Advertisment

ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ଆଶ୍ୱସ୍ତି, ଦୁଷ୍କର୍ମ ମାମଲା ଖାରଜ

୨୦୨୧ ଜୁଲାଇ ମାସରେ କମ୍ପାନୀର କେତେକ ପ୍ରୋଜେକ୍ଟରେ କାମ ଦେବା ବାହାନାରେ ଭୂଷଣ କୁମାର ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

author-image
Madhupriya Mistry
rBhushan kumar with his wife

Bhushan kumar with his wife

ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ମିଳିଲା ବଡ଼ ଅଶ୍ୱସ୍ତି। ଖାରଜ ହେଲା ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଷ୍କର୍ମ ଓ ଠକେଇ ମାମଲା। ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ଆଜି ମୁମ୍ବାଇ ପୁଲିସର 'ବି-ସମରି' ରିପୋର୍ଟକୁ ଗ୍ରହଣ କରି ଏହାକୁ ଖାରଜ କରିଛନ୍ତି।

Advertisment

ନଭେମ୍ବର ୯ ତାରିଖରେ ଅନ୍ଧେରୀ ମାଜିଷ୍ଟ୍ରେଟ୍‌ କୋର୍ଟ ମୁମ୍ବାଇ ପୁଲିସର 'ବି ସମରି ରିପୋର୍ଟ'କୁ ଗ୍ରହଣ କରିଥିଲେ। ଏହି ରିପୋର୍ଟରେ ପୁଲିସ ଭୂଷଣ କୁମାରଙ୍କ ନାଁରେ ଦାଏର କରାଯାଇଥିବା ‘ଏଫ୍‌ଆଇଆର୍‌’ ବନ୍ଦ କରିବାକୁ ଅଦାଲତଙ୍କ ଅନୁମତି ଲୋଡ଼ିଥିଲା। ଆଜି ଏହାକୁ କୋର୍ଟ ଅନୁମତି ଦେଇଛନ୍ତି। ଫଳରେ ଭୂଷଣ କୁମାରଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆର୍‌ ଖାରଜ ହୋଇଯାଇଛି।

୨୦୨୧ ଜୁଲାଇ ମାସରେ କମ୍ପାନୀର କେତେକ ପ୍ରୋଜେକ୍ଟରେ କାମ ଦେବା ବାହାନାରେ ଭୂଷଣ କୁମାର ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ତାଙ୍କ ନାଁ ଠିକେଇ ଅଭିଯୋଗ ମଧ୍ୟ ଆସିଲା। ଏନେଇ ଡିଏନ୍‌ ନଗର ଥାନା ପୁଲିସ ଟି-ସିରିଜ ମାଲିକଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା।

Advertisment

ତଦନ୍ତ କରିବା ପରେ ୨୦୨୨‌ରେ ପୁଲିସ ‘ବି- ସମରି’ ରିପୋର୍ଟ ଦାଏର କରିଥିଲା। କିନ୍ତୁ, ପୀଡିତାଙ୍କ ଅଭିଯୋଗ ଆଧାରରେ ଅନ୍ଧେରୀ ମା‌ଜିଷ୍ଟ୍ରେଟ୍‌ କୋର୍ଟ ଏହାହାକୁ ଖାରଜ କରିଥିଲେ। କିନ୍ତୁ, ପରେ ପୀଡିତା କହିଥିଲେ ଯେ, ପାରିପାର୍ଶ୍ୱିକ ଭୁଲ୍‌ ବୁଝାମଣା ଯୋଗୁଁ ସେ ଭୂଷଣ କୁମାରଙ୍କ ନାଁରେ ଅଭିଯୋଗ କରିଥ‌ିଲେ। ଏହାପରେ ସେ ମାମଲା ପ୍ରତ୍ୟାହାର କରିନେବେ ବୋଲି କହିଥିଲେ। ‘ବି- ସମରି’ ରିପୋର୍ଟ ଉପରେ ମଧ୍ୟ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଥିଲେ।

ଏହାପରେ ପୁଣି ୨୦୨୩ରେ ପୁଲିସ ‘ବି- ସମରି’ ରିପୋର୍ଟ ଦାଖଲ କରିଥିଲା। ଏହାକୁ ଅଦାଲତ ଏବେ ଗ୍ରହଣ କରିନେଇଥିବା ସୂଚନା ମିଳିଛି।

Bhusan Kumar T-Series Bollywood Bollywood News