/odisha-reporter/media/post_attachments/uploadimage/library/16_9/16_9_0/IMAGE_1712148183.jpg)
Taapsee Pannu Wedding
ବଧୂ ସାଜିଲେ ବଲିଉଡର ବିନ୍ଦାସ ଅଭିନେତ୍ରୀ ତାପସୀ ପନ୍ନୁ। ନାଚି ନାଚି ମଣ୍ଡପକୁ କଲେ ଏଣ୍ଟ୍ରି। ଫୁଲ ସ୍ୱାଗ୍ରେ ବଧୂ ବେଶରେ ଆସିଲେ ନଜର। ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ମାଥିୟାସ ବୋଏଙ୍କ ହାତ ଧରିଲେ। ଦୀର୍ଘ ଦିନ ଧରି ତାପସୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ତାଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଲାଲ ରଙ୍ଗର ଅନରକାଲି ଡ୍ରେସ। ହାତରେ ଚୂଡା ସାଙ୍ଗକୁ କଲିରେ। ଆଉ ମୁହଁରେ କଳା ଚଷମା। ବେଶ୍ ଷ୍ଟାଇଲିସ ଅନ୍ଦାଜରେ ବଧୂ ବେଶରେ ସଜେଇ ହୋଇଛନ୍ତି ତାପସୀ। ସେପଟେ ଧଲା ଶେରଓ୍ୱାନୀ ପିନ୍ଧି ତାପସୀଙ୍କୁ ଚାହିଁ ରହିଛନ୍ତି ବୟଫ୍ରେଣ୍ଡ ମାଥିୟାସ ବୋଏ। ସୁପରହିଟ୍ ପଞ୍ଜାବୀ ଗୀତର ତାଳେ ତାଳେ ନାଚି ନାଚି ମଣ୍ଡପକୁ ଏଣ୍ଟ୍ରି କରୁଛନ୍ତି ତାପସୀ। ବିବାହ ବେଳର ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନେ ତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ନିଜର ବିବାହକୁ ନେଇ ତାପସୀ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା। ପୂର୍ବରୁ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିଥିଲେ ବି ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ। ଏବେ ତାଙ୍କ ବିବାହର ଭିଡିଓ ଭାଇରାଲ ହେବା ପରେ ସେ ବିବାହ କରିଥିବା ନେଇ ସ୍ପଷ୍ଟ ହୋଇଛି। ଶିଖ୍ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିବା ଜଣାପଡିଛି।
First glimpse of #taapseepannu#mathiasboe#wedding#bollywood#fyp#bollywoodpollywoodlifezpic.twitter.com/FHfShGa3xa
— Kuldeep Kaur (@bollypollylifez) April 3, 2024
୨୦୧୩ରେ ହୋଇଥିବା ଇଣ୍ଡିଆନ ବ୍ୟାଡମିଣ୍ଟନ ଲିଗରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିଏସ ବୋଏଙ୍କୁ ତାପସୀ ଭେଟିଥିଲେ। ଏହାପର ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ କାହାକୁ କିଛି ନକହି ପରିବାର ଲୋକ ଓ ନିଜ ଘନିଷ୍ଟ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ କରିଥିବା ଖବର କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
