ମୁମ୍ବାଇ: ପୁଣି ଫେସ୍ବୁକ୍ରେ ସକ୍ରିୟ ହେଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଆକ୍ଟିଭ ହେଲା ତାଙ୍କ ଫେସ୍ବୁକ୍ ଆକାଉଣ୍ଟ। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।
ଗତବର୍ଷ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଥିଲା। ଏହି ଦୁଃଖଦ ଘଟଣା ଆଜି ବି ଲୋକଙ୍କ ମନରୁ ଯାଇନି। ତାଙ୍କ ପ୍ରଶଂସକମାନେ ଆଜି ବି ତାଙ୍କୁ ଭୁଲି ପାରୁନାହାନ୍ତି। ଏହାରି ଭିତରେ ସୁଶାନ୍ତ ସିଂଙ୍କ ଫେସ୍ବୁକ୍ ପ୍ରୋଫାଇଲ ଫଟୋ ବଦଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।
ପ୍ରକୃତରେ ସୁଶାନ୍ତ ସିଂ ରାଜପୁତଙ୍କ ପିଆର୍ ଟିମ୍ ତାଙ୍କ ଫେସ୍ବୁକ୍ ପ୍ରୋଫାଇଲ୍ ଅପଡେଟ୍ କରିଥିଲେ, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇ ପଡିଥିଲେ। ଏଥିସହ ସୁଶାନ୍ତଙ୍କ ପ୍ରଶଂସକମାନେ ଭାବୁକ ମଧ୍ୟ ହୋଇପଡିଥିଲା ଏବଂ କମେଣ୍ଟ ସେକ୍ସନ୍ରେ ଦୁଃଖ ଭରା କମେଣ୍ଟ ମଧ୍ୟ କରିଥିଲେ।
ଜଣେ ଫ୍ୟାନ୍ ଲେଖିଥିଲେ, ତୁମେ ଯଦି ଆଜି ଜୀବିତ ଥାଆନ୍ତ, ତା'ହେଲେ ନିଜ ଡିପି ବଦଳାଇ ଥାଆନ୍ତ। ସେପଟେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଏକ ସେକେଣ୍ଡ ପାଇଁ, ମୁଁ ଭାବିଲି ତୁମେ ଫେରି ଆସିଛ। ତୁମେ ଆମକୁ ବେଶ୍ ମନେ ପଡୁଛ ସୁଶ୍।' ଆଉ ଜଣେ ୟୁଜର୍ କହିଛନ୍ତି, ମିସ୍ ୟୁ ସୁଶାନ୍ତ। ସୁଶାନ୍ତ ୨ ଦିନ ତଳେ ତାଙ୍କ ଫେସ୍ବୁକ୍ରେ ଆକ୍ଟିଭ ଥିଲେ, ବୋଧହୁଏ ତାଙ୍କ ସୋଶାଲ ମିଡିଆ ଟିମ୍ ଜରିଆରେ ଏଭଳି ହୋଇଥିଲା।'
ସୂଚନା ମୁତାବକ, ଗତବର୍ଷ ଜୁନ୍ ୧୪ ତାରିଖରେ ମୁମ୍ବାଇ ସ୍ଥିତ ତାଙ୍କ ଆପର୍ଟମେଣ୍ଟରେ ସୁଶାନ୍ତ ସିଂ ରଜପୁତଙ୍କ ମୃତଦେହ ମିଳିଥିଲା। ଏହି ମାମଲାର ତଦନ୍ତ ଏବେ ସିବିଆଇ ଏବଂ ଏନ୍ସିବି କରୁଛି। ସେପଟେ ସୁଶାନ୍ତଙ୍କ ପ୍ରଶଂସକମାନେ ସୋଶାଲ ମିଡିଆ ଜରିଆରେ ନିଜ ଫେଭରେଟ୍ ଅଭିନେତାଙ୍କୁ ଏବେବି ନ୍ୟାୟ ଦେବା ପାଇଁ ଦାବି କରୁଛନ୍ତି।
https://twitter.com/theluckygupta/status/1428681770770202629?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।