Advertisment

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ଵାମୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଫ୍ୟାନ୍ସ ଆତ୍ମହତ୍ୟା ବୋଲି ଗ୍ରହଣ ନକରି ଲଗାତାର ସିବିଆଇ ଯାଞ୍ଚ ପାଇଁ ଦାବି କରିଆସୁଛନ୍ତି। ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ବଲିଉଡର ଅନେକ ବଡ଼ ହସ୍ତୀ ଦୁବାଇର ଡନଙ୍କ ସହ ମିଶି ଏହି ମାମଲାକୁ ଚପାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସୁବ୍ରମଣ୍ୟମ ଚିଠିରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ […]

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ଵାମୀ

sushant

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଫ୍ୟାନ୍ସ ଆତ୍ମହତ୍ୟା ବୋଲି ଗ୍ରହଣ ନକରି ଲଗାତାର ସିବିଆଇ ଯାଞ୍ଚ ପାଇଁ ଦାବି କରିଆସୁଛନ୍ତି। ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।

Advertisment

ବଲିଉଡର ଅନେକ ବଡ଼ ହସ୍ତୀ ଦୁବାଇର ଡନଙ୍କ ସହ ମିଶି ଏହି ମାମଲାକୁ ଚପାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସୁବ୍ରମଣ୍ୟମ ଚିଠିରେ ଲେଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ସେ ଲେଖିଛନ୍ତି, 'ମୁଁ ଜାଣିଛି ଯେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଚାନକ ମୃତ୍ୟୁ ବିଷୟରେ ଆପଣ ଜାଣିଥିବେ। ମୋ ଓକିଲ ଇଶାନ ସିଂହ ଭଣ୍ଡାରୀ ଏହି ଘଟଣାର ରିସର୍ଚ୍ଚ କରୁଛନ୍ତି। ପୁଲିସ ମଧ୍ୟ ଯାଞ୍ଚ କରୁଛି। କିନ୍ତୁ ମୋର ମୁମ୍ବାଇ ସୋର୍ସରୁ ଜଣାପଡିଛି ଯେ ବଲିଉଡର ଅନେକ ବଡ଼ ନାମ ଥିବା ବ୍ୟକ୍ତି ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବା ପାଇଁ ଡନଙ୍କ ସହିତ ମିଶି ଏହି ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି।'

Advertisment

ସ୍ୱାମୀ ଆହୁରି ମଧ୍ୟ ଲେଖିଛନ୍ତି, ଜନତାଙ୍କ ଭରସା ରଖିବା ପାଇଁ ଏହି ଘଟଣାର ନିରପେକ୍ଷ ତଦନ୍ତ ଆବଶ୍ୟକ। ଏଥି ସହିତ ସେ ମୋଦିଙ୍କୁ ନିବେଦନ କରିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟପାଳଙ୍କ ଜରିଆରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।

ମୁମ୍ବାଇ ପୁଲିସ ଏବେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବ୍ୟସ୍ତ ରହିଛି। ତେଣୁ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ହେଲେ ପ୍ରକୃତ ସତ ବାହାରକୁ ଆସିବ। ଶେଷରେ ସୁବ୍ରମଣ୍ୟମ ଲେଖିଛନ୍ତି, ମୋର ପୂରା ବିଶ୍ୱାସ ଅଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିବିଆଇ ଯାଞ୍ଚ ପାଇଁ ରାଜି ହୋଇଯିବେ।

CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe