Advertisment

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି।

ଅଦ୍ୟତନ ହୋଇଛି
 Rhea Chakraborty

Rhea Chakraborty

Advertisment

ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି 'ସୁପ୍ରିମ୍' ଆଶ୍ୱସ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇର ଲୁକ୍ ଆଉଟ୍ ସର୍କୁଲାର ନୋଟିସକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ରିୟାଙ୍କ ସହ ତାଙ୍କ ବାପା ଏବଂ ଭାଇଙ୍କୁ ମଧ୍ୟ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସେମାନଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଲଗାଇଥିବା ଲୁକ୍ ଆଉଟ୍ ସର୍କୁଲାର ନୋଟିସକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ।

ସୂଚନାନୁସାରେ, ଫେବୃଆରୀରେ ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବାପାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ସିବିଆଇ ଲଗାଇଥିବା ଲୁକ୍ ଆଉଟ୍ ସର୍କୁଲାର ନୋଟିସ୍ ବିରୁଦ୍ଧରେ ସେମାନେ କରିଥିବା ଆବେଦନର ଶୁଣାଣି କରି ଏହାକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ସିବିଆଇ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Advertisment

ଆଜି ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସିବିଆଇର ଆବେଦନକୁ ଖାରଜ କରି ଦେଇଛନ୍ତି।

ପ୍ରକାଶ ଥାଉକି, ଜୁନ୍ 14, 2020ରେ ବାନ୍ଦ୍ରାସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମିଳିଥିଲା। ଏହାର କିଛି ଦିନ ପୂର୍ବରୁ ବାନ୍ଧବୀ ରିୟା ସେହି ଘରେ ରହୁଥିବାରୁ ବିବାଦ ଘେରକୁ ଆସିଥିଲେ। ସୁଶାନ୍ତ ସିଂହଙ୍କ ବାପା ମଧ୍ୟ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଏବଂ ଭାଇଙ୍କ ବିରୁଦ୍ଧରେ ହତ୍ୟା ଓ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ।

ସୁଶାନ୍ତ ସିଂହଙ୍କ ବାପା ପାଟନା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବାରୁ ପାଟନା ପୁଲିସ ଏବଂ ମୁମ୍ବାଇ ପୁଲିସ ମିଳିତ ଭାବେ ତଦନ୍ତ କରୁଥିଲେ। ଏହାପରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା। ସିବିଆଇ ସେମାନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ନୋଟିସ୍ ଜାରି କରି ଥିବାବେଳେ ଆଜି ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। 

Rhea Chakraborty Sushant Singh Rajput Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe