ସୁଶାନ୍ତଙ୍କ ଫ୍ଲାଟ୍‌ରେ ନୂଆ ଭଡ଼ାଟିଆ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ଲାଟରେ ନୂଆ ଭଡାଟିଆ। ତାଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ତାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟକୁ ମିଳିଛି ନୂଆ ଭଡାଟିଆ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟଟି ଖାଲି ପଡିଥିଲା। ସେହି ଘରକୁ ଯିବା ପାଇଁ କେହି ରାଜି ନଥିଲେ। କିନ୍ତୁ ଏବେ ଏହି ଘରକୁ ନୂଆ ଭଡାଟିଆ ମିଳିଥିବା ସୂଚନା ମିଳିଛି। ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତ ଯେଉଁ ଡ୍ୟୁପ୍ଲେକ୍ସ ଫ୍ଲାଟରେ ରହୁଥିଲେ, ତାକୁ […]

Sushant singh rajput

Madhupriya Mistry
  • Published: Thursday, 05 January 2023
  • , Updated: 05 January 2023, 02:13 PM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ଲାଟରେ ନୂଆ ଭଡାଟିଆ। ତାଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ତାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟକୁ ମିଳିଛି ନୂଆ ଭଡାଟିଆ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟଟି ଖାଲି ପଡିଥିଲା। ସେହି ଘରକୁ ଯିବା ପାଇଁ କେହି ରାଜି ନଥିଲେ। କିନ୍ତୁ ଏବେ ଏହି ଘରକୁ ନୂଆ ଭଡାଟିଆ ମିଳିଥିବା ସୂଚନା ମିଳିଛି।

ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତ ଯେଉଁ ଡ୍ୟୁପ୍ଲେକ୍ସ ଫ୍ଲାଟରେ ରହୁଥିଲେ, ତାକୁ ଅଭିନେତାଙ୍କ ମୃତ୍ୟୁ ପରେ କେହି ଭଡାରେ ନେବାକୁ ରାଜି ହେଉନଥିଲେ। ଲୋକେ ସେଠାରେ ରହିବାକୁ ଭୟ କରୁଥିଲେ। ଏହି ଘରର ମାଲିକ ବିଦେଶରେ ରୁହନ୍ତି। ଏଭଳି ସ୍ଥିତିରେ ସେ ଦୀର୍ଘ ଦିନ ହେବ ଗ୍ରାହକ ଖୋଜୁଥିଲେ। ଏବେ ତାଙ୍କ ସନ୍ଧାନ ଶେଷ ହୋଇଛି।

ରିଅଲ ଇଷ୍ଟେଟ୍ ବ୍ରେକର୍‌ଙ୍କ କହିବା ମୁତାବକ, ସୁଶାନ୍ତଙ୍କ ଏହି ଫ୍ଲାଟର ମାସିକା ଭଡା ୫ ଲକ୍ଷ ଟଙ୍କା। ଘର ନେବା ପୂର୍ବରୁ ମାଲିକଙ୍କ ୩୦ ଲକ୍ଷ ଟଙ୍କା ଡିପୋଜିଟ୍ ଦେବାକୁ ପଡିବ। ଏଭଳି ସ୍ଥିତିରେ ଏକ ପରିବାର ଏହି ଫ୍ଲାଟରେ ରହିବାକୁ ରାଜି ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ମଣ୍ଟ ବ୍ଲାଙ୍କ ଆପାର୍ଟମେଣ୍ଟରେ ସ୍ଥିତି ଏହି ଫ୍ଲାଟ୍ ପିଛା ସୁଶାନ୍ତ ମାସିକ ୪.୫ ଲକ୍ଷ ଟଙ୍କା ଭଡା ଦେଉଥିଲେ। କିନ୍ତୁ ଏବେ ଘର ମାଲିକ ଏହାର ଦାମ୍ ବଢ଼ାଇ ୫ ଲକ୍ଷ କରିଦେଇଛନ୍ତି। ୩୬୦୦ ସ୍କୁଏର ଫୁଟ୍‌ରେ ତିଆରି ଏହି ଫ୍ଲାଟରେ ୪ଟି ବେଡ୍‌ରୁମ୍ ରହିଛି, ଏହା ସହ ଛାତ ମଧ୍ୟ ଆଟାଚ ରହିଛି। ୨୦୧୯ରେ ସୁଶାନ୍ତ ଏହି ଫ୍ଲାଟକୁ ଭଡାରେ ନେଇଥିଲେ। ତାଙ୍କ ସହ ରିଆ ଚକ୍ରବର୍ତ୍ତୀ ଓ ତାଙ୍କର କିଛି ସାଙ୍ଗ ଏଠାରେ ରହୁଥିଲେ। ପରେ ଜୁନ୍ ୨୦୨୦ରେ ଏହି ଫ୍ଲାଟରେ ହିଁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।

Related story