Advertisment

ସ୍ୱରାଙ୍କ ପାଇଁ ପାକିସ୍ତାନରୁ ଆସିଥିଲା ଲେହେଙ୍ଗା

ସୀମା ଆରପଟୁ ଆସିଥିବା ଲେହଙ୍ଗା ପିନ୍ଧିଲେ ସ୍ୱରା।

Swara Bhaskar  with Husband Fahad Ahmad

Swara Bhaskar with Husband Fahad Ahmad

Advertisment

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ବେଶ୍ କିଛି ଦିନ ହେବ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ଅଭିନେତ୍ରୀ ପାଇଁ ଆସିଲା ପାକିସ୍ତାନରୁ ଲେହେଙ୍ଗା। ସୀମା ଆରପଟୁ ଆସିଥିବା ଲେହଙ୍ଗା ପିନ୍ଧିଲେ ସ୍ୱରା। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିକଟରେ ବିବାହ କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ସେ ତାଙ୍କ ବୟଫ୍ରେଣ୍ଡ ତଥା ସମାଜବଦୀ ପାର୍ଟି ନେତା ଫହାଦ ଅହମଦଙ୍କ ହାତ ଧରିଛନ୍ତି। ବିବାହ ପରେ ତାଙ୍କ ଶ୍ୱଶୁର ଘରେ ଆୟୋଜିତ ହୋଇଥିଲା ରିସେପ୍‌ସନ୍। ଆଉ ଏହି ରିସେପ୍‌ସନ ପାର୍ଟିରେ ସ୍ୱରା ପିନ୍ଧିବା ପାଇଁ ସୀମା ଆରପଟୁ ପାକିସ୍ତାନରୁ ଆସିଥିଲା ଲେହେଙ୍ଗା। 

ସ୍ୱରା ନିଜ ଇନ୍‌ଷ୍ଟାଗ୍ରାମରେ ଲେହେଙ୍ଗାର କିଛି ଫଟୋକୁ ଶେଆର ମଧ୍ୟ କରିଛନ୍ତି। ଏହି ଲେହେଙ୍ଗାଟି ପାକିସ୍ତାନର ଆସିଥିବା ନେଇ ସ୍ୱରା ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ସ୍ୱରା ନିଜ ରିସେପ୍‌ସନ୍ ଆଉଟ୍‌ଫିଟ୍‌ର ପ୍ରଶଂସା କରି ଟ୍ୱିଟ୍ ମଧ୍ୟ କରିଛନ୍ତି। 

Advertisment

ସେ ଟ୍ୱିଟ୍ କରି କହିଛନ୍ତି, ‘ମୋ ବଲିମା ତଥା ରିସେପ୍‌ସନ୍ ଆଉଟ୍‌ଫିଟ୍ ଲାହୋର୍‌ରୁ ଦୁବାଇ, ଦୁବାଇରୁ ମୁମ୍ବାଇ ଓ ଦିଲ୍ଲୀ ଦେଇ ଶେଷରେ ବରେଲିରେ ପହଞ୍ଚିଥିଲା। ମୁଁ ଦୀର୍ଘ ଦିନ ହେବ #AliXeeshan  #AliXeeshanTheatreStudioଙ୍କ ପ୍ରତିଭାର ଫ୍ୟାନ୍ ଥିଲି। ଯେତେବେଳେ ମୁଁ ତାଙ୍କ ଡିଜାଇନ୍ କରାଯାଇଥିବା ପୋଷାକ ପିନ୍ଧିଲି, ସେତେବେଳେ ତାଙ୍କର ପ୍ରଶଂସା କରିବାକୁ ବାଧ୍ୟ ହେଲ।’ ତେବେ ଏହାକୁ ନେଇ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ଅନେକ ସୋଶାଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ସହ ଦେଶଦ୍ରୋହୀ ବୋଲି କହି ସମାଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ୱରା ଭାସ୍କର ତାଙ୍କ ଶ୍ୱଶୁର ଘରେ ଆୟୋଜିତ ରିସେପସନ୍ ପାର୍ଟିରେ କିସ୍ତାନୀ ଡିଜାଇନର୍ ଅଲି ଜିଶାନ୍‌ଙ୍କ ଅଫ୍ ହ୍ୱାଇଟ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେପଟେ ତାଙ୍କ ସ୍ୱାମୀ ଫହାଦ ଅହମ୍ମଦ ଏକ ଧଳା ରଙ୍ଗର ଶେରୱାନୀ, ଏକ ଧଳା ଓ ଗୋଲ୍ଡେନ ରଙ୍ଗର ଦୁପଟ୍ଟା ଏବଂ ଏକ ଗୋଲ୍ଡେନ ରଙ୍ଗର କୁର୍ତା ପିନ୍ଧିଥିଲେ। 

Swara Bhaskar Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe