ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ସେଲିବ୍ରିଟୀ ଗରିବଙ୍କୁ ସହାୟତା କରୁଛନ୍ତି । ଏବେ ଏଥିରେ ସାମିଲ୍ ହୋଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ । ସନ୍ନି ୧୦ହଜାର ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଖୁଆଇବା ପାଇଁ ମନସ୍ଥ କରିଛନ୍ତି । ଏଥିପାଇଁ ସେ ପିପୁଲ୍ ଫର୍ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସର ସହ ହାତ ମିଳାଇଛନ୍ତି ।
ସନ୍ନି କହିଛନ୍ତି, ଆମେ ବର୍ତ୍ତମାନ ଏକ ବଡ଼ ସଙ୍କଟର ସାମ୍ନା କରୁଛୁ, କିନ୍ତୁ ଏହା ସହ କରୁଣା ଓ ଏକାଗ୍ରତାର ସହ ଆମେ ନିଶ୍ଚୟ ଆଗେଇବା । ପେଟା ଇଣ୍ଡିଆ ସହ ହାତ ମିଳାଇ ମୁଁ ବହୁତ ଖୁସି । ଏଥର ହଜାର ହଜାର ସଂଖ୍ୟକ ଅସହାୟ ଲୋକଙ୍କୁ ଆମେ ପ୍ରୋଟିକ୍ ଯୁକ୍ତ ଶାକାହାରୀ ଖାଦ୍ୟ ଯୋଗାଇବୁ। ଭୋଜନରେ ଡାଲି ଓ ଭାତ କିମ୍ବା ଖେଚୁଡି ଏବଂ ଫଳ ମଧ୍ୟ ଦିଆଯିବ ।
ସନ୍ନିଙ୍କୁ ୨୦୧୬ରେ ପେଟା ଇଣ୍ଡିଆର ପର୍ସନ୍ ଅଫ୍ ଦି ଇୟରରେ ମନୋନୀତ କରାଯାଇଥିଲା ଏବଂ ଏହା ପୂର୍ବରୁ ସଂଗଠନର ଅଭିଯାନରେ ଶାକାହାରୀ ଫ୍ୟାସନ, ଶାକାହାରୀ ଭୋଜନ ଓ କୁକୁର ଓ ବିଲେଇକୁ ପୋଷ୍ୟ ଭାବେ ଗ୍ରହଣ କରିବା ଆଦିରେ ସାମିଲ୍ ହୋଇଥିଲେ । ପେଟା ଓ ସନ୍ନି ଉଦୟ ଫାଉଣ୍ଡେସନ ମାଧ୍ୟମରେ ଭୋଜନ ଦାନ କରାଯିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Bollywood
୭୪ ବର୍ଷରେ ଥଲାଇଭା, ଆଜିବି କମିନି ରଜନୀକାନ୍ତଙ୍କ କ୍ରେଜ୍
ରଜନୀକାନ୍ତ ଦେଶର ଏମିତି ଜଣେ ଅଭିନେତା ଯାହାଙ୍କ ଷ୍ଟାଇଲ୍ ଓ ନିଆରା ଆକ୍ସନ୍ ୫୦ ବର୍ଷ ପରେ ବି ଦର୍ଶକଙ୍କୁ ଦିୱାନା କରି ରଖିଛି। ତାଙ୍କ ଜନ୍ମଦିନରେ ଚେନ୍ନାଇରେ ଜୋରଦାର ସେଲିବ୍ରେସନ୍ ଆରମ୍ଭ ହୋଇଛି।
Bollywood
ଆଓ୍ୱାର୍ଡ ଶୋ'କୁ ଡ଼ାକି ଅଭିନେତାଙ୍କୁ ଅପହରଣ, ଲୁଟି ନେଲେ ୨ ଲକ୍ଷ
ଅପହରଣ ପରେ ଅଭିନେତାଙ୍କ ଠାରୁ ମୋଇବାଲଇ ଛଡ଼ାଇ ନିଆଯାଇଥିଲା। ୧୨ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
Bollywood
ଅଡୁଆରେ ଅଭିନେତା ଧର୍ମେନ୍ଦ୍ର, ସମନ ଜାରି କଲେ କୋର୍ଟ
ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ଠକେଇ ମାମଲାରେ ସମନ ଜାରି କରିଛନ୍ତି।
Bollywood
ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍ କରାଯାଇଛି।