Advertisment

ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଉପରେ ଉଠିଲା ପ୍ରଶ୍ନ, ଓକିଲ ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ୱାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ. କେ ସିଂହଙ୍କ ଓକିଲ ବିକାଶ ସିଂହ କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟରେ ତ୍ରୁଟି ରହିଛି। କେଉଁ ସମୟରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା, ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇ ନଥିବା ସେ କହିଛନ୍ତି। ଓକିଲ ବିକାଶ ସିଂହ ଆହୁରି କହିଛନ୍ତି, ‘ରିପୋର୍ଟ ଦେଖିବା ପରେ ମୃତ୍ୟୁର ଟାଇମ୍‌ ଲେଖା ନଥିବା ଜଣାପଡ଼ିଥିଲା। କେଉଁ […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଉପରେ ଉଠିଲା ପ୍ରଶ୍ନ, ଓକିଲ ଆଣିଲେ ସାଂଘାତିକ ଅଭିଯୋଗ

sushanta

Advertisment

ମୁମ୍ୱାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ. କେ ସିଂହଙ୍କ ଓକିଲ ବିକାଶ ସିଂହ କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟରେ ତ୍ରୁଟି ରହିଛି। କେଉଁ ସମୟରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା, ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇ ନଥିବା ସେ କହିଛନ୍ତି।

Advertisment

ଓକିଲ ବିକାଶ ସିଂହ ଆହୁରି କହିଛନ୍ତି, ‘ରିପୋର୍ଟ ଦେଖିବା ପରେ ମୃତ୍ୟୁର ଟାଇମ୍‌ ଲେଖା ନଥିବା ଜଣାପଡ଼ିଥିଲା। କେଉଁ ସମୟରେ ମୃତ୍ୟୁ ହୋଇଛି, ତାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସୁଶାନ୍ତଙ୍କୁ ହତ୍ୟା କରିବା ପରେ ତାଙ୍କୁ ଫାଶୀ ଲଗାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ନା ସେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି, ତାହା ମୃତ୍ୟୁର ସମୟରୁ ସ୍ପଷ୍ଟ ହୋଇପାରିବ। ମୁମ୍ୱାଇ ପୁଲିସ ଓ କୁପର ହସ୍ପିଟାଲକୁ ଏହାର ଉତ୍ତର ଦେବାକୁ ପଡ଼ିବ। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ ନିହାତି ଆବଶ୍ୟକ।’

ସେ କହିଛନ୍ତି ଯେ ମୁମ୍ବାଇ ପୁଲିସ୍ ଏହି ଘଟଣାର ତଦନ୍ତ ସଠିକ୍‌ ଭାବେ କରିପାରିବ ଯେତେବେଳେ ମନ୍ତ୍ରୀମାନେ ସେମାନଙ୍କୁ ଅନୁମତି ଦେବେ। ଏହିଭଳି ହାଇପ୍ରୋଫାଇଲ୍ ମାମଲାରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁ ପୁଲିସ୍ ଠିକ୍ ଢଙ୍ଗରେ ତଦନ୍ତ କରିପାରେ ନାହିଁ।

Advertisment

ସୁଶାନ୍ତଙ୍କ ବାପା କେକେ ସିଂହ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ଦାବି କରି ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରେ କେ.କେ ସିଂହଙ୍କ ପକ୍ଷରୁ ବିକାଶ ସିଂହ ମାମଲା ଲଢ଼ୁଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ମାମଲର ବିହାର ସରକାର ପ୍ରଥମେ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିଥିଲେ। କିନ୍ତୁ ମହାରାଷ୍ଟ୍ର ସରକାର ଏଯାଏ ଏହାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇ ନାହାନ୍ତି। ଫଳରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe