Sushant Singh Rajout Sidharth Pithani
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜେଲ୍ ଗଲେ ସିଦ୍ଧାର୍ଥ ପିଠାନୀ। ଗତ ମାସ ୨୮ ତାରିଖରେ ଏନ୍ସିବି ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଗତ ମାସ ୨୮ ତାରିଖରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ରୁମମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଥିଲା। କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିଥିଲା ଏନସିବି। ପଚରାଉଚରା ପାଇଁ କୋର୍ଟ ଏନସିବିକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜି କୋର୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ୧୪ ଦିନ ପାଇଁ ଜେଲ୍ ପଠାଇଦେଇଛନ୍ତି।
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ବର୍ଷେ ପୁରିବାକୁ ବସିଲାଣି। ମାମଲାର ଯାଞ୍ଚ ସିବିଆଇ କରୁଛି। ମୃତ୍ୟୁ ମାମଲା ସହ ଯୋଡି ହୋଇଛି ଡ୍ରଗ୍ସ ଲିଙ୍କ, ଯାହାର ଯାଂଚ ଏନ୍ସିବି ଚଳାଇଛି। ମାମଲାରେ ସିଦ୍ଧାର୍ଥଙ୍କ ରୁମ୍ ମେଟ୍ ସିଦ୍ଧାର୍ଥ ପିଠାନୀଙ୍କ ସମେତ ଘରେ କାମ କରୁଥିବା ନୀରଜ, କେଶବ ଓ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଛି।
ସିଦ୍ଧାର୍ଥ ପିଠାନୀଙ୍କ ପରେ ଏନସିବି ଡ୍ରଗ୍ସ ପେଡଲର ହରିଶ ଖାନଙ୍କୁ ମୁମ୍ବାଇରୁ ଗିରଫ କରିଥିଲ।। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ହରିଶ ଖାନଙ୍କ ସଂପୃକ୍ତି ରହିଥିବା ଏବଂ ଅନେକ ଦିନ ହେଲା ତାକୁ ଖୋଜାଚାଲିଥିବା ଏନସିବି କହିସାରିଛି। ପୁରା ମାମଲାରେ ଏନସିବି ଚାର୍ଜସିଟ୍ ଦାଖଲ କରି ସାରିଛି। ଏଥିରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ବିଶ୍ୱାଳଙ୍କ ସମେତ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/Sushant-Singh-Rajout-and-Sidharth-Pithani.jpg)