Advertisment

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜଣେ ପୁଲିସ୍ ଅଧିକାରୀ କଲେ ଏମିତି ଦାବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆସନ୍ତାକାଲି ମାସେ ପୂରିବ। ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏବେ ବି ଏହାକୁ ନେଇ ଭିନ୍ନ ଭିନ୍ନ କଥା କୁହାଯାଉଛି। ଏଇ କିଛି ଦିନ ତଳେ ଜଣେ ପୂର୍ବତନ ‘ର’ ଅଫିସର ଦାବି କରିଥିଲେ ଯେ ସେ ଆତ୍ମହତ୍ୟା କରିନାହାନ୍ତି, ଦାଉଦ୍ ଇବ୍ରାହିମ୍‌ ଗୋଷ୍ଠୀ ତାଙ୍କୁ ହତ୍ୟା କରିଛନ୍ତି। ଆଉ ୟା ଭିତରେ ଏକ ୱେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟରେ ମୁମ୍ବାଇ ପୁଲିସ୍‌ର ଜଣେ ଅଧିକାରୀ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜଣେ ପୁଲିସ୍ ଅଧିକାରୀ କଲେ ଏମିତି ଦାବି

sushanta

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆସନ୍ତାକାଲି ମାସେ ପୂରିବ। ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏବେ ବି ଏହାକୁ ନେଇ ଭିନ୍ନ ଭିନ୍ନ କଥା କୁହାଯାଉଛି। ଏଇ କିଛି ଦିନ ତଳେ ଜଣେ ପୂର୍ବତନ ‘ର’ ଅଫିସର ଦାବି କରିଥିଲେ ଯେ ସେ ଆତ୍ମହତ୍ୟା କରିନାହାନ୍ତି, ଦାଉଦ୍ ଇବ୍ରାହିମ୍‌ ଗୋଷ୍ଠୀ ତାଙ୍କୁ ହତ୍ୟା କରିଛନ୍ତି। ଆଉ ୟା ଭିତରେ ଏକ ୱେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟରେ ମୁମ୍ବାଇ ପୁଲିସ୍‌ର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ସୁଶାନ୍ତ ଦୁଇଟି ରୋଗ- Paranoia ଓ Bipolar disorderରେ ପୀଡ଼ିତ ଥିଲେ। ଏମିତିକି ସପ୍ତାହେ ପାଇଁ ସେ ହିନ୍ଦୁଜା ହସ୍‌ପିଟାଲ୍‌ରେ ଭର୍ତ୍ତି ମଧ୍ୟ ହୋଇଥିଲେ।

Advertisment

ଏହି ପୁଲିସ୍ ଅଧିକାରୀ ଜଣଙ୍କ କହିଛନ୍ତି ଯେ ସୁଶାନ୍ତ ବିରୋଧରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବା ନେଇ ପ୍ରମାଣ ମିଳିନାହିଁ। ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୂରା ସ୍ପଷ୍ଟ ହୋଇସାରିଛି। ଆଉ ଆତ୍ମହତ୍ୟାର କାରଣ ପର୍ଯ୍ୟନ୍ତ ବି ପୁଲିସ୍ ପହଞ୍ଚିସାରିଛି। ସେ Paranoia ଓ Bipolar disorderରେ ପୀଡ଼ିତ ଥିଲେ ଓ ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପୂର୍ବରୁ ସପ୍ତାହେ ପାଇଁ ହିନ୍ଦୁଜା ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ଏହି ପୁଲିସ୍ ଅଫିସ୍‌ର ଜଣଙ୍କ କହିଛନ୍ତି ଯେ ସୁଶାନ୍ତଙ୍କ ମା’ ମଧ୍ୟ ଡିପ୍ରେସନ୍‌ରେ ପୀଡ଼ିତ ଥିଲେ। ତାଙ୍କର ବି ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା। ଯେତେବେଳେ ତାଙ୍କର ମୃତ୍ୟୁ ଘଟିଥିଲା, ସେତେବେଳକୁ ସୁଶାନ୍ତଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ପଚରାଉଚରା ବେଳେ କେତେ ଜଣ କହିଛନ୍ତି ଯେ ବଲିଉଡ୍‌ରେ ବ୍ୟସ୍ତତା ମଧ୍ୟରେ ବି ସୁଶାନ୍ତ ନିଜକୁ ଏକୁଟିଆ ଅନୁଭବ କରୁଥିଲେ।

Advertisment

ଏହି ରିପୋର୍ଟରେ ଲେଖାଯାଇଛି ଯେ Paranoia ଏମିତି ଏକ ରୋଗ ଯେଉଁଥିରେ ରୋଗୀ ଅନ୍ୟମାନଙ୍କ ଉପରେ ସନ୍ଦେହ କରିବାକୁ ଲାଗେ। ତାଙ୍କୁ ଲାଗେ ସମସ୍ତେ ତାଙ୍କୁ ଘୃଣା କରୁଛନ୍ତି। ସେ ଭୟଭୀତ ହୋଇ ରହେ। ସେହିଭଳି Bipolar disorderରେ ରୋଗୀ କେତେବେଳେ ଚିନ୍ତିତ ହୋଇପଡ଼େ ତ କେତେବେଳେ ଏକଦମ ଆତ୍ମବିଶ୍ୱାସୀ ହୋଇଯାଏ। ପୁଣି କେତେବେଳେ ଗୁମ୍‌ସୁମ୍ ହୋଇଯାଏ।

Sushant Singh Rajput