taapsi
ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପକମିଂ ଫିଲ୍ମ 'ଲୁପ୍ ଲପେଟା'ର ଫାଷ୍ଟ ଲୁକ୍। ଏହାକୁ ତାପସୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି। ନିକଟରେ ଫିଲ୍ମ 'ରଶ୍ମୀ ରକେଟ' ଶୁଟିଂ ସରିଛି। ଏହା ପରେ ଏବେ ସେ 'ଲୁପ ଲପେଟାକ୍' ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି।
ତାପସୀ ଶେଆର କରିଥିବା ଫଟୋରେ ସେ ଗ୍ରୀନ୍ ଟି- ସାର୍ଟ ଏବଂ ବ୍ଲାକ୍ ସର୍ଟସ୍ ରେ ନଜର ଆସିଛନ୍ତି। ଏହା ସହିତ କଳା ରଙ୍ଗର ଜୋତା ମଧ୍ୟ ପିନ୍ଧିଛନ୍ତି ତାପସୀ। ଖୁବ କମ ମେକଅପ୍ ଏବଂ ହାଇ ବନ୍ ଦ୍ୱାର ଅଭିନେତ୍ରୀ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ଟଏଲେଟ୍ର କମୋଡ଼ ଉପରେ ବସି ହାତରେ କାଗଜ ଧରିଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ତାପସି ଲେଖିଛନ୍ତି- ‘ଜୀବନରେ ବେଳେବେଳେ ଏମିତି ସମୟ ଆସେ, ଯେତେବେଳେ ଆମ ନିଜକୁ ଏହି ପ୍ରଶ୍ନ ପଚାରିବାକୁ ପଡିଥାଏ, ଏହାକୁ କେମିତି ଶେଷ କରିବି?
ଫିଲ୍ମ ‘ଲୁପ୍ ଲପେଟା’ ୧୯୯୮ରେ ରିଲିଜ ହୋଇଥିବା ଜର୍ମାନୀ ଫିଲ୍ମ ‘ରନ୍ ଲୋଲା ରନ୍’ର ରିମେକ୍। ଏହି ଫିଲ୍ମରେ ତାପସୀଙ୍କ ଅପୋଜିଟ୍ରେ ପ୍ରଥମ କରି ତାହିର ରାଜ୍ ଭସିନ୍ ନଜର ଆସିବେ। ଗୋଆରେ ଏବେ ଏହି ଫିଲ୍ମର ଶୁଟିଂ ଚାଳିଛି। ଆକାଶ ଭାଟିୟା ଏହି ଫିଲ୍ମରେ ନିର୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ତାପସୀ ଆଗକୁ ‘ରଶ୍ମି ରକେଟ୍’, କ୍ରିକେଟର ମିତାଲି ରାଜଙ୍କର ‘ସାବାସ ମିତୁ’ ଏବଂ ‘ହସିନ୍ ଦିଲରୁବା’ରେ ମଧ୍ୟ ନଜର ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/taapsi.jpg)