Advertisment

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶଂସକମାନେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଆସୁଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ #CBIForSonOfBihar ଟ୍ରେଣ୍ଡ କରୁଛି। ଏସବୁ ଭିତରେ ଏବେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରିବାପାଇଁ ଓକିଲ ନିଯୁକ୍ତ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ନିଜେ ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। I have asked Ishkaran to […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ ସ୍ୱାମୀ

sushant

Advertisment

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶଂସକମାନେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଆସୁଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ #CBIForSonOfBihar ଟ୍ରେଣ୍ଡ କରୁଛି। ଏସବୁ ଭିତରେ ଏବେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରିବାପାଇଁ ଓକିଲ ନିଯୁକ୍ତ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ନିଜେ ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି।

Advertisment

https://twitter.com/Swamy39/status/1281213702520410113?s=20

ସେ ଲେଖିଛନ୍ତି, 'ମୁଁ ଇଶାନକୁ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପିଆଇଏଲ ବା ଅପରାଧିକ ଅଭିଯୋଗର ପ୍ରକ୍ରିୟା ଆରମ୍ଭ କରିବା ପାଇଁ କହିଛି। ଇଶାନ ସିଂହ ଭଣ୍ଡାରୀ ଏହି ଘଟଣାର ସିବିଆଇ ଯାଞ୍ଚ କରିବା ପାଇଁ ପ୍ରମାଣ ଏକାଠି କରିବେ।' ସୁବ୍ରମଣ୍ୟମ ସ୍ୱାମୀ ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କରିବା ପରେ ଚାରିଆଡ଼େ ତାଙ୍କୁ ପ୍ରସଂଶା କରାଯାଉଛି। ସୋଶାଲ୍ ମିଡିଆ ୟୁଜରମାନେ ଲଗାତାର ତାଙ୍କୁ ଧନ୍ୟବାଦ ଦେଉଛନ୍ତି।

https://twitter.com/Swamy39/status/1281475947774898176?s=20

ସୂଚନାଯୋଗ୍ୟ, ୧୪ ଜୁନରେ ମୁମ୍ବାଇସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହାପରଠୁ ବଲିଉଡ୍‌ରେ ନେପୋଟିଜିମକୁ ନେଇ ବାଦବିବାଦ ଜାରିରହିଛି। ଏହି ଘଟଣାକୁ ମୁମ୍ବାଇ ପୁଲିସ ତଦନ୍ତ କରୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ୩୨ଜଣଙ୍କର ବୟାନ ରେକର୍ଡ଼ କରିସାରିଛି। ତେବେ ଯାଞ୍ଚ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆସ୍ଫିକ୍ସିଆ ବା ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe