Advertisment

ବାହା ହେଲେ ତାପସୀ ପନ୍ନୁ

ମାର୍ଚ୍ଚ ୨୩ରେ ଉଦୟପୁରରେ ଉଭୟଙ୍କ ବିବାହ ଶେଷ ହୋଇଛି।

Taapsee Pannu

Taapsee Pannu

Advertisment

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ୍ ବୋଙ୍କ ହାତ ସାତ ଜନ୍ମ ପାଇଁ ଧରିଛନ୍ତି। ମାର୍ଚ୍ଚ ୨୩ରେ ଉଦୟପୁରରେ ଉଭୟଙ୍କ ବିବାହ ଶେଷ ହୋଇଛି। ବିବାହ ଉତ୍ସବରେ ତାପସୀ ଓ ମାଥିଆସଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ଉପସ୍ଥିତ ରହିଥିଲା।

Advertisment

ଅନୁରାଗ କଶ୍ୟପ ଓ କନିକା ଧିଲନଙ୍କ ଭଳି କିଛି ହାତ ଗଣତି ସେଲେବ୍ରିଟି ବାହାଘର ଉତ୍ସବରେ ଯୋଗ ଦେଇଥିଲେ। ଥାପଡରେ ତାପସୀଙ୍କ ସହ ଅଭିନୟ କରିଥିବା ପାବିଲ ଗୁଲାଟି ବାହାଘର ପାର୍ଟିର ଗୋଟିଏ ଫଟୋ ଶେୟାର କରିଛନ୍ତି। ଫଟୋରେ କମେଡିଆନ ଅଭିଲାଶ ଥାପିୟାଲଙ୍କୁ ଦେଖିବାକୁ ମିଳିଛି।

ତାପସୀ ଓ ମାଥିଆସ ବହୁତ କମ ଲୋକଙ୍କ ଉପସ୍ଥିତିରେ ବାହା ହୋଇଥିଲେ ମଧ୍ୟ ମୁମ୍ବାଇରେ ଭୋଜି ଦେବେ। ଏଥିରେ ଉଭୟଙ୍କ ବନ୍ଧୁ ଓ ସହକର୍ମୀମାନେ ସାମିଲ ହେବେ। ଉଭୟ ଖୁବଶୀଘ୍ର ରିସେପସନ ପାର୍ଟିର ତାରିଖ ଘୋଷଣା କରିବେ ବୋଲି ଜଣାପଡ଼ିଛି।

Advertisment

ପାବିଲ ଗୁଲାଟି ବାହାଘର ପାର୍ଟିର ଫଟୋ ଶେୟାର କରି ଲେଖିଛନ୍ତି ଯେ “ଟ୍ୱିଙ୍କିଲ ଟ୍ୱିଙ୍କିଲ ଲିଟଲ ଷ୍ଟାର, ଆମେ ଜାଣିନୁ ଆମେ କେଉଁଠି।” ୧୦ ବର୍ଷରୁ ଅଧିକ ସମୟ ହେଲା ମାଥିଆସ ଓ ତାପସୀ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ସେମାନେ କେବେ ହେଲେ ଏକଥା ଖୋଲାଖୋଲି ଭାବେ ପ୍ରକାଶ କରିନଥିଲେ।

ତାପସୀ ଓ ମାଥିଆସ ବୋ ପ୍ରଥମେ ପରସ୍ପରକୁ ୨୦୧୩ରେ ଭେଟିଥିଲେ। ଇଣ୍ଡିଆନ ବ୍ୟାଡମିଣ୍ଟନ ଲିଗରେ ଉଭୟ ପରସ୍ପରକୁ ଦେଖିବା ପରେ ପ୍ରେମରେ ପଡ଼ି ଯାଇଥିଲେ। ଉଭୟଙ୍କୁ ଅନେକ ଥର ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା।

କିଛି ସପ୍ତାହ ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ତାପସୀ-ମାଥିଆସଙ୍କ ବାହାଘର ଶିଖ-ଖ୍ରୀଷ୍ଟିୟାନ ଫୁଜନରେ ହେବ। ପ୍ରି-ୱେଡିଂ କାର୍ଯ୍ୟକ୍ରମ ୨୦ ତାରିଖରୁ ଆରମ୍ଭ ହେବ ଓ ମାର୍ଚ୍ଚ ୨୩ରେ ଦୁଇ ଜଣ ପରସ୍ପରର ହାତ ଧରିବେ। ସତକୁ ସତ ତାପସୀ-ମାଥିଆସ ଏବେ ମାର୍ଚ୍ଚ ୨୩ରେ ବାହା ହୋଇଛନ୍ତି।

ଲେଖିକା କନିକା ଅନେକ ସିନେମାରେ ତାପସୀଙ୍କ ସହ କାମ କରିଛନ୍ତି। ସେ ତାଙ୍କ ସ୍ୱାମୀ ହିମାଂଶୁ ଶର୍ମାଙ୍କ ସହ ଉଦୟପୁରରେ ଅନୁଷ୍ଠିତ ବାହାଘରରେ ସାମିଲ ହୋଇଥିଲେ। ହସୀନ ଦିଲରୁବା, ମନମରଜିଆଁ, ଡଙ୍କି ଓ ଫିର ଆୟେ ହସୀନ ଦିଲରୁବା ଭଳି ସିନେମାରେ ତାପସୀ-କନିକା କାମ କରିଛନ୍ତି।

Taapsee Pannu Taapsee Pannu Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe