Advertisment

ତାପସୀଙ୍କ ଛୋଟ ପ୍ରୟାସ, ଛାତ୍ରୀଙ୍କ ମୁହଁରେ ଫୁଟିଲା ହସ

ମୁମ୍ୱାଇ: ଆର୍ଥିକ ଅବସ୍ଥା ଭଲ ନଥିବାରୁ ଝିଅର ପାଠପଢ଼ା ପାଇଁ ସ୍ମାର୍ଟଫୋନ୍‌ଟିଏ ଆବଶ୍ୟକ ବୋଲି ଗଣମାଧ୍ୟମରେ ଜଣେ ବାପା ଗୁହାରି କରିବା ପରେ ତାପସୀ ପନ୍ନୁ ସାହାଯ୍ୟ କରିଛନ୍ତି। କର୍ଣ୍ଣାଟକର ଏହି ଛାତ୍ରୀଙ୍କୁ ଆଇଫୋନ୍‌ଟିଏ ଉପହାର ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। ସୂଚନା ଅନୁସାରେ କର୍ଣ୍ଣାଟକରେ କାର ୱାସ୍‌ କରି ଚଳୁଥିବା ଜଣେ ବ୍ୟକ୍ତିଙ୍କୁ ଝିଅର ଅନଲାଇନ୍‌ ପାଠପଢ଼ା ପାଇଁ ସ୍ମାର୍ଟଫୋନ୍‌ର ଆବଶ୍ୟକତା ଥିଲା। ଝିଅଟି କ୍ୟାରିଅରରେ ୯୪ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଉଚ୍ଚଶିକ୍ଷା […]

author-image
Puspanjali Panda
ଅଦ୍ୟତନ ହୋଇଛି
ତାପସୀଙ୍କ ଛୋଟ ପ୍ରୟାସ, ଛାତ୍ରୀଙ୍କ ମୁହଁରେ ଫୁଟିଲା ହସ

tapasi

ମୁମ୍ୱାଇ: ଆର୍ଥିକ ଅବସ୍ଥା ଭଲ ନଥିବାରୁ ଝିଅର ପାଠପଢ଼ା ପାଇଁ ସ୍ମାର୍ଟଫୋନ୍‌ଟିଏ ଆବଶ୍ୟକ ବୋଲି ଗଣମାଧ୍ୟମରେ ଜଣେ ବାପା ଗୁହାରି କରିବା ପରେ ତାପସୀ ପନ୍ନୁ ସାହାଯ୍ୟ କରିଛନ୍ତି। କର୍ଣ୍ଣାଟକର ଏହି ଛାତ୍ରୀଙ୍କୁ ଆଇଫୋନ୍‌ଟିଏ ଉପହାର ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ।

Advertisment

ସୂଚନା ଅନୁସାରେ କର୍ଣ୍ଣାଟକରେ କାର ୱାସ୍‌ କରି ଚଳୁଥିବା ଜଣେ ବ୍ୟକ୍ତିଙ୍କୁ ଝିଅର ଅନଲାଇନ୍‌ ପାଠପଢ଼ା ପାଇଁ ସ୍ମାର୍ଟଫୋନ୍‌ର ଆବଶ୍ୟକତା ଥିଲା। ଝିଅଟି କ୍ୟାରିଅରରେ ୯୪ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଅର୍ଥର ଆବଶ୍ୟକତା ରହିଛି। ଏପରିକି ଘରେ ଥିବା ତାଙ୍କର ଅନ୍ୟ ଦୁଇ ଝିଅ ମଧ୍ୟ ଅର୍ଥ ଅଭାବରୁ ପାଠ ପଢ଼ି ପାରୁନାହାନ୍ତି। ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇବା ପରେ ତାପସୀ ପରିବାର ଲୋକଙ୍କୁ ଠାବ କରି ଅନଲାଇନ୍‌ ପାଠପଢ଼ା ପାଇଁ ଆଇଫୋନ୍‌ ପଠାଇଛନ୍ତି।

ଫୋନ୍‌ଟିକୁ ପାଇବା ପରେ ଛାତ୍ରୀ ଜଣକ କହିଛନ୍ତି, ‘ଆଜି ମୋତେ ତାପସୀ ମାଡାମ୍‌ଙ୍କଠାରୁ ଏହି ଫୋନ୍‌ ମିଳିଛି। ଏହା ଏକ ଆଇଫୋନ୍‌ ବୋଲି ମୋର ବିଶ୍ୱାସ ହେଉନାହିଁ। ଏହାର କଳ୍ପନା ମଧ୍ୟ ମୁଁ କରିନଥିଲି। ମୁଁ କଠିନ ପରିଶ୍ରମ କରିବି ଏବଂ ନିଟ୍‌ ବା ମେଡିକାଲ୍‌ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଚେଷ୍ଟା କରିବି। ଆପଣଙ୍କ ଆଶୀର୍ବାଦ ସବୁବେଳେ ମୋ ସହିତ ରହିବ।’

Advertisment

ଏହି ଛାତ୍ରୀ ଜଣଙ୍କର ବାପା କର୍ଣ୍ଣାଟକରେ କାର୍ ୱାସ୍‌ କରିବାର କାର୍ଯ୍ୟ କରନ୍ତି ଏବଂ ମାସକୁ ୬୦୦୦ ଟଙ୍କା ଉପାର୍ଜନ କରିଥା’ନ୍ତି। ତିନିଝିଅଙ୍କର ପାଠପଢ଼ା ପାଇଁ ବ୍ୟକ୍ତି ଜଣକ ନିକଟ ସମ୍ପର୍କୀୟଙ୍କଠାରୁ ଟଙ୍କା ଉଧାରରେ ଆଣିବା ସହ ନିଜ ସ୍ତ୍ରୀଙ୍କର ଗହଣାକୁ ବିକି ଦେଇଥିଲେ। କିନ୍ତୁ ସ୍ମାର୍ଟଫୋନ୍‌ ପାଇଁ ଟଙ୍କା ଯୋଗାଡ଼ କରିପାରି ନଥିଲେ।

ସ୍ମାର୍ଟଫୋନ୍‌ ଦେବା ପରେ ତାପସୀ କହିଛନ୍ତି, ‘ମୁଁ ଚାହେଁ ଅଧିକ ଝିଅ ପାଠ ପଢ଼ନ୍ତୁ ଏବଂ ଦେଶରୁ ଅଧିକ ଡାକ୍ତର ବାହାରନ୍ତୁ। ଦେଶକୁ ଆଗକୁ ନେବା ପାଇଁ ଏହା ମୋର ଏକ ଛୋଟ ପ୍ରୟାସ।’