ହୃଦ୍‌ଘାତରେ ଆଖି ବୁଜିଲେ ଆଉ ଜଣେ ଅଭିନେତା

ମୁମ୍ବାଇ: ପୁଣି ବି-ଟାଉନ୍‌ରୁ ଆସିଲା ଦୁଃଖଦ ଖବର। ହୃଦ୍‌ଘାତରେ ଆଖିବୁଜିଲେ ଆଉ ଜଣେ ଅଭିନେତା। ଅଭିନେତ୍ରୀ ଶେଫାଳି ଶାହଙ୍କ ସହ ୱେବ୍‌ସିରିଜ୍‌ ‘ଦିଲ୍ଲୀ କ୍ରାଇମ-୨’ରେ ନଜର ଆସିଥିବା ଅଭିନେତା ଦୁର୍ଗେଶ କୁମାରଙ୍କ ଦେହାନ୍ତ ହୋଇଛି। ଏନେଇ ତାଙ୍କର ଜଣେ ବନ୍ଧୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ମାସରେ ଅଭିନେତା ଦୁର୍ଗେଶ କୁମାର ହୃଦ୍‌ଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ସହ ସେ କୋମାକୁ ଚାଲିଯାଇଥିଲେ। […]

Dergesh Kumar

Madhupriya Mistry
  • Published: Tuesday, 20 September 2022
  • , Updated: 20 September 2022, 01:00 PM IST

ମୁମ୍ବାଇ: ପୁଣି ବି-ଟାଉନ୍‌ରୁ ଆସିଲା ଦୁଃଖଦ ଖବର। ହୃଦ୍‌ଘାତରେ ଆଖିବୁଜିଲେ ଆଉ ଜଣେ ଅଭିନେତା। ଅଭିନେତ୍ରୀ ଶେଫାଳି ଶାହଙ୍କ ସହ ୱେବ୍‌ସିରିଜ୍‌ 'ଦିଲ୍ଲୀ କ୍ରାଇମ-୨'ରେ ନଜର ଆସିଥିବା ଅଭିନେତା ଦୁର୍ଗେଶ କୁମାରଙ୍କ ଦେହାନ୍ତ ହୋଇଛି। ଏନେଇ ତାଙ୍କର ଜଣେ ବନ୍ଧୁ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଗତ ମାସରେ ଅଭିନେତା ଦୁର୍ଗେଶ କୁମାର ହୃଦ୍‌ଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ସହ ସେ କୋମାକୁ ଚାଲିଯାଇଥିଲେ। ଦୀର୍ଘଦିନ କୋମାରେ ରହିବା ପରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ତାଙ୍କର ବନ୍ଧୁ ତଥା ଅଭିନେତା ସନ୍ଦୀପ ଯାଦବ ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇ ଦୁଃଖିତ ବୋଲି ଲେଖିଛନ୍ତି।

ବହୁ ଚର୍ଚ୍ଚିତ ଦିଲ୍ଲୀ କ୍ରାଇମ-୨ ୱେବସିରିଜ୍‌ରେ ନଜର ଆସିଥିଲେ ଦୁର୍ଗେଶ କୁମାର। ଏଥିରେ ତାଙ୍କର ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା। ସେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାରୁ ପସ୍‌ ଆଉଟ୍‌ କରିଥିଲେ। ଏହି ୱେବ୍‌ସିରିଜ୍‌ର ଲିଡ୍‌ ରୋଲରେ ଅଛନ୍ତି ଅଭିନେତ୍ରୀ ଶେଫାଳି ଶାହା। ତାଙ୍କୁ ଏଥିରେ ଡିସିପି ବର୍ତ୍ତିକା ଚର୍ତୁବେଦୀ ଭୂମିକାରେ ଦେଖିବାକୁ ମିଳିଛି। ଓଟିଟି ପ୍ଲାଟ ଫର୍ମ ନେଟ୍‌ଫ୍ଲିକ୍‌ସରେ ଗତ ମାସରେ ଷ୍ଟ୍ରିମିଂ ହୋଇଛି।

Related story