' ରିଲିଜ୍ ହେବାର ପ୍ରଥମ ଦିନରେ ମୋଟ 76.5 କୋଟି ଟଙ୍କା ଆୟ ଶାହାରୁଖ ଖାନଙ୍କ ପଠାନ ଏବଂ ଯବାନର ପ୍ରଥମ ଦିନର କଲେକ୍ସନ ରେକର୍ଡକୁ ଭାଙ୍ଗି ଦେଇଛି। 

ଦ୍ୱିତୀୟ ଦିନରେ ସାମାନ୍ୟ କମ୍ ଆୟ ହୋଇଥିଲେ ମଧ୍ୟ କାର୍ଯ୍ୟ ଦିବସ ଦୃଷ୍ଟିରୁ ଚଳନୀୟ ରହିଛି ବୋଲି ନିର୍ମାତାଙ୍କ ପକ୍ଷକୁ କୁହାଯାଇଛି। ତେବେ ନିର୍ମାତାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ 'ସ୍ତ୍ରୀ 2' ଦ୍ୱିତୀୟ ଦିନରେ 30 କୋଟି ଟଙ୍କା ଆୟ ସହ ଦୁଇ ଦିନରେ 100 କୋଟି ମାର୍କ ପାର୍ କରିଛି। 

Advertisment

Sacnilk.com ଅନୁଯାୟୀ, 'ସ୍ତ୍ରୀ 2' ରିଲିଜର ଦ୍ୱିତୀୟ ଦିନରେ 30 କୋଟି ଟଙ୍କା କଲେକ୍ସନ କରିଛି। ପ୍ରଥମ ଦିନ ଏବଂ ଉଦଘାଟନୀ ପ୍ରିମିୟର ଆୟକୁ ମିଶାଇଲେ 'ସ୍ତ୍ରୀ 2' ଦୁଇ ଦିନ ମଧ୍ୟରେ 90.30 କୋଟି ଟଙ୍କା ସଂଗ୍ରହ କରିଛି। କିନ୍ତୁ ଗ୍ରସ୍ ଇନକମ୍ 100 କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି Sacnilk.com ରିପୋର୍ଟ କରିଛି। 

ଯଦି ସିନେମା କଥା କହିବା, ତେବେ 2018ରେ ରିଲିଜ୍ ହୋଇଥିବା ସ୍ତ୍ରୀର ସିକ୍ୱେଲ ହେଉଛି 'ସ୍ତ୍ରୀ 2'। ମୁଖ୍ୟ ଭୂମିକାରେ ଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ପୂର୍ବ କାହାଣୀର ଚରିତ୍ରରେ ନଜର ଆସିଛନ୍ତି। ସିନେମାର ଏକ ଗୀତରେ ବରୁଣ ଧାବନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧା ଓ ରାଜକୁମାରଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ଏବଂ ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି। 

Stree 2 Box Office Collection Stree 2 Shraddha Kapoor Rajkumar Rao
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe