Advertisment

ସ୍ୱରାଙ୍କ ବ୍ୟାଗ୍‌ ଲୁଟିନେଲେ ଆମେରିକାର ଚୋର

ମୁମ୍ବାଇ: ଖୋଲାଖୋଲି କଥା ରଖିବା ଏବଂ ସାମାଜିକ ମୁଦ୍ଦା ଉପରେ ନିଜ ରାୟ ଦେବାକୁ ପଛାଉନଥିବା ଅଭିନେତ୍ରୀ ସ୍ୱରା ଭାସ୍କର ଲୁଟ୍‌ର ଶିକାର ହୋଇଛନ୍ତି। ଆମେରିକାର ଲସ୍‌ ଆଞ୍ଜଲିସ୍‌ରେ ତାଙ୍କ ସମାନ ଚୋରି ହୋଇଯାଇଛି। ଜଣେ ଉବର ଡ୍ରାଇଭର ତାଙ୍କ ବ୍ୟାଗ୍‌ ଧରି ଛୁ’ ମାରିଛି। ଏନେଇ ସ୍ୱରା ଅଭିଯୋଗ ଆଣିଛନ୍ତି। ସ୍ୱରା ଟ୍ୱିଟ୍‌ କରି ପୂରା ଘଟଣା ସମ୍ପର୍କରେ ବଖାଣିଛନ୍ତି। ଏଥିସହ ଉବର କମ୍ପାନୀକୁ ଏନେଇ ସେ ସହାୟତା ମଧ୍ୟ ମାଗିଛନ୍ତି। ସ୍ୱରା ଟ୍ୱିଟ୍‌ କରି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସ୍ୱରାଙ୍କ ବ୍ୟାଗ୍‌ ଲୁଟିନେଲେ ଆମେରିକାର ଚୋର

Swara Bhaskar

ମୁମ୍ବାଇ: ଖୋଲାଖୋଲି କଥା ରଖିବା ଏବଂ ସାମାଜିକ ମୁଦ୍ଦା ଉପରେ ନିଜ ରାୟ ଦେବାକୁ ପଛାଉନଥିବା ଅଭିନେତ୍ରୀ ସ୍ୱରା ଭାସ୍କର ଲୁଟ୍‌ର ଶିକାର ହୋଇଛନ୍ତି। ଆମେରିକାର ଲସ୍‌ ଆଞ୍ଜଲିସ୍‌ରେ ତାଙ୍କ ସମାନ ଚୋରି ହୋଇଯାଇଛି। ଜଣେ ଉବର ଡ୍ରାଇଭର ତାଙ୍କ ବ୍ୟାଗ୍‌ ଧରି ଛୁ' ମାରିଛି। ଏନେଇ ସ୍ୱରା ଅଭିଯୋଗ ଆଣିଛନ୍ତି।

Advertisment

ସ୍ୱରା ଟ୍ୱିଟ୍‌ କରି ପୂରା ଘଟଣା ସମ୍ପର୍କରେ ବଖାଣିଛନ୍ତି। ଏଥିସହ ଉବର କମ୍ପାନୀକୁ ଏନେଇ ସେ ସହାୟତା ମଧ୍ୟ ମାଗିଛନ୍ତି। ସ୍ୱରା ଟ୍ୱିଟ୍‌ କରି ଲେଖିଛନ୍ତି, 'ଉବର, ତୁମର ଜଣେ ଡ୍ରାଇଭର ମୋ କାରରେ ଥିବା ଖାଦ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଛି। ଲାଗୁଛି ଆପଣଙ୍କର ଆପରେ ଏହାକୁ ରିପୋର୍ଟ କରିବାର କୌଣସି ଉପାୟ ନାହିଁ, ଏହା କୌଣସି ହଜିଯାଇଥିବା ଜିନିଷ ନୁହେଁ। ସେ କେବଳ ମୋର ଜିନିଷ ଚୋରି କରିଛନ୍ତି, ମୁଁ ମୋର ଜିନିଷ ଫେରାଇ ପାଇ ପାରିବି କି?'

https://twitter.com/ReallySwara/status/1506710608925790208?s=20&t=aLJujGs7HC4AO8ktiVTeXA

Advertisment

ଅଭିନେତ୍ରୀଙ୍କ ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, '୧୦୦ ଗ୍ରାମ ଗ୍ରୋସରୀ ପାଇଁ ଏତେ ଚିଲ୍ଲଉଛ କାହିଁକି?' ସ୍ୱରା ନିଜ ପରିବାର ସହ ହୋଲି ସେଲିବ୍ରେଟ୍‌ କରିବା ପରେ ବିଦେଶ ବୁଲିବାକୁ ଯାଇଛନ୍ତି। ସେ ଲଗାତାର ନିଜ ଇନଷ୍ଟାଗ୍ରାମରେ ହଲିଡେ' ଫଟୋ ଶେଆର କରିଛନ୍ତି।

ସ୍ୱରା ବର୍ତ୍ତମାନ ଯାଏଁ ବଲିଉଡରେ ନିଜର ଦମଦାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ 'ନୀଲ ବଟେ ସନ୍ନାଟା', 'ଅନରାକଲି ଅଫ୍‌ ଆରା', 'ପ୍ରେମ ରତନ ଧନ ପାୟୋ', 'ବୀରେ ଦି ୱେଡିଂ', 'ମଛଳି ଜଲ କି ରାନୀ ହୈ', 'ତନୁ ୱେଡସ୍‌ ମନ୍ନୁ' ଏଭଳି ଅନେକ ଫିଲ୍ମରେ କାମ କରିଛନ୍ତି। ଆଗକୁ ତାଙ୍କର 'ଜାହାଁ ଚାର୍‌ ୟାର୍‌' ଫିଲ୍ମ ଆସିବାକୁ ଯାଉଛି। ଏଥିରେ ସ୍ୱରା ଭାସ୍କରଙ୍କ ସମେତ ଶବାନା ଆଜମୀ ଓ ଦିବ୍ୟା ଦତ୍ତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଏକ ଲଭ୍‌ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ।

Swara Bhaskar