Advertisment

ହୋଲି ପରେ ସ୍ୱରାଙ୍କ ପଡ଼ିବ ହାତଗଣ୍ଠି, ପୁଣି କରିବେ ବିବାହ

ଏଥିପାଇଁ ଆରମ୍ଭ ହୋଇସାରିଛି ଜୋରସୋର୍‌ରେ ପ୍ରସ୍ତୁତି।

ଅଦ୍ୟତନ ହୋଇଛି
Swara and Fahad wedding

Swara and Fahad wedding

Advertisment

ପୁଣି ବିବାହ କରିବେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ହୋଲି ପରେ ପଡିବ ହାତଗଣ୍ଠି। ପୁଣି ବଧୂ ବେଶରେ ସଜେଇ ହେବେ ସ୍ୱରା। ପୂର୍ବରୁ କୋର୍ଟ ମ୍ୟାରେଜ କରିସାରିଥିବା ସ୍ୱରା ଏଥର ରୀତିନୀତି ଅନୁସାରେ ଧରିବେ ଫହାଦ ଅହମ୍ମଦଙ୍କ ହାତ।  

Advertisment

ଆସନ୍ତା ସପ୍ତାହରେ ବଧୂ ସାଜିବେ ସ୍ୱରା। ଫହାଦ ଅହମ୍ମଦଙ୍କ ଧରିବେ ହାତ। ପୂର୍ବରୁ ନିଜ କୋର୍ଟ ମ୍ୟାରେଜକୁ ନେଇ ବିବାଦରେ ଥିବା ସ୍ୱରାଙ୍କ ମାର୍ଚ୍ଚ ୧୧ରୁ ୧୬ ତାରିଖ ମଧ୍ୟରେ ହେବ ପ୍ରି-ୱେଡିଂ ସେରେମୋନୀ। ଦମ୍ପତିଙ୍କ ହଳଦୀ, ମେହେନ୍ଦି ଓ ସଙ୍ଗୀତ ସେରେମୋନିର ଆୟୋଜନ ହେବ। ଦିଲ୍ଲୀରେ ଦେବେ ଏହି ଗ୍ରାଣ୍ଡ ୱେଡିଂ।

ରିପୋର୍ଟ ମୁତାବକ, ସ୍ୱରା ଡେଷ୍ଟିନେସନ ୱେଡିଂ ବଦଳରେ ଦିଲ୍ଲୀରେ ନିଜ ଅଜାଙ୍କ ଘରେ ବିବାହ କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ଆରମ୍ଭ ହୋଇସାରିଛି ଜୋରସୋର୍‌ରେ ପ୍ରସ୍ତୁତି। ସ୍ୱରା ଭାସ୍କରଙ୍କ ତରଫରୁ ବନ୍ଧୁ ବାନ୍ଧବଙ୍କୁ ବିବାହ ନିମନ୍ତ୍ରଣ ମଧ୍ୟ ପଠା ସରିଲାଣି। ଏହି ବିବାହ ତାଙ୍କ ସାଙ୍ଗସାଥୀ ଓ ପରିବାର ବର୍ଗ ଗହଣରେ ହେଉ ବୋଲି ସ୍ୱରା ଚାହୁଁଛନ୍ତି। 

Advertisment

ସ୍ୱରା ଖୁବ ଶୀଘ୍ର କନିଆଁ ସାଜିବାକୁ ଯାଉଥିବା ନେଇ ଟ୍ୱିଟ୍ କରି ଅପଡେଟ୍ ମଧ୍ୟ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଏବେ ବିବାହ ପାଇଁ ଅନେକ ପ୍ରସ୍ତୁତି କରିବାକୁ ପଡିବ। ତେବେ କେତେ ଶସ୍ତା କରିବି ମୁଁ ଜାଣିନି।’

ପୂର୍ବରୁ ସ୍ୱରା ଭାସ୍କର ଓ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦ କୋର୍ଟ ମ୍ୟାରେଜ କରିସାରିଛନ୍ତି। ଏମାନଙ୍କ ବିବାହକୁ ନେଇ ଅନେକ ବିବାଦ ଉପୁଜି ସାରିଛି। ସ୍ୱରାଙ୍କ ଏହି ବିବାହକୁ ନେଇ ଲୋକଙ୍କ ମଧ୍ୟରେ ଲଭ୍ ଜିହାଦ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହାପରେ ସ୍ୱରା ସୋଶାଲ ମିଡିଆରେ ଖୁବ୍ ଟ୍ରୋଲର ଶିକାର ହୋଇଥିଲେ। ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ତେବେ ଏସବୁ ବିବାଦକୁ ଖାତିର ନ କରି ଏବେ ସ୍ୱରା ପୁଣି ଥରେ ରୀତିନୀତି ଅନୁଯାୟୀ ଫହାଦଙ୍କୁ ବିବାହ କରିବାକୁ ଯାଉଛନ୍ତି।   

Swara Bhaskar Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe