Advertisment

ସ୍ୱରାଙ୍କ ଘରେ ପଶିଲା କରୋନା

ମୁମ୍ବାଇ: ମାଡି ଚାଲିଛି ମହାମାରୀ। ବଲିଉଡରେ ଜାରି ରହିଛି କରୋନାର ଚଡକ। ଗୋଟିଏ ପରେ ଗେଟିଏ ଅଭିନେତା ଓ ଅଭିନେତ୍ରୀ ଏହି ମହାମାରୀରେ ଆକ୍ରାନ୍ତ ହେଉଥିବା ସୂଚନା ମିଳୁଛି। ଏବେ କରୋନା କବଳରେ ଆଉ ଜଣେ ଅଭିନେତ୍ରୀ ଫସିଛନ୍ତି। ବଲିଉଡ ଅଭିନେତ୍ରୀ ସ୍ୱାରା ଭାସ୍କରଙ୍କ ଘରେ ପଶିଛି କିଲର ଭାଇରସ କରୋନା। ସ୍ୱାରାଙ୍କ ମା’ ଓ ତାଙ୍କ ରୋଷେୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସ୍ୱରା କିନ୍ତୁ ଏହି କିଲର ଭାଇରସରୁ ବର୍ତ୍ତି ଯାଇଛନ୍ତି। ଏନେଇ ସେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସ୍ୱରାଙ୍କ ଘରେ ପଶିଲା କରୋନା

Swara Bhaskar

ମୁମ୍ବାଇ: ମାଡି ଚାଲିଛି ମହାମାରୀ। ବଲିଉଡରେ ଜାରି ରହିଛି କରୋନାର ଚଡକ। ଗୋଟିଏ ପରେ ଗେଟିଏ ଅଭିନେତା ଓ ଅଭିନେତ୍ରୀ ଏହି ମହାମାରୀରେ ଆକ୍ରାନ୍ତ ହେଉଥିବା ସୂଚନା ମିଳୁଛି। ଏବେ କରୋନା କବଳରେ ଆଉ ଜଣେ ଅଭିନେତ୍ରୀ ଫସିଛନ୍ତି। ବଲିଉଡ ଅଭିନେତ୍ରୀ ସ୍ୱାରା ଭାସ୍କରଙ୍କ ଘରେ ପଶିଛି କିଲର ଭାଇରସ କରୋନା।

Advertisment

ସ୍ୱାରାଙ୍କ ମା' ଓ ତାଙ୍କ ରୋଷେୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସ୍ୱରା କିନ୍ତୁ ଏହି କିଲର ଭାଇରସରୁ ବର୍ତ୍ତି ଯାଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ତାଙ୍କ ମା' ଏବଂ ତାଙ୍କ ରୋଷେୟା ଉଭୟଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୁହେଁ ଦିଲ୍ଲୀ ସ୍ଥିତ ଘରେ ଆଇସୋଲେଟ୍‌ ଅଛନ୍ତି। ତେଣୁ ଦୟାକରି ଡବଲ ମାସ୍କ ଲଗାନ୍ତୁ ଏବଂ ଘରେ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

https://twitter.com/ReallySwara/status/1384033436688535555?s=20

ନିକଟରେ ସ୍ୱାରା ତାଙ୍କ ଫିଲ୍ମ `ଜାହାଁ ଚାର୍‌ ୟାର୍‌'ର ସୁଟିଂ ପାଇଁ ଗୋଆ ଗସ୍ତରେ ଯାଇଥିଲେ।  କିନ୍ତୁ ତାଙ୍କ କୋ-ଷ୍ଟାରଙ୍କୁ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ସୁଟିଂକୁ ରଦ୍ଦ କରିଦିଆଯାଇଥିଲା।

Advertisment

ସୂଚନା ମୁତାବକ ଗତବର୍ଷ ଓଟିଟି ଫିଲ୍ମ `ଭାଗ ବିନି ଭାଗ'ରେ ସ୍ୱରା ନଜର ଆସିଥିଲେ। ଏହା ବ୍ୟତୀତ `ଫ୍ଲେଶ' ଓ `ରସଭରି'ରେ ମଧ୍ୟ କାମ କରିଥିଲେ ସ୍ୱରା। ତାଙ୍କ ଅପକମିଂ ଫିଲ୍ମ `ସିର୍‌ କୋରମା'କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଦିବ୍ୟା ଦତ୍ତା ଓ ସ୍ୱରା ଭାସ୍କର ଲିଡ୍‌ ରୋଲରେ ଅଛନ୍ତି।

Swara Bhaskar