Advertisment

‘ମୁଁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରେ, ସେଥିପାଇଁ ଚାଲି ଚାଲି ହାଇଦ୍ରାବାଦରୁ ମୁମ୍ବାଇ ଯାଉଛି’

ମୁମ୍ବାଇ: କରୋନା ମହାମାରୀ ସମୟରେ ଲକ୍ଷାଧିକ ଅସହାୟଙ୍କ ସହାୟତା କରିଥିବା ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। ପ୍ରତିଦିନ ହଜାର ହଜାର ଲୋକ ସୋନୁ ସୁଦଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି ଏବଂ ସେ ମଧ୍ୟ ଆଗକୁ ଆସି ଲୋକମାନଙ୍କୁ ଯଥାସମ୍ଭବ ସହାୟତା କରୁଛନ୍ତି। ଏହି ଆଶା ନେଇ ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ଜଣେ ଛାତ୍ର ସୋନୁ ସୁଦଙ୍କୁ ସାକ୍ଷାତ କରିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଚାଲି ଚାଲି ଆସିଛନ୍ତି। ଦୋମା ମଣ୍ଡଳ ସ୍ଥିତ […]

ଅଦ୍ୟତନ ହୋଇଛି
‘ମୁଁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରେ, ସେଥିପାଇଁ ଚାଲି ଚାଲି ହାଇଦ୍ରାବାଦରୁ ମୁମ୍ବାଇ ଯାଉଛି’

sonu-sood

Advertisment

ମୁମ୍ବାଇ: କରୋନା ମହାମାରୀ ସମୟରେ ଲକ୍ଷାଧିକ ଅସହାୟଙ୍କ ସହାୟତା କରିଥିବା ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। ପ୍ରତିଦିନ ହଜାର ହଜାର ଲୋକ ସୋନୁ ସୁଦଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି ଏବଂ ସେ ମଧ୍ୟ ଆଗକୁ ଆସି ଲୋକମାନଙ୍କୁ ଯଥାସମ୍ଭବ ସହାୟତା କରୁଛନ୍ତି। ଏହି ଆଶା ନେଇ ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ଜଣେ ଛାତ୍ର ସୋନୁ ସୁଦଙ୍କୁ ସାକ୍ଷାତ କରିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଚାଲି ଚାଲି ଆସିଛନ୍ତି।

Advertisment

ଦୋମା ମଣ୍ଡଳ ସ୍ଥିତ ଦୋରନାଲପଲ୍ଲୀ ଗାଁରେ ରହୁଥିବା ଭେଙ୍କଟେଶ ଇଣ୍ଟରମିଡିଏଟର ଦ୍ୱିତୀୟ ବର୍ଷର ଛାତ୍ର। ଭେଙ୍କଟେଶର ମା’ ନାହାନ୍ତି ଓ ପିତା ଫାଇନାନ୍ସରେ ଅଟୋ କିଣି ଚଳାନ୍ତି। କରୋନା ମହାମାରୀ ଓ ଲକଡାଉନ୍ ଯୋଗୁ ତାଙ୍କ ପିତାଙ୍କ ଅଟୋ ଚଳାଚଳ ବନ୍ଦ ରହିଛି, ଯେଉଁ କାରଣରୁ ପରିବାର ଉପରେ ବୋଝ ବଢ଼ିବା ସହ ଘର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏପରିକି ଇଏମଆଇ ପୈଠ ନକରିବା ଦ୍ୱାରା ଫାଇନାନ୍ସ କମ୍ପାନୀ ଅଟୋକୁ ମଧ୍ୟ ଛଡ଼ାଇ ନେଇଛି। ନିଜ ପିତାଙ୍କର ଏଭଳି ଅବସ୍ଥା ଦେଖି ଭେଙ୍କଟେଶ ବହୁତ ନିରାଶ ହୋଇପଡ଼ିଛନ୍ତି।

ଏଭଳି ସ୍ଥିତିରେ ଭେଙ୍କଟେଶ ସୋନୁ ସୁଦଙ୍କ ସହାୟତା ଲୋଡ଼ିଛନ୍ତି। ଭେଙ୍କଟେଶ ମଧ୍ୟ ସୋନୁ ସୁଦଙ୍କର ବହୁତ ବଡ଼ ପ୍ରଶଂସକ । କରୋନା ସମୟରେ ସୋନୁ ଲକ୍ଷାଧିକ ଲୋକଙ୍କର ସହାୟତା କରିଛନ୍ତି। ଭେଙ୍କଟେଶ ନିଷ୍ପତ୍ତି ନେଇଛନ୍ତି ଯେ ସେ ଚାଲି ଚାଲି ହାଇଦ୍ରାବାଦରୁ ମୁମ୍ବାଇ ଯାଏ ଚାଲି ଚାଲି ସୋନୁ ସୁଦଙ୍କୁ ସାକ୍ଷାତ କରିବେ। ସେଠାରେ ସୋନୁ ସୁଦଙ୍କୁ ଭେଟି ନିଜର ସମସ୍ୟା ଜଣାଇବେ ଏବଂ ସହାୟତାର ଗୁହାରି କରିବେ।

Advertisment

ଭେଙ୍କଟେଶ କହିଛନ୍ତି ଯେ ସୋନୁ ସୁଦ୍ ତାଙ୍କୁ ସହାୟତା କରନ୍ତୁ କି ନରକନ୍ତୁ, କିନ୍ତୁ ସେ ଅନ୍ୟମାନଙ୍କୁ ଏମିତି ସହାୟତା କରିବା ଜାରି ରଖନ୍ତୁ। ମୁମ୍ବାଇ ପହଞ୍ଚିବା ପାଇଁ ଯେତେ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ପଡ଼ିବ, ସେଠାରେ ସେ ସୋନୁଙ୍କ ପାଇଁ ପ୍ରାର୍ଥନା କରିବେ। ଭେଙ୍କଟେଶ ସୋନୁ ସୁଦଙ୍କର ପ୍ଲାକାର୍ଡ ନେଇ ହାଇଦ୍ରାବାଦର ପଟନାଚେରୁରୁ ମୁମ୍ବାଇ ପାଇଁ ପଦଯାତ୍ରା ଶୁଭାରମ୍ଭ କରିଛନ୍ତି।

ହାଇଦ୍ରାବାଦରୁ ମୁମ୍ବାଇର ଦୂରତା ପାଖାପାଖି ୭୦୦ କିଲୋମିଟର୍ ହେବ। ଭେଙ୍କଟେଶ ଗତ କିଛି ଦିନ ହେବ ପଦଯାତ୍ରା କରୁଛନ୍ତି। ଭେଙ୍କଟେଶ କହିବା ଅନୁଯାୟୀ ଯେତେବେଳେ ସେ ଥକି ପଡ଼ନ୍ତି କିମ୍ବା ପାଦରେ ଯନ୍ତ୍ରଣା ଅନୁଭୂତ କରନ୍ତି, ସେତେବେଳେ ସୋନୁ ସୁଦଙ୍କୁ ମନେ ପକାଇ ଉତ୍ସାହିତ ହୁଅନ୍ତି। କାରଣ ସୋନୁ ସୁଦଙ୍କୁ ସେ ଭଗବାନଙ୍କ ଭଳି ପୂଜା କରନ୍ତି।

ଭେଙ୍କଟେଶଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହା ସୋନୁ ସୁଦଙ୍କ ପାଖରେ ପହଞ୍ଚିଥିଲା। ସୋନୁ ଫେସବୁକରେ ଭେଙ୍କଟେଶଙ୍କ ଭିଡିଓ ପୋଷ୍ଟ କରି କହିଛନ୍ତି, ମୋତେ ଏତେ ଭଲପାଉଥିବାରୁ ଧନ୍ୟବାଦ। କିନ୍ତୁ ତୁମ ଜୀବନକୁ ବିପଦରେ ପକାଅ ନାହିଁ। ମୁଁ ଜାଣେ, ମୋତେ ବହୁତ ଲୋକେ ଭଲ ପାଆନ୍ତି। ସମସ୍ତଙ୍କୁ ମୋର ଭଲ ପାଇବା।

Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe