Advertisment

ରିଲିଜର ନବମ ଦିନରେ 300 କୋଟି ଟଙ୍କା ପାର୍ କଲା 'ସ୍ତ୍ରୀ 2'

ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି।

Rajkummar Rao, Shraddha Kapoor

Rajkummar Rao, Shraddha Kapoor

Advertisment

ହାଉସ୍ ଫୁଲ୍ ସହ ସଫଳତାପୂର୍ବକ ଆଗେଇ ଚାଲିଛି 'ସ୍ତ୍ରୀ 2'। ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି। ରିଲିଜ୍ ହେବାର ସପ୍ତାହେ ମଧ୍ୟରେ 'ସ୍ତ୍ରୀ 2'ର ବକ୍ସ ଅଫିସ୍ କଲେକ୍ସନ 300 କୋଟି ଟଙ୍କା ପାର୍ କରିଛି।  

Advertisment

'ସ୍ତ୍ରୀ 2' ରିଲିଜର ପ୍ରଥମ ଦିନରେ 51.8 କୋଟି ଟଙ୍କା ସହ ଓପନିଂ କରିଥିଲା। ବୁଧବାର (ଅଗଷ୍ଟ 21) ପେଡ୍ ପ୍ରିଭ୍ୟୁ ସହ ଘରୋଇ ବକ୍ସ ଅଫିସରେ 308 କୋଟି ଟଙ୍କା ଆୟ କରିଥିଲା। ସେହିପରି ନବମ ଦିନରେ ମୋଟ୍ 327 କୋଟି ଟଙ୍କା (ନେଟ୍) ଆୟ କରିଛି। ରିପୋର୍ଟ ଅନୁସାରେ, ସମଗ୍ର ବିଶ୍ୱରେ 'ସ୍ତ୍ରୀ 2'ର ଆୟ 456 କୋଟି ଟଙ୍କା ରହିଛି।

ଅଗଷ୍ଟ 15ରେ ରିଲିଜ୍ ହୋଇଥିବା ଏହି ସିନେମା ଅନ୍ୟ ଦୁଇ ହିନ୍ଦି ସିନେମା ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ଖେଲ ଖେଲ ମେଁ ଏବଂ ଜନ୍ ଅବ୍ରାହମଙ୍କ ଫିଲ୍ମ ବେଦାକୁ କଡା ଟକ୍କର ଦେଇଥିଲା। କିନ୍ତୁ ଦର୍ଶକ ଶ୍ରଦ୍ଧା ଓ ରାଜକୁମାରଙ୍କ ଏହି ହରର୍ ଏବଂ କମେଡି ସିନେମାକୁ ଖୁବ୍ ପସନ୍ଦ କରିଥିବା ସ୍ପଷ୍ଟ ହୋଇଛି। ଖୁବ୍ କମ୍ ଦିନରେ 500 କୋଟି ଟଙ୍କା କ୍ଲବରେ ପହଞ୍ଚିବା ନେଇ ଆଶା କରାଯାଉଛି। 

Advertisment

ଯଦି ସିନେମା କଥା କହିବା, ତେବେ 2018ରେ ରିଲିଜ୍ ହୋଇଥିବା 'ସ୍ତ୍ରୀ'ର ସିକ୍ୱେଲ ହେଉଛି 'ସ୍ତ୍ରୀ 2'। ମୁଖ୍ୟ ଭୂମିକାରେ ଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ପୂର୍ବ କାହାଣୀର ଚରିତ୍ରରେ ନଜର ଆସିଛନ୍ତି। ସିନେମାର ଏକ ଗୀତରେ ବରୁଣ ଧାବନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧା ଓ ରାଜକୁମାରଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ଏବଂ ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି।

Stree 2 Box Office Collection Stree 2 Rajkummar Rao Shraddha Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe