Advertisment

ଅଡ଼ୁଆରେ ତାପସୀ, ରୁଜୁ ହେଲା ମାମଲା

ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ଏତଲା ହୋଇଛି।

Taapsee Pannu

Taapsee Pannu

Advertisment

ବଢ଼ିଲା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ଏତଲା ହୋଇଛି। ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହିନ୍ଦ ରକ୍ଷକ ସଙ୍ଗଠନ। 

Advertisment

ତାପସୀ ନିକଟରେ ଏକ ଫ୍ୟାଶନ ଶୋ’ରେ ରାମ୍ପୱକ୍ କରିଥିଲେ। ଏହି ସମୟରେ ସେ ଏକ ରିଭଲିଙ୍ଗ ବୋଲ୍ଡ ଡ୍ରେସ୍‌ରେ ନଜର ଆସିଥିଲେ। ଏହି ଡ୍ରେସ୍ ସହ ସେ ବେକରେ ଏକ ସୁନାର ଭାରି ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା, ଯେଉଁଥିରେ ମାତା ଲକ୍ଷ୍ମୀଙ୍କ ପ୍ରତିମା ତିଆରି ହୋଇଥିଲା। ମାର୍ଚ୍ଚ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଲାକ୍ମି ଫ୍ୟାଶନ ୱିକ୍‌ର ରାମ୍ପୱକ୍‌ରୁ ଏହି ଫଟୋ ଓ ଭିଡିଓକୁ ଖୋନ୍ ତାପସୀ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ। 

ତେବେ ଏହି ଫଟୋ ଆଉ ଭିଡିଓ ସାମ୍ନାକୁ ଆସିବା ପରେ ତାପସୀ ମାତା ଲକ୍ଷ୍ମୀଙ୍କ ଲକେଟ୍ ସହ ରିଭଲିଙ୍ଗ ଡ୍ରେସ୍ ପିନ୍ଧି ହିନ୍ଦୁଧର୍ମ ପ୍ରତି ଅପମାନ କରିଥିବା ହିନ୍ଦ ରକ୍ଷକ ସଙ୍ଗଠନ ଅଭିଯୋଗ କରିଛି। ଏଭଳି କରି ସେ ସନାତନ ଧର୍ମର ଛବିକୁ ଆଘାତ ପହଞ୍ଚାଇଥିବା ଅଭିଯୋଗକାରୀ କହିଛନ୍ତି।

Advertisment

ପୁଲିସ ମୁତାବକ, ହିନ୍ଦ ରକ୍ଷକ ସଙ୍ଗଠନର ସଂଯୋଜକ ଏକଲବ୍ୟ ସିଂହ ଗୌର ଏହି ଅଭିଯୋଗ ଆଣିଛନ୍ତି। ସେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଏକଲବ୍ୟ ସିଂହ ନିଜ ଅଭିଯୋଗରେ କହିଛନ୍ତି। ପୁଲିସ ଏହି ମାମଲାର ଯାଞ୍ଚ କରୁଛି। ତେବେ ଏହା ଉପରେ କୌଣସି ଏଫ୍‌ଆଇଆର୍ ରୁଜୁ ହୋଇନାହିଁ। ଯାଞ୍ଚ ଜାରି ରହିଛି, ଏହାପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ଏହି ମାମଲାରେ ଏପର୍ଯ୍ୟନ୍ତ ତାପସୀ ପନ୍ନୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Taapsee Pannu Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe