Advertisment

ସୁଶାନ୍ତ ସିଂ ଡ୍ରଗ୍ସ ମାମଲା: ଆଉ ଜଣଙ୍କୁ ବାନ୍ଧିଲା ଏନ୍‌ସିବି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁକୁ ଆଉ କିଛି ଦିନ ଗଲେ ବର୍ଷେ ପୂରିବ। ଏହାରି ଭିତରେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହରିଶ ଖାନ୍‌, ସେ ଜଣେ ଡ୍ରଗ୍ସ ପେଡଲର୍ ବୋଲି ଜଣାପଡିଛି। ଏଥିସହ ଗିରଫ ବେଳେ ହରିଶଙ୍କ ନିକଟରୁ ଏନ୍‌ସିବି ବିପୁଳ ମାତ୍ରାେରେ ଏମ୍‌ଡିଏମ୍ ଡ୍ରଗ୍ସ ଜବତ କରିଛି। […]

ସୁଶାନ୍ତ ସିଂହ କେସ୍‌: ସିବିଆଇ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

sushant singh death case

Advertisment

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁକୁ ଆଉ କିଛି ଦିନ ଗଲେ ବର୍ଷେ ପୂରିବ। ଏହାରି ଭିତରେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହରିଶ ଖାନ୍‌, ସେ ଜଣେ ଡ୍ରଗ୍ସ ପେଡଲର୍ ବୋଲି ଜଣାପଡିଛି। ଏଥିସହ ଗିରଫ ବେଳେ ହରିଶଙ୍କ ନିକଟରୁ ଏନ୍‌ସିବି ବିପୁଳ ମାତ୍ରାେରେ ଏମ୍‌ଡିଏମ୍ ଡ୍ରଗ୍ସ ଜବତ କରିଛି।

Advertisment

ଏନ୍‌ସିବି ଲଗାତାର ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତ ଜାରି ରଖିଛି। ଗତ କିଛି ଦିନ ପୂର୍ବରୁ ଏନ୍‌ସିବି ସିଶାନ୍ତ ସିଂଙ୍କ ରୁମ୍‌ମେଟ୍ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଥିଲା। ଆସନ୍ତା ଜୁନ୍ ୪ ଯାଏ ତାଙ୍କୁ ଏନ୍‌ସିବି ହେଫାଜତରେ ରଖାଯାଇଛି।

ଗତ ବର୍ଷ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ସିଦ୍ଧାର୍ଥ ପିଠାନି ତାଙ୍କ ରୁମ୍‌ମେଟ୍ ଥିଲେ। ସିଦ୍ଧାର୍ଥ ହିଁ ପ୍ରଥମେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ସିଦ୍ଧାର୍ଥ ହିଁ ସୁଶାନ୍ତ ମୃତଦେହକୁ ଫ୍ୟାନ୍‌ରୁ ତଳକୁ ଓହ୍ଲାଇ ଥିଲେ, ଏଥିସହ ପୁଲିସକୁ ସୂଚନା ଦେଇଥିଲେ।

Advertisment

ପୂର୍ବରୁ ଡ୍ରଗ୍ସ ଲିଙ୍କରେ ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ଏକ ମାସ ପରେ ରିଆ ବେଲ୍‌ରେ ବାହାରକୁ ଆସିଥିଲେ। ଏହି ଡ୍ରଗ୍ସ ଲିଙ୍କରେ ବି-ଟାଉନର ଅନେକ ସେଲେବ୍ରିିଟ ତଥା ଦୀପିକା ପାଦୁକୋନ୍‌, ସାରା ଅଲ୍ଲି ଖାନ୍‌, ଶ୍ରଦ୍ଧା କପୁର, ରକୁଲପ୍ରିତ ସିଂଙ୍କୁ ଏନ୍‌ସିବି ପଚରାଉଚରା କରିସାରିଛି।

Bollywood Drug Case Sushant Singh Rajput Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe