Advertisment

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ଭଉଣୀ

୨୦୨୦ ଜୁନ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଏକ ଆପାର୍ଟମେଣ୍ଟରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମିଳିଥିଲା।

author-image
Madhupriya Mistry
sushant-singh-rajput-sister-requests-pm-modi

sushant-singh-rajput-sister-requests-pm-modi

ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୪୫ ମାସ ତଥା ତିନି ବର୍ଷ ବିତିଗଲାଣି। ତାଙ୍କର ହଠାତ୍‌ ମୃତ୍ୟୁ ଖବର ପୂରା ଦେଶକୁ ଶକ୍ତ ଧକ୍କା ଦେଇଥିଲା। ତାଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କର ଅକାଳ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇପଡିଥିଲା। କେହି ମଧ୍ୟ ସହଜରେ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରି ପାରୁନଥିଲେ।

Advertisment

୨୦୨୦ ଜୁନ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଏକ ଆପାର୍ଟମେଣ୍ଟରେ ତାଙ୍କର ମୃତଦେହ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ଏହି ମାମଲାକୁ ନେଇ ଏକ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଥିଲା, ଯାହା ଏବେ ଯାଏଁ ପୂରଣ ହୋଇନାହିଁ। ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁକୁ ନେଇ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲେ। ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏବେ ଯାଏଁ ଏହି ଯାଞ୍ଚ କ'ଣ ହେଲା କେତେ ଯାଏଁ ଗଲା ସେ ନେଇ କୌଣସି ଉତ୍ତର ମିଳିନାହିଁ। ସୁଶାନ୍ତଙ୍କ ପରିବାର ଲୋକେ ଓ ତାଙ୍କ ଫ୍ୟାନ୍‌ମାନେ ତଦନ୍ତର ଅପଡେଟ୍‌କୁ ନେଇ ଏବେବି ଅପେକ୍ଷାରେ ଅଛନ୍ତି।

ଏହାରି ଭିତରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସିବିଆଇ ତଦନ୍ତରେ ହସ୍ତକ୍ଷେପ କରିବାକୁ ତାଙ୍କୁ ଗୁହାରି କରିଛନ୍ତି। ଶ୍ୱେତା ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ମେସେଜ ସେୟାର କରିଛନ୍ତି।

Advertisment

ଏଥିରେ ସେ କହିଛନ୍ତି, ' ଭାଇ(ସୁଶାନ୍ତ)ଙ୍କ ମୃତ୍ୟୁକୁ ୪୫ ମାସ ତଥା ତିନି ବର୍ଷ ବିତି ଗାଲାଣି। ଏହି ମାମଲାରେ ସିବିଆଇ ତଦନ୍ତ କେତେ ଦୂର ପହଞ୍ଚିଛି ତାହା ତାଙ୍କ ପରିବାର ଜାଣନ୍ତି ନାହିଁ। ସେମାନେ ଏନେଇ ସିବିଆଇ ତରଫରୁ କୌଣସି ଅପଡେଟ୍‌ ପାଇନାହାନ୍ତି। ତେଣୁ ସିବିଆଇ ତଦନ୍ତରେ ଆପଣ ହସ୍ତକ୍ଷେପ କରନ୍ତୁ ବୋଲି ମୋର ଅନୁରୋଧ।'

ସେ ଆହୁରି କହିଛନ୍ତି, 'ଏହି ମାମଲାକୁ ନେଇ ଆମ ମନରେ ଅନେକ ପ୍ରଶ୍ନ ଅଛି। ଆପଣଙ୍କ ସାହାଯ୍ୟରେ ଆମେ ଉତ୍ତର ପାଇବୁ ବୋଲି ଆଶା କରିଛୁ। ଆମର ଆଇନ୍‌ ବ୍ୟବସ୍ଥା ଉପରେ ଅତୁଟ ବିଶ୍ୱାସ ଅଛି। ତେଣୁ ୨୦୨୦ ଜୁନ୍‌ ୧୪ ତାରିଖରେ କ'ଣ ହୋଇଥିଲା ତାହା ଜାଣିବା ପାଇଁ ଆମେ ଅପେକ୍ଷା କରିଛୁ। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆମେ ଚାହୁଁଛୁ।' ଏହି ଭିଡିଓ ବାର୍ତ୍ତା ଦେବା ବେଳେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ବେଶ୍‌ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି।

Bollywood News Bollywood PM Modi Sushant Singh Rajput Case