Advertisment

ସ୍ୱରା ପାଇଲେ ଜୀବନସାଥୀ, ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ପ୍ରେମ

ସ୍ୱରା ଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏକ ବିଲେଇ କାରଣରୁ ସେ ଏବଂ ଫାହଦ ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଧୀରେ ଧୀରେ ଆରମ୍ଭ ହେଲା ।

Swara Bhaskar with husband

Swara Bhaskar with husband

Advertisment

ବି- ଟାଉନ୍‌ରେ ଏବେ ଚାଲିଛି ବିବାହ ଋତୁ। କିଛି ଦିନ ପୂର୍ବେ କିଆରା-ସିଦ୍ଧାର୍ଥଙ୍କ ହାତ ଗଣ୍ଠି ପଡ଼ିଥିବା ବେଳେ ଏବେ ହାତକୁ ୨ ହାତ ହୋଇଛନ୍ତି ସ୍ୱରା ଭାସ୍କର। ସ୍ୱରା ନିଜ ବିବାହ ସମ୍ପର୍କରେ ସୋଶାଲ ମିଡିଆରେ ଘୋଷଣା କରିବା ପରେ ତାଙ୍କ ଫ୍ୟାନ୍ସ ଚକିତ ହୋଇ ଯାଇଛନ୍ତି। ସ୍ୱରା ଗ୍ଲାମର ୱାର୍ଲ୍ଡରୁ କାହାକୁ ନୁହେଁ, ବରଂ ଜଣେ ରାଜନେତାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ସ୍ୱରାଙ୍କ ପତି ହେଉଛନ୍ତି ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦ ।

Advertisment

ଗତ ଜାନୁଆରୀ ୬ରେ ସ୍ୱତନ୍ତ୍ର ବିବାହ ଆଇନ ଅନୁସାରେ ଉଭୟ କୋର୍ଟରେ ବିବାହ ପଞ୍ଜିକରଣ କରିଥିବା ବିଷୟ ପ୍ରକାଶ କରିଛନ୍ତି ଅଭିନେତ୍ରୀ । ବର୍ତ୍ତମାନ ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ଯୁବ ଶାଖା ସଭାପତି ଅଛନ୍ତି ଫହାଦ। ବିବାହ ପଞ୍ଜିକରଣ ବେଳେ କୋର୍ଟରେ ସ୍ୱରାଙ୍କ ବାପାମା’ ଉପସ୍ଥିତ ଥିଲେ ।

ଅଭିନେତ୍ରୀ ଟ୍ୱିଟ କରି ଫ୍ୟାନ୍ସଙ୍କୁ ନିଜ ପ୍ରେମ କାହାଣୀ ସମ୍ପର୍କରେ ଅବଗତ କରିଛନ୍ତି। ସ୍ୱରାଙ୍କ ଟ୍ୱିଟ ଅନୁଯାୟୀ, ଫହାଦ ଅହମ୍ମଦ ଏବଂ ତାଙ୍କର ଭେଟ ପ୍ରଥମେ ୨୦୧୯ ମସିହାରେ ଏକ ଆନ୍ଦୋଳନ ସମୟରେ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ୨୦୨୦ ମସିହାରେ ପୁଣି ଥରେ ଏକ ପ୍ରତିବାଦ ସଭାରେ ଭେଟ ହୋଇଥିଲା। ଆନ୍ଦୋଳନ ସମୟରେ ଉଭୟ ପ୍ରଥମ ସେଲଫି ନେଇଥିଲେ।

Advertisment

ଏହା ବ୍ୟତୀତ ସ୍ୱରା ଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏକ ବିଲେଇ କାରଣରୁ ସେ ଏବଂ ଫହାଦ ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଧୀରେ ଧୀରେ ଆରମ୍ଭ ହେଲା । ସ୍ୱରା ଭାସ୍କର ଏବଂ ଫହାଦ ଅହମ୍ମଦ ଜାନୁୟାରୀ ୬ ତାରିଖରେ ବିବାହ ପଞ୍ଜିକରଣ କରିଥିଲେ।

ଫହାଦ ଅହମ୍ମଦ ମୁମ୍ବାଇର ଜଣେ ଜଣାଶୁଣା ଯୁବ ନେତା ଏବଂ ସେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ନିଜ ବକ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଥାନ୍ତି। ସ୍ୱରା ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ସେ ବି ସାମାଜିକ କ୍ଷେତ୍ରରେ ଜଡ଼ିତ।

ସ୍ୱରା ଟ୍ୱିଟ କରିଛନ୍ତି, ବେଳେବେଳେ ଆମେ ଏପରି କିଛି ଜିନିଷ ସନ୍ଧାନରେ ଲାଗି ପଡ଼ିଥାଉ, ଯାହାକି ଆମ ପାଖରେ ହିଁ ଥାଏ। ଆମେ ସମସ୍ତେ ନିଜ ନିଜ ଜୀବନରେ ପ୍ରେମକୁ ଖୋଜି ବୁଲୁଥିବା ବେଳେ ଏହା ପ୍ରଥମେ ବନ୍ଧୁତ୍ୱରୁ ହିଁ ଆରମ୍ଭ ହୋଇଥାଏ। ଏହା କେବେ ଭଲ ପାଇବାରେ ପରିବର୍ତ୍ତନ ହୋଇଯାଏ ତାହା କେହି ଜାଣିପାରେନି। ମୋ’ ହୃଦୟକୁ ସ୍ୱାଗତ । ଏହା କୋଳାହଳପୂର୍ଣ୍ଣ କିନ୍ତୁ ଏହା ତୁମର।

ଏହାର ଉତ୍ତରରେ ଫହାଦ ଲେଖିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ କୋଳାହାଳ ବି ଏତେ ସୁନ୍ଦର ହୋଇପାରେ। ମୋ’ ହାତ ଧରିଥିବାରୁ ବହୁତ ଧନ୍ୟବାଦ । ସ୍ୱରାଙ୍କ ପୋଷ୍ଟ ପରେ ବଲିଉଡର ବହୁ ସେଲିବ୍ରିଟିଙ୍କ ସମେତ ଫ୍ୟାନ୍ସମାନେ ବି ବହୁ ସଂଖ୍ୟାରେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

Swara Bhaskar Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe