Advertisment

ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ଙ୍କୁ ଓମିକ୍ରନ୍‌

ମୁମ୍ବାଇ: ଦେଶରେ ବଢ଼ି ଚାଲିଛି କରୋନା ମାମଲା। ବୁଢ଼ିଆଣି ଜାଲରେ ଛନ୍ଦି ହେଲା ଭଳି କରୋନା ଜାଲରେ ଛନ୍ଦି ହୋଇପଡିଲେଣି ଲକ୍ଷ ଲକ୍ଷ ଲୋକେ।  ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲେବ୍ରିଟି ସମସ୍ତେ ଏହି କରୋନା ଫାଶରେ ପଡିଛନ୍ତି। ଏବେ ଏହି ତାଲିକାରେ ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ମଧ୍ୟ ପଡିଛନ୍ତି। ସେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ […]

ଅଦ୍ୟତନ ହୋଇଛି
ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ଙ୍କୁ ଓମିକ୍ରନ୍‌

sussanne-khan

Advertisment

ମୁମ୍ବାଇ: ଦେଶରେ ବଢ଼ି ଚାଲିଛି କରୋନା ମାମଲା। ବୁଢ଼ିଆଣି ଜାଲରେ ଛନ୍ଦି ହେଲା ଭଳି କରୋନା ଜାଲରେ ଛନ୍ଦି ହୋଇପଡିଲେଣି ଲକ୍ଷ ଲକ୍ଷ ଲୋକେ।  ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲେବ୍ରିଟି ସମସ୍ତେ ଏହି କରୋନା ଫାଶରେ ପଡିଛନ୍ତି। ଏବେ ଏହି ତାଲିକାରେ ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ମଧ୍ୟ ପଡିଛନ୍ତି। ସେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି।

Advertisment

'କୋଭିଡ-୧୯କୁ ଦୁଇ ବର୍ଷ ଯାଏଁ ଚକ୍‌ମା ଦେବା ପରେ ତୃତୀୟ ଲହରରେ ଏହି ଜିଦି ଓମିକ୍ରନ୍‌ ଭାରିଏଣ୍ଟ ତାଙ୍କ ଇମ୍ୟୁନ୍‌ ସିଷ୍ଟମ୍‌ ଉପରେ ଶେଷରେ ଆକ୍ରମଣ କରିଛି। ଗତ ରାତିରେ ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିଲା। ସୁରକ୍ଷିତ ରୁହନ୍ତୁ ଆଉ ଧ୍ୟାନ ରଖନ୍ତୁ। ଏହା ବେଶ୍‌ ସଂକ୍ରାମକ ବୋଲି ସୁଜେନ୍‌ ତାଙ୍କ ପୋଷ୍ଟରେ ଲେଖିଛନ୍ତି। '

ସୁଜେନ୍‌ ଦିନକ ପୂର୍ବରୁ ତାଙ୍କ ପୂର୍ବତନ ସ୍ୱାମୀ ହ୍ରିତିକ ରୋଶନ୍‌ଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ସୁଜେନ୍‌ ତାଙ୍କ ପୁଅ ସହ ହ୍ରିତିକଙ୍କ ଏକ ସୁନ୍ଦର ଭିଡିଓ ମଧ୍ୟ ଶେଆର କରିଥିଲେ। ହ୍ରିତିକଙ୍କୁ 'ସବୁଠାରୁ ଭଲ ବାପା' ବୋଲି କହି ସମ୍ବୋଧିତ କରିଥିଲେ। ହ୍ରିତିକ ଓ ସୁଜେନ ଛାଡପତ୍ର ପରେ ଅଲଗା ହୋଇଯାଇଛନ୍ତି ସତ କିନ୍ତୁ ଦୁହେଁ ଆଜି ମଧ୍ୟ ଭଲ ବନ୍ଧୁ ଅଛନ୍ତି।

Advertisment

ଅନ୍ୟପଟେ ସୁଜେନ୍‌ଙ୍କ ବ୍ୟତୀତ ଅଭିନେତା ତଥା କମେଡିଆନ୍‌ ବୀର ଦାସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେ ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ହୋମ୍‌ ଆଇସୋଲେଟ କରିଛନ୍ତି। ଏନେଇ ସେ ନିଜ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ସୁସ୍ଥ ଅଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ସେ କରୋନା ଟେଷ୍ଟ କରାଇବା ସହ ମାସ୍କ ପିନ୍ଧିବା ଏବଂ ଟିକାର ବୁଷ୍ଟର ଡୋଜ ନେବାକୁ ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe