Advertisment

‘ରିଆ ମୋ ପୁଅକୁ ବିଷ ଦେଉଥିଲେ ’

ମୁମ୍ୱାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂହ ରିଆ ଚକ୍ରବର୍ତ୍ତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। କେକେ ସିଂହଙ୍କ କହିବା ଅନୁସାରେ ଲଗାତାର ଭାବରେ ରିଆ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଆସୁଥିଲେ। ରିଆ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି। ସୁଶାନ୍ତଙ୍କ ବାପା ଗତକାଲି ରିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଏକ ମାମଲା ରୁଜୁ କରିଛନ୍ତି। ସେହିପରି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ […]

‘ରିଆ ମୋ ପୁଅକୁ ବିଷ ଦେଉଥିଲେ ’

riaa

Advertisment

ମୁମ୍ୱାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂହ ରିଆ ଚକ୍ରବର୍ତ୍ତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। କେକେ ସିଂହଙ୍କ କହିବା ଅନୁସାରେ ଲଗାତାର ଭାବରେ ରିଆ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଆସୁଥିଲେ। ରିଆ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି।

Advertisment

ସୁଶାନ୍ତଙ୍କ ବାପା ଗତକାଲି ରିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଏକ ମାମଲା ରୁଜୁ କରିଛନ୍ତି। ସେହିପରି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

Advertisment

ସିବିଆଇର ପଚରାଉଚରା ସମୟରେ ଗତକାଲି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଜୁନ୍ ୮ ତାରିଖ ଦିନ ରିଆ ସୁଶାନ୍ତଙ୍କ ଘରୁ ବାହାରିବା ପୂର୍ବରୁ କିଛି ହାର୍ଡ ଡ୍ରାଇଭକୁ ନଷ୍ଟ କରିଥିଲେ ବୋଲି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ପୂର୍ବ ମ୍ୟାନେଜର ଦିପେଶ ସାୱନ୍ତ ଓ ସାମୁଏଲ ମିରାଣ୍ଡା ସିବିଆଇ ଆଗରେ ସ୍ୱୀକାର କରିଛନ୍ତି।

ରିଆ ଏସବୁ ହାର୍ଡ ଡାଇଭ୍ ଭାଙ୍ଗିବା ବେଳେ ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍ ମେଟ୍ ସିଦ୍ଧାର୍ଥ ପଠାନୀ ଓ ନିରଜ ସେଠାରେ ଘରେ ଉପସ୍ଥିତ ଥିଲେ।

ଏସବୁ ତଥ୍ୟ ଜଣାପଡ଼ିବା ପରେ ରିଆଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe