/odisha-reporter/media/post_attachments/uploadimage/library/16_9/16_9_0/IMAGE_1676374346.jpg)
jacquline fernandez and Sukesh
ଜ୍ୟାକଲିନ୍ଙ୍କୁ ଭୁଲି ପାରୁନି ମହାଠକ ସୁକେଶ। ଏବେବି ତା’ ମନରେ ଘର କରି ରହିଛନ୍ତି ସିଂହଳ ସୁନ୍ଦରୀ। ସେଥିପାଇଁ ଆଜି ପ୍ରେମ ଦିନରେ ବି ସେ ଅଭିନେତ୍ରୀ ଜ୍ୟାକ୍ଲିନ୍ଙ୍କୁ ଭାଲେଣ୍ଟାଇନ ଡେ’ ୱିଶ୍ କରିବା ଭୁଲିନାହିଁ।
୨୦୦ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖରକୁ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ହାଜର ହେବା ପୂର୍ବରୁ ସେ ଅଭିନେତ୍ରୀ ଜ୍ୟାକ୍ଲିନ୍ଙ୍କୁ ଭାଲେଣ୍ଟାଇନ ଡେ’ ୱିଶ୍ କରିଛିି। ସେ କୋର୍ଟକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ କ୍ୟାମେରା ଆଗରେ ଜ୍ୟାକ୍ଲିନ୍ଙ୍କୁ ପ୍ରେମ ଦିବସର ଅଭିନନ୍ଦନ ଜଣାଇଛି।
କୋର୍ଟରେ ହାଜର ହେବା ସମୟରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏବଂ ନୋରା ଫତେହିଙ୍କ ଅଭିଯୋଗ ଉପରେ ପ୍ରଶ୍ନ କରିଥିଲେ, ସେତେବେଳେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ବିଷୟରେ କହିଥିଲା, ' ହାପି ଭାଲେଣ୍ଟାଇନ୍ସ ଡେ’ ଜ୍ୟାକଲିନ'। ଜ୍ୟାକଲିନ୍ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ନେଇ ତାଙ୍କର କୌଣସି କାରଣ ଥାଇପାରେ। ମୁଁ ସେଥିରେ ଅଧିକ କିଛି କହିପାରିବି ନାହିଁ ବୋଲି କହିଛି ସୁକେଶ।
ଆଜି ଶୁଣାଣି ସମୟରେ ପଟିଆଲା ହାଉସ କୋର୍ଟ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ଜବତ ହୋଇଥିବା ୨୬ଟି ଗାଡିକୁ ଇଡି ଦ୍ୱାରା ନିଲାମ କରାଯିବ। କୋର୍ଟ କହିଛନ୍ତି ଯେ ଉଭୟ ଅନୁସନ୍ଧାନକାରୀ ସଂସ୍ଥା EOW ଏବଂ ED ନିଜ ମଧ୍ୟରେ କଥା ହୋଇ ଏହି ଗାଡିଗୁଡ଼ିକୁ ନିଲାମ କରନ୍ତୁ। ଗାଡି ନିଲାମର ରିପୋର୍ଟ ଇଡି ପ୍ରସ୍ତୁତ କରିବ ଏବଂ ସେହି ରିପୋର୍ଟକୁ କୋର୍ଟରେ ଉପସ୍ଥାପନ କରିବ ବୋଲି କୋର୍ଟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
