Advertisment

ରାଖୀ ସାଓ୍ୱନ୍ତଙ୍କୁ ଝଟ୍‌କା, ମିଳିଲାନି ଆଗୁଆ ଜାମିନ୍‌

ଅଶ୍ଳୀଳ ଭିଡିଓ ଲିକ୍‌ କରିବା ମାମଲାରେ ରାଖୀଙ୍କ ବିରୋଧରେ ପୂର୍ବତନ ସ୍ୱାମୀ ଆଦିଲ ଦୁରାନୀ ଏଫ୍‌ଆଇଆର୍‌ ରୁଜୁ କରିଥିଲେ।

Rakhi Sawant

Rakhi Sawant

Advertisment

ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତ ଝଟ୍‌କା। ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆସନ୍ତା ୪ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ସରେଣ୍ଡର କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପୂର୍ବତନ ସ୍ୱାମୀ ଆଦିଲ ଦୁରାନୀ ତାଙ୍କ ଅଶ୍ଳୀଳ ଭିଡିଓ ଲିକ୍‌ କରିବା ମାମଲାରେ ରାଖୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ। ରାଖୀ ତାଙ୍କୁ ବଦନାମ କରିବା ପାଇଁ ଅନଲାଇନ୍ ପ୍ଲାଟଫର୍ମରେ ଉଭୟଙ୍କ ବ୍ୟକ୍ତିଗତ ଭିଡିଓ ପୋଷ୍ଟ କରିଥିବା ସେ ଅଭିଯୋଗ କରିଥିଲେ।

ଏହାକୁ ନେଇ ଗିରଫଦାରୀ ଭୟରେ ଶୁକ୍ରବାର ରାଖୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କୁ ୪ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ସରେଣ୍ଡର କରିବାକୁ କୋର୍ଟ କହିଛନ୍ତି।

Advertisment

ପୂର୍ବରୁ ବମ୍ବେ ହୋଇକୋର୍ଟ ମଧ୍ୟ ରାଖୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଅଭିନେତ୍ରୀଙ୍କ ଦ୍ୱାରା ପ୍ରକାଶିତ ସାମଗ୍ରୀ କେବଳ ଅଶ୍ଳୀଳ ନୁହେଁ ବରଂ ପୂରାପୁରି ଯୌନ ସମ୍ବନ୍ଧୀୟ ଅଟେ। ତେଣୁ ଆଗୁଆ ଜାମିନ ଦେବା ପାଇଁ ଏହା ଉପଯୁକ୍ତ ମାମଲା ନୁହେଁ ବମ୍ବେ ହାଇକୋର୍ଟ କହିଥିଲେ। ଏହାପରେ ରାଖୀ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। 

କହିରଖୁ ଯେ, ଗତବର୍ଷ ରାଖୀ ଓ ଆଦିଲ ଗୁପ୍ତ ରୂପେ ବିବାହ କରିଥିଲେ। ତେବେ ଉଭୟଙ୍କ ଏହି ବୈବାହିକ ସମ୍ପର୍କ ଦୀର୍ଘ ଦିନ ତିଷ୍ଟି ନଥିଲା। ରାଖୀ ଓ ଆଦିଲ ଅଲଗା ହୋଇଯାଇଥିଲେ। ଆଦିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ରାଖୀ। ଏପରିକି ତାଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା ନେଇ ମଧ୍ୟ ରାଖୀ ଅଭିଯୋଗ କରିଥିଲେ। ‍ଏହାପରେ ଆଦିଲଙ୍କୁ ପୁଲିସ ଗିରଫ କରିଥିଲା। 

Supreme Court Bollywood Rakhi Sawant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe