Advertisment

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର ପୁଲିସ୍‌ର ତଦନ୍ତ ଘଟଣାକୁ ନାପସନ୍ଦ କରି ସୋମବାର ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ଆଉ କିଛି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ କିଛି ଶବ୍ଦ ସର୍ଚ୍ଚ କରିଥିଲେ। ଏଥିରେ Bipolar disorder, Schizophrenia ଓ painless death (ଯନ୍ତ୍ରଣାବିହୀନ ମୃତ୍ୟୁ) ପରି ଶବ୍ଦ ରହିଛି। Bipolar disorder ଓ  Schizophrenia ମାନସିକ ରୋଗ ସହିତ ଜଡ଼ିତ। […]

ଅଦ୍ୟତନ ହୋଇଛି
ଜୁନ୍‌ ୧୩ ରାତିରେ ସୁଶାନ୍ତଙ୍କ ଘରେ ଘଟିଥିବା ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିଲେ ପଡ଼ୋଶୀ

sushant singh

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର ପୁଲିସ୍‌ର ତଦନ୍ତ ଘଟଣାକୁ ନାପସନ୍ଦ କରି ସୋମବାର ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ଆଉ କିଛି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ କିଛି ଶବ୍ଦ ସର୍ଚ୍ଚ କରିଥିଲେ। ଏଥିରେ Bipolar disorder, Schizophrenia ଓ painless death (ଯନ୍ତ୍ରଣାବିହୀନ ମୃତ୍ୟୁ) ପରି ଶବ୍ଦ ରହିଛି। Bipolar disorder ଓ  Schizophrenia ମାନସିକ ରୋଗ ସହିତ ଜଡ଼ିତ।

Advertisment

ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ବିଷୟକୁ ନେଇ ମଧ୍ୟ ପୁଲିସ କମିଶନର କହିଛନ୍ତି। ଜୁନ୍‌ ୧୬ ତାରିଖରେ ସୁଶାନ୍ତଙ୍କ ପରିବାର ଲୋକ ବୟାନ ଦେଇ କହିଥିଲେ ଯେ ଏହି ମାମଲାରେ ସେମାନେ କାହାକୁ ସନ୍ଦେହ କରୁନାହାନ୍ତି। ରିୟା ଚକ୍ରବର୍ତ୍ତୀ ଜୁନ୍‌ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଦେଇଥିଲେ। କାରଣ ସେ ବି ଡିପ୍ରେସନରେ ରହିଥିଲେ। ଏହାପରେ ସୁଶାନ୍ତଙ୍କ ଭଉଣୀ ଆସିଥିଲେ ଯିଏ କି ଝିଅର ପରୀକ୍ଷା ଥିବାରୁ ୧୩ ଜୁନ୍‌ରେ ଚାଲିଯାଇଥିଲେ।

ପୁଲିସ୍ କମିଶନରଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ଡାଏରୀ ମିଳିଛି। ଏଥିରେ ସେ ତାଙ୍କ ଚାଟାର୍ଡ ଆକାଉଣ୍ଟାଟ୍‌ଙ୍କୁ ମାସିକିଆ ଖର୍ଚ୍ଚ କମ୍ କରିବା ପାଇଁ କହିଥିଲେ।

Advertisment

ମୁମ୍ୱାଇ ପୁଲିସ କମିଶନର ମିଡିଆକୁ ବିବୃତ୍ତି ଦେଇ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବା ପାଇଁ ବିହାର ପୁଲିସ ପାଖରେ କୌଣସି ଅଧିକାର ନାହିଁ। ଆମେ ଏହି ମାମଲା ଉପରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଏ ପର୍ଯ୍ୟନ୍ତ ଏହି କେସ୍‌କୁ ନେଇ ଆମେ କ୍ଲିନ୍‌ ଚିଟ୍‌ ଦେଇନାହୁଁ।

ସେହିପରି ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାରର ଜଣେ ଆଇପିଏସ୍‌ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନ୍‌ରେ ରଖିବା ନେଇ ପୁଲିସ କମିଶନର କହିଛନ୍ତି ଯେ କାହାକୁ କ୍ୱାରେଣ୍ଟାଇନ୍‌ରେ ରଖିବା ଅଧିକାର ଆମ ପାଖରେ ନାହିଁ। ଏସବୁ ବିଏମ୍‌ସି ଅଧୀନରେ ଯାଉଛି।

Sushant Singh Rajput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe