ବାପା ଜାଣି ନଥିଲେ ସୁସ୍ମିତାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ୍‌ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଏମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଯେବେଠୁ ଲଳିତ ମୋଦି ସୁସ୍ମିତଙ୍କୁ ଡେଟ୍‌ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ହେଡ୍‌ଲାଇନ୍‌ ପାଲଟିଛନ୍ତି। ଲଳିତ ମୋଦିଙ୍କ ଏହି ଖୁଲାସା ଅନେକ ଲୋକଙ୍କୁ ସର୍‌ପ୍ରାଇଜ କରିଛି, ଯେଉଁଥିରେ ଖୋଦ୍‌ ସୁସ୍ମିତା ସେନ୍‌ଙ୍କ ଭାଇ ଓ ବାପା ମଧ୍ୟ […]

sushmita-sen-lalit-modi-1

sushmita-sen-lalit-modi-1

Madhupriya Mistry
  • Published: Saturday, 16 July 2022
  • Updated: 16 July 2022, 03:59 PM IST

Sports

Latest News

ମୁମ୍ବାଇ: ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ୍‌ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଏମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଯେବେଠୁ ଲଳିତ ମୋଦି ସୁସ୍ମିତଙ୍କୁ ଡେଟ୍‌ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ହେଡ୍‌ଲାଇନ୍‌ ପାଲଟିଛନ୍ତି। ଲଳିତ ମୋଦିଙ୍କ ଏହି ଖୁଲାସା ଅନେକ ଲୋକଙ୍କୁ ସର୍‌ପ୍ରାଇଜ କରିଛି, ଯେଉଁଥିରେ ଖୋଦ୍‌ ସୁସ୍ମିତା ସେନ୍‌ଙ୍କ ଭାଇ ଓ ବାପା ମଧ୍ୟ ସାମିଲ ଅଛନ୍ତି।

Sushmita Sen's father Shubeer Sen not aware of her relationship with Lalit Modi; Reports | PINKVILLA

ସୁସ୍ମିତାଙ୍କ ପ୍ରେମ କାହାଣୀ ବିଷୟରେ ଅଜଣାଥିଲେ ସୁବୀର ସେନ୍‌। ମିଡିଆରେ ଖବର ପ୍ରଚାର ହେବା ପରେ ସେ ଜାଣିବାକୁ ପାଇଲେ। ତାଙ୍କ ଝିଅ ସୁସ୍ମିତା ଏବେ ଯାଏଁ ତାଙ୍କୁ ଏନେଇ କୌଣସି ଖବର ଦେଇ ନଥିବା ସେ କହିଛନ୍ତି।

ଏକ ସାକ୍ଷାତକରରେ ସେ କହିଛନ୍ତି, 'ଏ ବିଷୟରେ ମୋର କୌଣସି ଧାରଣା କିମ୍ବା କି ମୋ ପାଖରେ ପୂର୍ବରୁ କୌଣସି ସୂଚନା ନାହିଁ। ମୁଁ କେବଳ ଶୁକ୍ରବାର ସକାଳେ ମୋ ଝିଅ  ସହିତ କଥାବାର୍ତ୍ତା କଲି। କିନ୍ତୁ ସେ ମୋତେ ଏ ବିଷୟରେ କିଛି କହି ନାହିଁ। ମୋତେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ଲଳିତ ମୋଦିଙ୍କ ସହ ସେ ଡେଟ୍‌ କରୁଥିବା ଖବର ଜଣିବାକୁ ପାଇଲି। ସମ୍ପର୍କରେ ରହିବା ତାଙ୍କ ଝିଅର ଜୀବନରେ ଏକ ବଡ଼ ଡେଭଲପମେଣ୍ଟ। ଯଦି ଏପରି କିଛି ଘଟିଥାନ୍ତା, ତେବେ ସୁସ୍ମିତା ତାଙ୍କୁ କହିଥାନ୍ତେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଲଲିତ ମୋଦୀଙ୍କ ବିଷୟରେ କିଛି କହି ନାହାଁନ୍ତି।'

Sushmita Sen's Brother Rajiv Sen On Her Relationship With Lalit Modi: 'I Am Pleasantly Surprised'

ତେବେ ସୁସ୍ମିତାଙ୍କ ବାପା ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିନଥିବା କହୁଥିବା ବେଳେ ଲଳିତ ମୋଦିଙ୍କ ପୁଅ ରୁଚିରା ମୋଦିଙ୍କ ବୟାନ କିନ୍ତୁ ପୂରାପୁରି ଭିନ୍ନ ରହିଛି। ସେ କହିଛନ୍ତି, 'ତାଙ୍କ ପରିବାର ଲୋକଙ୍କୁ(ସୁସ୍ମିତା) ବାପା ଲଳିତ ଓ ସୁସ୍ମିତାଙ୍କ ପ୍ରେମ ସମ୍ପର୍କ ବଷୟରେ ଜଣାଥିଲା।'

ଉଲ୍ଲେଖଯୋଗ୍ୟ, ଗୁରୁବାର ଲଳିତ ମୋଦି ସୁସ୍ମିତା ସେନ୍‌ଙ୍କ ସହ ଫଟୋ ଶେଆର କରିଥିଲେ। ଏହି ପୋଷ୍ଟରେ ସେ ସୁସ୍ମିତାଙ୍କ ସହ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲଳିତ ମୋଦିଙ୍କ ସହ ସମ୍ପର୍କ ସାମ୍ନାକୁ ଆସିବା ପରେ ସୁସ୍ମିତା ସେନ୍ ମଧ୍ୟ ପ୍ରଥମ ପୋଷ୍ଟ ସେୟାର କରିଥିଲେ। ସେ ସୋସିଆଲ ମିଡିଆରେ ତାଙ୍କ ଝିଅ ରେନେ ଏବଂ ଆଲିଶାଙ୍କ ସହ ଏକ ଫଟୋ ସେୟାର କରି ସେ ବହୁତ ଖୁସି ଥିବା କହିଥିଲେ।

ଏହି ପୋଷ୍ଟ ପରେ ଉଭୟ ବିବାହ କରିନେଇଥିବା ନେଇ ଚର୍ଚ୍ଚା ହେଉଛନ୍ତି। ସେ ଚର୍ଚ୍ଚାକୁ ମଧ୍ୟ ସୁସ୍ମିତା ଖଣ୍ଡନ କରିଥିଲେ। ନା ବିବାହ ନା ନିର୍ବନ୍ଧ ସେପରି କିଛି ଘଟିନଥିବା କହି ପୋଷ୍ଟ କରିଥିଲେ ସୁସ୍ମିତା ସେନ୍ । ତାଙ୍କ ବ୍ୟକ୍ତିଗତ ଜୀବନରେ ଲୋକଙ୍କୁ ଅନଧିକାରର ଚର୍ଚ୍ଚା କରିବାର କୌଣସି ଅଧିକାର ରହିବା ଉଚିତ ନୁହେଁ । ବିବାହ, ନିର୍ବନ୍ଧ ପରି କିଛି ଘଟଣା ଘଟିନଥିବାବେଳେ ବିନା ସର୍ତ୍ତରେ ପ୍ରେମରେ ଘେରି ହୋଇପଡୁଛନ୍ତି। ଅନେକ ବିବାଦ ପରେ ସେ ଏବେ ନିଜ ଜୀବନ ଓ କାମକୁ ଗୁରୁତ୍ୱ ଦେଉଛନ୍ତି। ଦୁଇ ଝିଅଙ୍କ ସହ ସେ ବହୁତ ଖୁସି ଅଛନ୍ତି ବୋଲି ସୁସ୍ମିତା ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos