ନୂଆ ଲୁକ୍ରେ ରଣଦୀପ, ଚିହ୍ନିବା ମୁସକିଲ୍
ମୁମ୍ବାଇ: ନୂଆ ଲୁକ୍ରେ ଅଭିନେତା ରଣଦୀପ ହୁଡ୍ଡା। ମୁଣ୍ଡରେ କଳା ଟୋପି, ଗୋଲ୍ ଚଷମା ଆଉ ମୁହଁରେ ନିଶ। ତାଙ୍କୁ ଚିହ୍ନିବା ହୋଇପଡିଛି ମୁସ୍କିଲ୍। ତାଙ୍କୁ ଯିଏ ଦେଖୁଛି ସିଏ ଘଡିଏ ଚାହୁଁଛି। ସେ ଅବିକଳ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକର୍ଙ୍କ ଲୁକ୍ରେ ନଜର ଆସିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ରଣଦୀପ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମରେ ନିଜର ଏହି ଲୁକ୍କୁ ଶେଆର କରିଛନ୍ତି।
ପ୍ରକୃତରେ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଏକ ଫିଲ୍ମ ତିଆରି ହେବାକୁ ଯାଉଛି। ଏହି ଫିଲ୍ମର ନାଁ ‘ସ୍ୱତନ୍ତ୍ର ବୀର ସାବରକର’ ରଖାଯାଇଛି। ଏବେ ଏହି ଫିଲ୍ମର ଫାଷ୍ଟ ଲୁକ୍କୁ ରଣଦୀପା ହୁଡ୍ଡା ଶେଆର କରିଛନ୍ତି। ଏହି ପୋଷ୍ଟର୍ରେ ‘ହିନ୍ଦୁତ୍ୱ ଧର୍ମ ନୁହେଁ ଇତିହାସ’ ଲେଖା ଅଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ମଧ୍ୟ ଟ୍ୱିଟ୍ କରି ଫିଲ୍ମର ଫାଷ୍ଟ ଲୁକ୍ ଶେଆର କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ବୀର ସାବରକରଙ୍କ ଜନ୍ମ ବାର୍ଷିକୀରେ ରଣଦୀପ ହୁଡ୍ଡାଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି।’
ପୂର୍ବରୁ ଅନେକ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ସାରିଥିବା ରଣଦୀପ ହୁଡ୍ଡାଙ୍କୁ ଏହି ବାୟୋପିକ୍ ଫିଲ୍ମରେ ସ୍ୱାଧୀନତା ସଂଗ୍ରାମି ବୀର ସାବରକରଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦୨୨ରୁ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ରଣଦୀପ ହୁଡା ଥିବା ବେଳେ ଏହାକୁ ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା ଦେଇଛନ୍ତି। ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ।
କୁହାଯାଉଛି ଯେ, ବର୍ତ୍ତମାନ ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ସରିଲାଣି। ଫ୍ରିଡମ୍ ଫାଇଟର୍ଙ୍କ ଚରିତ୍ରକୁ ଭଲ ଭାବେ ପରଦା ଉପରେ ଦେଖାଇବା ପାଇଁ ରଣଦୀପ ଖୁବ୍ ପରିଶ୍ରମ କରୁଛନ୍ତି। ରିପୋର୍ଟ ମୁତାବକ, ସେ ଏହି ଫିଲ୍ମ ପାଇଁ ନିଜର ଓଜନ ମଧ୍ୟ ହ୍ରାସ କରିଛନ୍ତି। ତେବେ ଫିଲ୍ମରେ ତାଙ୍କ ଭୂମିକା ସହିତ ରଣଦୀପ କେତେ ନ୍ୟାୟ କରିବେ? ତାହା କେବଳ ଫିଲ୍ମ ଦେଖିବା ପରେ କୁହାଯାଇପାରିବ।
A salute to one of the tallest unsung heroes of India’s struggle for freedom & self-actualisation. hope I can live up to the challenge of filling such big shoes of a true revolutionary & tell his real story which had been brushed under the carpet for so long#VeerSavarkarJayanti pic.twitter.com/R1UbFZebio
— Randeep Hooda (@RandeepHooda) May 28, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।