Advertisment

ସୁସ୍ମିତା ସେନ୍‌ଙ୍କୁ ହୃଦ୍‌ଘାତ

ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Sushmita Sen

Sushmita Sen

Advertisment

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୂନ୍ଦରୀ ସୁସ୍ମିତା ସେନ୍‌ଙ୍କୁ ହୃଦ୍‌ଘାତ। କିଛି ଦିନ ତଳେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚକିତ ହୋଇ ପଡିଛନ୍ତି।

Advertisment

ଦୁଇ ଦିନ ପୂର୍ବେ ଏହି ଅଭିନେତ୍ରୀ ହୃଦ୍‌ଘାତର ଶିକାର ହୋଇଥିଲେ। ହୃଦଘାତ ପରେ ତାଙ୍କର ଆଞ୍ଜିଓପ୍ଲ‌ାଷ୍ଟି କରାଯାଇଥିଲା ଏବଂ ଏହା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ସୁସ୍ମିତା କହିଛନ୍ତି।  
ସୁସ୍ମିତା ସେନ୍ ତାଙ୍କ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ହୃଦଘାତ ବିଷୟରେ ସୂଚନା ଦେଇଛନ୍ତି।

ପୋଷ୍ଟରେ ୪୭ ବର୍ଷ ବୟସ୍କା ଅଭିନେତ୍ରୀ ଉଲ୍ଲେଖ କରିଛନ୍ତି ଯେ ‘ହୃଦଘାତ ପରେ ହୃଦ୍‌ରୋଗ ବିଶେଷଜ୍ଞ ମୋର ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ସଠିକ୍ ଭାବରେ ଏକ ଷ୍ଟେଣ୍ଟ୍ ଲଗାଇଥିଲେ। ମୁଁ ଏବେ ମୋ ଜୀବନକୁ ଆହୁରି ଆନନ୍ଦ ଏବଂ ଖୁସିରେ ବଞ୍ଚିବାକୁ ପ୍ରସ୍ତୁତ ଅଛି। ମୋ ପାଖରେ ପ୍ରକୃତରେ ଏକ ବଡ଼ ହୃଦୟ ଥିବା କାର୍ଡିଓଲଜୀ ଡାକ୍ତରମାନେ କହିଛନ୍ତି ।’ 

Advertisment

ସୁସ୍ମିତା ଆହୁରି କହିଛନ୍ତି, ‘ମୁଁ ସେହି ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନଙ୍କ ପାଇଁ ଆଜି ମୁଁ ଠିକ୍ ସମୟରେ ଚିକିତ୍ସା ପାଇଛି। ସେମାନଙ୍କ ତୁରନ୍ତ ଆକ୍ସନ ପାଇଁ ମୁଁ ଆଜି ଠିକ୍ ହୋଇପାରିଛି । ଏହି ପୋଷ୍ଟ ମୋତେ କେବଳ ଭଲପାଉଥିବା ଲୋକଙ୍କୁ ଅପ୍‌ଡେଟ୍ ଦେବା ପାଇଁ କରିଛି । ମୁଁ ମୋ ଜୀବନକୁ ଖୋଲାଖୋଲି ଭାବେ ଉପଭୋଗ କରିବାକୁ ଚାହୁଁଛି।’ 

ସୁସ୍ମିତା ହୃଦଘାତର ଖବର ଦେବା ପରେ ତାଙ୍କ ପ୍ରଶଂସକ ଓ ବଲିଉଡ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରୁଥିବା ଦେଖାଯାଇଛି। ନିଜ ପୋଷ୍ଟରେ ସୁସ୍ମିତା ସମସ୍ତଙ୍କୁ ନିଜ ନିଜର ହୃଦୟକୁ ଖୁସିରେ ରଖିବାକୁ କହିଛନ୍ତି। ସୁସ୍ମିତା ସବୁବେଳେ ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ କରୁଥିବାର ନଜର ଆସୁଥିବା ବେଳେ ତାଙ୍କର ଏଭଳି ହୃଦଘାତ ହେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Bollywood News Bollywood Sushmita Sen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe